‘ଟିଡିପି –ଜେଡିୟୁ ବଦଳି ଯିବା ଇତିହାସ ରହିଛି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନରେ ଏନ୍‌ଡିଏକୁ ବହୁମତ ମିଳିଛି। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ହେଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ଇଣ୍ଡିଆ ମିଳିତ ମେଣ୍ଟ ସରକାର ଗଠନ କରିବାର ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରରେ ଯେତେବେଳେ ଗଣନା ହୁଏ, ଆଶା ଏବଂ ଭରସା କେବେ ଶେଷ ହୁଏ ନାହିଁ।

ଇଣ୍ଡିଆ ମିଳିତ ମେଣ୍ଟର ୨୩୪ଟି ସିଟ ଥିବାରୁ ଏମାନେ ବହୁମତ ଠାରୁ ବହୁ ଦୂରରେ ଅଛନ୍ତି। ଲୋକ ସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୨୭୨ଟି ଆସନ ଆବଶ୍ୟକ। ତଥାପି ଇଣ୍ଡିଆ ମିଳିତ ମେଣ୍ଟ ସରକାର ଗଠନ କରିବାର ଆଶା ଛାଡି ନାହାନ୍ତି।ଏଥର ଏନଡିଏ ୨୯୩ଟି ସିଟ୍‌ ଜିତିଛି ଏବଂ ଭାଜପା ୨୪୦ଟି ସିଟ ଜିତିଛି। ଏହା ପରେ ମଧ୍ୟ ରାଜନୈତିକ ମହଲରେ ଆଲୋଚନା ଚାଲିଛି ଯେ ଏନଡିଏର ପ୍ରତ୍ୟାବର୍ତ୍ତନ କଷ୍ଟସାଧ୍ୟ ହୋଇପାରେ।

ଏନଡିଏରେ ସାମିଲ ଥିବା ଟିଡିପି ଏବଂ ଜେଡିୟୁ ହେତୁ ଏପରି କଥା କୁହାଯାଉଛି। କାରଣ ଉଭୟ ଦଳର ତୁରନ୍ତ ବଦଳିଯିବା ଇତିହାସ ଅଛି। ବର୍ତ୍ତମାନ ଟିଡିପିରେ ୧୬ଟି ସିଟ ଏବଂ ଜେଡିୟୁରେ ୧୨ଟି ସିଟ ରହିଛି। ଇଣ୍ଡିଆ ମେଣ୍ଟର ନେତାମାନେ ଉଭୟ ଦଳକୁ ନିଜ ପକ୍ଷକୁ ଆଣିବା କଥା କହୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ