Masthead

ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ଭୋଟ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନଙ୍କର ଭିଡ ଆରମ୍ଭ ହୋଇଗଲାଣି। ଆଜି ୬଼ ଲୋକ ସଭା ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ୬ ସଂସଦୀୟ କ୍ଷେତ୍ର ପାଇଁ ୬୬ ଜଣ ଏବଂ ୪୨ ବିଧାନସଭା ଆସନ ପାଇଁ ୩୯୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୯୯,୬୧,୦୫୭ ଭୋଟର ନିଜର ମତାଧିତ୍କାର ସାବ୍ୟସ୍ତ କରିବେ।

ଏମାନଙ୍କ ମଧ୍ୟରେ ୫୦,୮୮,୦୭୬ ପୁରୁଷ, ୪୮,୭୨,୨୯୪ ମହିଳା ଓ ୬୮୭ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ତେବେ ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ଭୋଟ୍ ପଡିଛି । ବାଲେଶ୍ୱର ଜିଲ୍ଲାରେ ୭.୭୭ ପ୍ରତିଶତ ଭୋଟ୍ ପଡିଥିବାବେଳେ, ଭଦ୍ରକ ଜିଲ୍ଲାରେ ୭.୭୯ ପ୍ରତିଶତ ଭୋଟ୍ ପଡିଛି । ଅନ୍ୟପଟେ କଟକ ଜିଲ୍ଲାରେ ୬.୭୯ ପ୍ରତିଶତ, ଜଗତସିଂହପୁରରେ ୮.୨୩ ପ୍ରତିଶତ, ଯାଜପୁରରେ ୭.୭୪ ପ୍ରତିଶତ, କେନ୍ଦ୍ରାପଡାରେ ୭.୯୦ ପ୍ରତିଶତ, ମୟୂରଭଞ୍ଜରେ ୭.୧୦ ପ୍ରତିଶତ ଏବଂ ପୁରୀ ଜିଲ୍ଲାରେ ୮.୯୦ ପ୍ରତିଶତ ମତଦାନ ହେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା