ଆଜି ପବିତ୍ର ଜ୍ୟେଷ୍ଠପୂର୍ଣ୍ଣିମା, ମହାପ୍ରଭୁଙ୍କ ଜନ୍ମ ଦିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜ୍ୟେଷ୍ଠ ପୂର୍ଣ୍ଣିମାରେ ହୁଏ ଶ୍ରୀଜଗନ୍ନାଥଙ୍କର ସ୍ନାନଯାତ୍ରା। ଏହି ଦିନଟି ତାଙ୍କର ଜନ୍ମଦିନ। ଏହି ଦିନ ଦାରୁଦିଅଁଙ୍କ ଆବିର୍ଭାବ ହୋଇଥିଲା । ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡରେ ଏହା ବର୍ଣ୍ଣିତ ହୋଇଛି । ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଠାକୁରଙ୍କ ପବିତ୍ର ଜନ୍ମ ଦିବସ ଭାବେ ଇନ୍ଦ୍ର ନୀଳମଣି ପୁରାଣରେ ମଧ୍ୟ ବର୍ଣ୍ଣିତ ହୋଇଛି । ବାମଦେବ ସଂହିତାରେ ରହିଛି ଏହି ଦିବସରେ ଦାରୁବିଗ୍ରହଙ୍କ ରୂପରେ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ହୋଇଥିଲେ ।

ଏଣୁ ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବତ୍ ନିର୍ଦ୍ଦେଶକ୍ରମେ ଏହି ଦିନରେ ଚନ୍ଦନ ମିଶ୍ରିତ ସୁନାକୂଅର ଜଳରେ ଠାକୁରଙ୍କ ସ୍ନାନ କରାଇଛନ୍ତି । ନୀଳାଦ୍ରି ମହୋଦୟରେ ଏଭଳି ବିବରଣୀ ରହିଛି । ସେପଟେ ଶ୍ରୀଜଗନ୍ନାଥ ନିଜେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ ବୋଲି କେତେକ ଶାସ୍ତ୍ର, ଗ୍ରନ୍ଥରେ ବର୍ଣ୍ଣନା ଅଛି। ‘ନୀଳାଦ୍ରି ମହୋଦୟ’ରେ ଶ୍ରୀଜଗନ୍ନାଥ କହିଛନ୍ତି, ଜ୍ୟେଷ୍ଠ ଅମାବାସ୍ୟା ଦିନ ସ୍ବାୟମ୍ଭୂବ ମନୁ ଗୋଟିଏ ଯଜ୍ଞ କରିଥିଲେ। ସେହି ଯଜ୍ଞ ବେଦୀରେ ସେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଆବିର୍ଭୂତ ହୋଇଥିଲେ। ଏଣୁ ଏହି ଯାତ୍ରାର ନାମ ‘ଜ୍ୟେଷ୍ଠା ଯାତ୍ରା’।

ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ ହେତୁ ଏହା ଅତ୍ୟନ୍ତ ପବିତ୍ର। ଏହି ଦିନ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଯେଉଁ ସ୍ନାନ ନୀତି ହୁଏ, ତାହାକୁ ‘ଅବଭୃଥ ସ୍ନାନ’ କୁହାଯାଏ। ‘ଅବଭୃଥ’ ଅର୍ଥ ‘ଯଜ୍ଞାନ୍ତ’। ଏହା ସୂଚାଏ ଯେ ଯଜ୍ଞର ପରିସମାପ୍ତି ବା ପୂର୍ଣ୍ଣାହୁତି ପରେ ଶ୍ରୀଜଗନ୍ନାଥ ଯଜ୍ଞ ବେଦୀରେ ଆବିର୍ଭୂତ ହୋଇଥିଲେ। ଏଣୁ ଏହା ତାଙ୍କ ଜନ୍ମ ପରର ପ୍ରଥମ ସ୍ନାନ। ଶ୍ରୀକ୍ଷେତ୍ର ପୁରୀରେ ବହୁ ପ୍ରାଚୀନ କାଳରୁ ଏହି ଯାତ୍ରା ହୋଇଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ