Masthead

କାର୍ତ୍ତିକର ପ୍ରଥମ ଦିନ: ମହାପ୍ରଭୁଙ୍କ ଦର୍ଶନ ମିଳୁନି, ମହାପ୍ରସାଦରେ ମନ ବୁଝାଉଛି ଭକ୍ତ

ପୁରୀ: ଆଜିଠୁ ଆରମ୍ଭ ଧର୍ମ ମାସ କାର୍ତ୍ତିକ । ପୂଣ୍ୟ ସଞ୍ଚୟର ମାସ । ଦେବ ଉପାସନାର ମାସ । ହେଲେ କରୋନା ସବୁ ସାରିଦେଇଛି । ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ମନା । ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା । ଭକ୍ତ-ଭଗବାନ ମଝିରେ ଭୂତାଣୁର ପାଚେରୀ । ଏସବୁ ଭିତରେ ଭକ୍ତର ମନ ବୁଝାଇବାକୁ ଶ୍ରୀମନ୍ଦିର ପ୍ରଶାସନ କରିଛି ୨ ଦ୍ୱାରରେ ଅବଢା ବିକ୍ରିର ବ୍ୟବସ୍ଥା । ଉତ୍ତର ଓ ଦକ୍ଷିଣ ଦ୍ୱାର ନିକଟ ଖାଲି ସ୍ଥାନରେ ଅସ୍ଥାୟୀ ତମ୍ବୁ ବାନ୍ଧି ବିକ୍ରି କରାଯାଉଛି ମହାପ୍ରସାଦ । ଟୋକନ୍ ସଂଗ୍ରହ କରି ଲାଇନରେ ଛିଡ଼ା ହୋଇ ଅବଢା ସଂଗ୍ରହ କରୁଛନ୍ତି ଶ୍ରଦ୍ଧାଳୁ । ଯିଏ ଅବଢା ଟିକେ ପାଇଯାଉଛି, ତାହାର ଆନନ୍ଦ କହିଲେ ନ ସରେ । ମାସ କାର୍ତ୍ତିକ, ହେଲେ ମହାପ୍ରଭୁଙ୍କ ଦର୍ଶନ ନାହିଁ, ସେତିକିବେଳେ ମହାପ୍ରସାଦ ମିଳିଯିବା ଭକ୍ତ ଲାଗି ଭାଗ୍ୟର କଥା । ସେଥିଲାଗି ଘଣ୍ଟା ଘଣ୍ଚା ଧରି ଶହ ଶହ ଶ୍ରଦ୍ଧାଳୁ ଧାଡ଼ିରେ ଛିଡ଼ା ହୋଇଥିଲେ । କାର୍ତ୍ତିକ ଆରମ୍ଭରୁ ଯେମିତି ହେଲେ ଅବଢା ଟିକେ ପାଇ ବ୍ରତ ଆରମ୍ଭ କରିବେ । କରୋନା ଭୟ ଥିଲେ ବି ଭକ୍ତି ଓ ଆବେଗ ଭକ୍ତକୁ ଟାଣି ଆଣୁଛି ବଡ଼ଦାଣ୍ଡକୁ । ମହାପ୍ରସାଦ ଧରି, ପତିତପାବନକୁ ଚାହିଁ, ଜୟ ଜଗନ୍ନାଥ କହି ଆନନ୍ଦାଶ୍ରୁରେ ଭିଜୁଛି ସେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ