Masthead

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ମୋହନା (ବଡ଼ ଖବର ବ୍ୟୁରୋ): ଦାଦନ ଦୁଃଖ କମିବାରେ ନାମ ନେଉନାହିଁ । ପୁଣି ଏକ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବଡ଼ଶିନ୍ଧବା ପଞ୍ଚାୟତ ଗାନ୍ଧୀନଗର ଗାଁରେ। ଗାଁ ର ଶୁଭେନ ମାଳି ଘରର ଆର୍ଥିକ ଅନଟନ ସୁଧାରିବା ପାଇଁ କିଛି ଦିନ ପୂର୍ବରୁ କେରଳ ଯାଇଥିଲା ଟଙ୍କା ରୋଜଗାର କରିବା ପାଇଁ। ଘରେ ତିନୋଟି ଭଉଣୀର ପାଠ ପଢ଼ା ସାଙ୍ଗକୁ ବାପା ମା ଙ୍କ ଦାୟିତ୍ବ ବଢିଥିଲା । ଘରେ ରୋଜଗାର କରିବା ପାଇଁ ଏକ ମାତ୍ର ସାହା ରହିଥିଲା ସୁଭେନ ମାଳି। ହେଲେ ଦଇବ ସାଜିଲା ଦାଉ କେରଳ ରେ ପହଞ୍ଚି ଏକ ଘରୋଇ କମ୍ପାନୀ ରେ କାମ କରୁଥିବା ସମୟରେ ହଟାତ ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା। ଯାହା ଫଳରେ ସେଠାରେ ଚିକିତ୍ସା କରି ଗାଁକୁ ଟ୍ରେନ୍ ରେ ଆସୁଥିଲେ। ଆସିବା ସମୟରେ ବିଜୟୱାଡ଼ା ରେଳ ଷ୍ଟେସନ ନିକଟରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଶୁଭେନଙ୍କ ସାଥିରେ ଆସୁଥିବା ସମ୍ପର୍କୀୟ ଭାଇ ତାଙ୍କ ପରିବାର ମୃତ୍ୟୁର ଖବର ଦେଇଥିଲେ । ଖବର ପାଇବା ପରେ ଅତି ଗରିବ ପରିବାର ହୋଇଥିବାରୁ କିଭଳି ଭାବେ ଶୁଭେନଙ୍କ ମରଶରୀର ଗାଁକୁ ଅଣାଯିବ ତାହା ଭାଙ୍ଗି ପଡ଼ିଥିଲେ। ମୃତ୍ୟୁ ଖବର ଗାଁ ଲୋକେ ଶୁଣିବା ପରେ ମର ଶରୀର ଆଣିବା ପାଇଁ ଚାନ୍ଦା ଆଦାୟ କରି ମରଶରୀରକୁ ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ଅଣାଯାଇଥିଲା। ଗାଁରେ ସୁଭେନଙ୍କ ଶବ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି। ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଗାଁ ଲୋକଙ୍କ ସହ ପରିବାର ଲୋକେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ