Masthead

୨ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ୨ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି। ସରକାରୀ ଚାରିରିଆଙ୍କର ଦୁଇରୁ ଅଧିକ ସନ୍ତାନ ଥିଲେ ପଦୋନ୍ନତି ମିଳିବନି । ଦୁଇରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆଯିବନି। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜନସଂଖ୍ୟା ବିଧେୟକ-୨୦୨୧ ଡ୍ରାଫ୍ଟ ପସ୍ତୁତ କରିଛନ୍ତି ଉତ୍ତରପ୍ରଦେଶ ସରକାର। ୨ରୁ ଅଧିକ ସନ୍ତାନ ଥିବା ପରିବାର ଅନେକ ସରକାରୀ ସୁବିଧାରୁ ବଞ୍ଚିତ ରହିବେ। ସରକାରୀ ଯୋଜନାର ମଧ୍ୟ ଲାଭ ମିଳିବ ନାହିଁ। ଆୟୋଗ ଡ୍ରାଫ୍ଟକୁ ସରକାରୀ ୱେବସାଇଟରେ ଅପଲୋଡ କରାଯାଇ ଆସନ୍ତା ୧୯ ତାରିଖ ମଧ୍ୟରେ ରାଜ୍ୟବାସୀ ଏହା ଉପରେ ମତ ରଖିବାକୁ କୁହାଯାଇଛି। ଯୋଗୀ ସରକାର ଆସନ୍ତା ୧୧ ତାରିଖରେ ନୂଆ ଜନସଂଖ୍ୟା ନୀତି ଜାରି କରିବାକୁ ଯାଉଛନ୍ତି। ଚିଠା ପ୍ରସ୍ତାବ ଗ୍ରହଣ କରିଥିବା ରାଜ୍ୟ ବିଧି ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଜନସଂଖ୍ୟା ବିଧେୟକ-୨୦୨୧ ଡ୍ରାଫ୍ଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ। ଆୟୋଗ ନିଜ ପ୍ରୟାସରେ ଏହି ବିଧେୟକ ପ୍ରସ୍ତୁତ କରିଛନ୍ତି। ୨ ସନ୍ତାନ ଥିବା ସରକାରୀ କର୍ମଚାରୀଙ୍କୁ ଆଡିସନାଲ ଇନକ୍ରିମେଣ୍ଟ ଦିଆଯିବା ସହ ଘର ବା ଜାଗା କିଣାରେ ରିହାତି ମିଳିବ। ଏହାସହ ଇପିଏଫ୍ ୩ପ୍ରତିଶତ ବୃଦ୍ଧି କରାଯିବ। ଗୋଟିଏ ସନ୍ତାନ ଥିବା ଦମ୍ପତିଙ୍କୁ ସ୍ବତନ୍ତ୍ର ସୁବିଧା ଦେବାକୁ ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି। ମାଗଣା ଚିକିତ୍ସା ସୁବିଧା ସହ ୨୦ବର୍ଷ ପର୍ୟ୍ୟନ୍ତ ବୀମା, ସିଙ୍ଗଲ ଚାଇଲ୍ଡଙ୍କୁ ସ୍କୁଲରେ ଆଡମିସନ ପାଇଁ ପ୍ରାଥମିକତା ଦିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ