Masthead

ଆୟୁଷ୍ମାନ ଯୋଜନା ଲାଗୁ କରିବୁ, BSKY ବନ୍ଦ ହେବ : ମନମୋହନ ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପିର ବିପୁଳ ବିଜୟ ପରେ ମନମୋହନ ସାମଲଙ୍କ ପ୍ରତିକ୍ରିୟା । କହିଛନ୍ତି ଓଡ଼ିଶାରେ ପରିବର୍ତ୍ତନ ଆଣିବା ଲୋକଙ୍କ ମନରେ ଥିଲା । ଏ ନିର୍ବାଚନ ସାଧାରଣ ଲୋକଙ୍କ ଥିଲା, ସେମାନେ ଲଢୁଥିଲେ । ଭ୍ରଷ୍ଟ ଶାସନ ବିରୋଧରେ, ଓଡ଼ିଶାର ଅସ୍ମିତା ପାଇଁ ଲଢ଼ିଥିଲୁ ବୋଲି କହିଛନ୍ତି ମନମୋହନ ସାମଲ । ସେ ଆହୁରି ମଧ୍ୟ କହିଛନ୍ତି ଏସବୁ କଥା ଓଡ଼ିଶାର ଭୋଟର ଗ୍ରହଣ କରିଥିଲେ । କିଏ ମୁଖ୍ୟମନ୍ତ୍ରୀ ହେବ ପାର୍ଲାମେଣ୍ଟ ପାର୍ଟି ନିଷ୍ପତ୍ତି ନେବ । ପ୍ରଧାନମନ୍ତ୍ରୀ କହିବା ଅନୁସାରେ ଜଣେ ଓଡ଼ିଆ ହିଁ ମୁଖ୍ୟମନ୍ତ୍ରୀ ହେବେ । ସରକାର ଆସିବା ମାତ୍ରେ ଯାହା କହିଥିଲୁ ତାହା କରିବୁ । ଆୟୁଷ୍ମାନ ଯୋଜନା ଲାଗୁ କରିବୁ, ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବୁ । ବିଏସକେୱାଇ କାର୍ଡ ବନ୍ଦ କରିବୁ । BSKY ରେ ଭଲ ସୁବିଧା ମିଳୁନଥିଲା, ଆୟୁଷ୍ମାନ ଯୋଜନା ଲାଗୁ ହେଲେ ରାଜ୍ୟବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ମିଳିବ ।

ଲୋକେ ନିର୍ବାଚନ ଲଢୁଥିଲେ, ରାଜ୍ୟରେ ଲୋକଙ୍କ ସରକାର ହେବ । ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଥିଲୁ, ସବୁ କାର୍ଯ୍ୟକାରୀ କରାଯିବ । 6 ତାରିଖ ନେତା ଚୟନ ପାଇଁ ଯେଉଁ ଦିନ ଧାର୍ଯ୍ୟ ହୋଇଥିଲା, ତାହା ଟିକେ ବିଳମ୍ବ ହେଇପାରେ । ସଂସଦୀୟ ବୋର୍ଡ ଯାହା ନିଷ୍ପତି ନେବେ, ତାହା ହେବ । 10 ତାରିଖରେ ଜଣେ ଓଡ଼ିଆ ପୁଅ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଚାନ୍ଦବାଲି ଜନତା ଯାହା ଆଶୀର୍ବାଦ ଦେଲେ, ତାହା ମୁଁ ସାଦରରେ ଗ୍ରହଣ କରୁଛି । ଯେଉଁ ଦାୟିତ୍ୱ ମିଳିବ, ତାହା ତୁଲାଇବି । ମୁଁ ନୁହେଁ, ସାଧାରଣ ଜନତା ନିର୍ବାଚନ ଲଢୁଥିଲେ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ