Masthead

‘ଟିଡିପି –ଜେଡିୟୁ ବଦଳି ଯିବା ଇତିହାସ ରହିଛି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନରେ ଏନ୍‌ଡିଏକୁ ବହୁମତ ମିଳିଛି। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ହେଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ଇଣ୍ଡିଆ ମିଳିତ ମେଣ୍ଟ ସରକାର ଗଠନ କରିବାର ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରରେ ଯେତେବେଳେ ଗଣନା ହୁଏ, ଆଶା ଏବଂ ଭରସା କେବେ ଶେଷ ହୁଏ ନାହିଁ।

ଇଣ୍ଡିଆ ମିଳିତ ମେଣ୍ଟର ୨୩୪ଟି ସିଟ ଥିବାରୁ ଏମାନେ ବହୁମତ ଠାରୁ ବହୁ ଦୂରରେ ଅଛନ୍ତି। ଲୋକ ସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୨୭୨ଟି ଆସନ ଆବଶ୍ୟକ। ତଥାପି ଇଣ୍ଡିଆ ମିଳିତ ମେଣ୍ଟ ସରକାର ଗଠନ କରିବାର ଆଶା ଛାଡି ନାହାନ୍ତି।ଏଥର ଏନଡିଏ ୨୯୩ଟି ସିଟ୍‌ ଜିତିଛି ଏବଂ ଭାଜପା ୨୪୦ଟି ସିଟ ଜିତିଛି। ଏହା ପରେ ମଧ୍ୟ ରାଜନୈତିକ ମହଲରେ ଆଲୋଚନା ଚାଲିଛି ଯେ ଏନଡିଏର ପ୍ରତ୍ୟାବର୍ତ୍ତନ କଷ୍ଟସାଧ୍ୟ ହୋଇପାରେ।

ଏନଡିଏରେ ସାମିଲ ଥିବା ଟିଡିପି ଏବଂ ଜେଡିୟୁ ହେତୁ ଏପରି କଥା କୁହାଯାଉଛି। କାରଣ ଉଭୟ ଦଳର ତୁରନ୍ତ ବଦଳିଯିବା ଇତିହାସ ଅଛି। ବର୍ତ୍ତମାନ ଟିଡିପିରେ ୧୬ଟି ସିଟ ଏବଂ ଜେଡିୟୁରେ ୧୨ଟି ସିଟ ରହିଛି। ଇଣ୍ଡିଆ ମେଣ୍ଟର ନେତାମାନେ ଉଭୟ ଦଳକୁ ନିଜ ପକ୍ଷକୁ ଆଣିବା କଥା କହୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା