Masthead

‘ବିଗବସ’ ର ତାଜ ପିନ୍ଧିଲେ ରୁବିନା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡର ସବୁଠାରୁ ଫେମସ୍ ରିଆଲିଟି ସୋ ବିଗବସ୍ । ଯାହାର ଫ୍ୟାନ ଫଲୋଇଂଗ ସବୁଠାରୁ ଅଧିକ । ତେବେ ଦୀର୍ଘ ସାଡେ ଚାରିମାସ ଧରି ଚାଲିଥିବା ବିଗବସ୍ସିଜନ୍ ୧୪ର ଯାତ୍ରା ଶେଷ ହୋଇଛି । ଫାଇନାଲି ଟେଲିଭିଜନ ଦୁନିଆର ଫେବରେଟ ବୋହୂ ରୁବିନା ବିଗ ବସ୍ ଜିତି ଉଇନରର ତାଜ ପିନ୍ଧିଛନ୍ତି । ସେ ରାହୁଲ ବୈଦ୍ୟଙ୍କୁ ହରାଇ ବିଗ ବସ୍ ସିଜନ୍ ୧୪ର ଚିକମିକିଆ ଟ୍ରଫିକୁ ନିଜ ନାଁରେ କରିନେଇଛନ୍ତି । ସତ ହୋଇଛି ଦର୍ଶକଙ୍କ ଅନୁମାନ । ଶେଷରେ ବିଗବସ୍ ୧୪ର ବିଜୟୀ ହୋଇଛନ୍ତି ରୁବିନା ଦିଲୈକି ।

ସମସ୍ତଙ୍କୁ ପଛରେ ପକାଇ ରୁବିନା ମାରିଛନ୍ତି ବାଜି । ବିଗବସର ହୋଷ୍ଟ ସଲମାନ ଖାନ ବିଜେତା ଭାବେ ରୁବିନାଙ୍କ ନା ଘୋଷଣା କରିଥିଲେ । ତେବେ ଟ୍ରଫି ବ୍ୟତୀତ ରୁବିନାଙ୍କୁ ୩୬ ଲକ୍ଷ ଟଙ୍କା ମଧ୍ୟ ମିଳିଛି । ଏହି ସୋ ରେ ୫ଜଣ ଫାଇନାଲକୁ ଯାଇଥିଲେ । ରୁବିନା ଦିଲୈକି, ନିକି ତମ୍ବୋଲି, ରାହୁଲ ବୈଦ୍ୟା, ଅଲ୍ଲୀ ଗୋନୀ ଓ ରାକ୍ଷୀ ସାୱନ୍ତ । ତେବେ ଏମାନଙ୍କ ମଧ୍ୟରୁ ରାହୁଲ ଏବଂ ରୁବିନା ଙ୍କ ମଧ୍ୟରେ ଜଣେ ଉଇନର ହେବେ ବୋଲି ଦର୍ଶକ ଅନୁମାନ କରିଥିଲେ । ଯାହାକି ଶେଷରେ ସତ ହୋଇଛି । ରାହୁଲଙ୍କୁ ପଛରେ ପକାଇ ରୁବିନା ବିଜୟୀ ହୋଇଛନ୍ତି । ବିଗବସ୍ ଶୋ ଆରମ୍ଭରୁ ରୁବିନା ଜଣେ ଶକ୍ତିଶାଳୀ ପ୍ରତିଯୋଗୀ ଥିଲେ ।

ଶୋ ରେ ସେ ବେସ୍ ଦମଦାର ପ୍ରଦର୍ଶନ କରିଥିଲେ । ଶୋ ରେ ନିଜର ଷ୍ଟ୍ରେଟ ଫରୱାଡ ନେଚରକୁ ସେ କାୟମ ରଖି ଆଗକୁ ବଢିଥିଲେ । ଆନେକ ଥର ସଲମାନ ଖାନ୍ ରୁବିନାଙ୍କ କ୍ଲାସ ମଧ୍ୟ ନେଉଥିଲେ । ହେଲେ ରୁବିନା ତାଙ୍କ ପର୍ସନାଲିଟିକୁ ବଜାୟ ରଖି ଶେଷରେ ବିଜୟୀ ହୋଇଥିଲେ । ରୁବିନାଙ୍କ ପାଇଁ ବିଗବସ ଯାତ୍ରା ଏତେ ସହଜ ନଥିଲା । ତେବେ ସେ ଯାହା ବି ହଉ ରୁବିନା ତାଙ୍କ ଫ୍ୟାନ୍ସ ମାନଙ୍କର ଆଶାକୁ ପୁରଣ କରିଛନ୍ତି । ଏବଂ ବିଗବସର ଉଇନର ହୋଇଛନ୍ତି । ତାଙ୍କର ଏ ସଫଳତା ପରେ ତାଙ୍କ ଫ୍ୟାନ୍ସ ମାନଙ୍କ ସହ ଅନେକ ଅଭିନେତା ଅଭିନେତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା