Masthead

ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ନେଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଧାରଣା

ବାହାନଗା(ବଡ଼ ଖବର ବ୍ୟୁରୋ): ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ନେଇ ସ୍କୁଲରେ ହଟ୍ଟଗୋଳ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ମହାରୁଦ୍ରପୁରରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଗରେ ଧାରଣା ଦେଲେ ଅଭିଭାବକ ଓ ଛାତ୍ର ଛାତ୍ରୀ । ଏମାନଙ୍କର ଅଭିଯୋଗ ହେଲା ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ଦିଆଯାଉଛି । ଏହି ମଧ୍ୟାହ୍ନ ଭୋଜନ ଦାଇତ୍ୱ ବହୁ ଦିନ ଧରି ଏକ ସ୍ୱୟଂ ସହାୟକ ଗୋଷ୍ଠୀ ନେଇଥିଲା । ପୂର୍ବରୁ ଏହି ଗୋଷ୍ଠୀକୁ ନେଇ ବିଦ୍ୟାଳୟରେ ଗଣ୍ଡଗୋଳ ହୋଇଥିଲା ଆଉ ଏପରି ସ୍ଥିତି ମଧ୍ୟ ହୋଇଥିଲା । ଯାହାଦ୍ୱାରା ଶିକ୍ଷା ବିଭାଗ ସ୍ୱୟଂ ସହାୟକ ଗୋଷ୍ଠୀ ହାତରୁ ନେଇ ବିଦ୍ୟାଳୟର ଶିକ୍ଷକ ମାନେ ୮ ମାସ ହେବ ବୁଝାବୁଝି କରୁଥିଲେ ।

ପରେ ଗୋଷ୍ଠୀର ମହିଳା ହାଇକୋର୍ଟର ଦ୍ୱାରସ୍ଥ ହେବା ପରେ କୋର୍ଟ ଉପଜିଲ୍ଲାପାଳଙ୍କୁ ବୁଝିବାକୁ ନିର୍ଦେଶ ଦେଇଥିଲେ । ତେଣୁ ନିଦେ୍ର୍ଦଶ ମୁତାବକ ଉପଜିଲ୍ଲାପାଳ ଗୋଷ୍ଠୀକୁ ଖାଦ୍ୟ ଦେବାକୁ ଆଦେଶ ଦେଇଥିଲେ କିନ୍ତୁ ଏବେ ସ୍କୁଲ ଖୋଲିବା ପରେ ଆଜି ପିଲାମାନେ ଓ ଅଭିଭାବକ ରୋଷେଇ ଘରେ ତାଲା ପକାଇଥିଲେ । ଯାହାଦ୍ୱାରା ଏକ ବଡ଼ ଗଣ୍ଡଗୋଳ ସ୍ଥିତି ଉପୁଜିଥିଲା କ୍ଷ ତେବେ ପିଲା ଓ ଅଭିଭାବକଙ୍କ କହିବା କଥା ସରକାର ଅନ୍ୟ କୌଣସି ଗୋଷ୍ଠୀ କିମ୍ବା ବିଦ୍ୟାଳୟର ଶିକ୍ଷକ ଦାୟିତ୍ୱ ନେଇ ଖାଇବାକୁ ଦେଲେ ସେମାନେ ଖାଇବେ । ନହେଲେ ସେମାନେ ଦେଉଥିବା ନିମ୍ନମାନର ଖାଦ୍ୟକୁ ସେମାନେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ବିଦ୍ୟାଳୟର ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷୟତ୍ରୀଙ୍କ କହିବା କଥା ଉଭୟଙ୍କୁ ବୁଝାଇଲେ କେହି ବୁଝିବାକୁ ନାରାଜ ଏହା ଦ୍ୱାରା ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି । ତେବେ ସେ ଏହି ବାବଦରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ସେ କହିଛନ୍ତି । ଗଣ୍ଡଗୋଳ ତୀବ୍ର ହେବାରୁ ପିଲାମାନେ ଶିକ୍ଷୟତ୍ରୀ ମାନଙ୍କୁ ତାଲା ପକାଇଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ