Masthead

ଟିମ୍ ଇଣ୍ଡିଆର ବିଜୟ ପରେ ଟି-୨୦ ଫର୍ମାଟରୁ ବିରାଟ-ରୋହିତଙ୍କର ଅବସର ଘୋଷଣା

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟି-୨୦ ବିଶ୍ୱକପ ୨୦୨୪ର ଟାଇଟଲ ଜିତିବା ପରେ ଅବସର ଘୋଷଣା କରିଛନ୍ତି ବିରାଟ-ରୋହିତ । କୋହଲି ଏବଂ ରୋହିତଙ୍କ ଟିମ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । ରୋହିତଙ୍କ ଅଧିନାୟକତ୍ୱ ସଫଳତା ପାଇଛି । ତାଙ୍କୁ କୋହଲିଙ୍କ ପରେ ଦାୟିତ୍ୱଭାର ପ୍ରଦାନ କରାଯାଇଥିଲା, ଯେଉଁଥିରେ ସେ ସଫଳ ହୋଇଛନ୍ତି । ରୋହିତ ଏବଂ କୋହଲିଙ୍କ ସନ୍ୟାସ ସହ ଗୋଟିଏ ଯୁଗର ଅନ୍ତ ଘଟିଛି । କୋହଲି ଟି-୨୦ ଇଣ୍ଟରନେସନାଲରେ ଅନେକ ରେକର୍ଡ କରିଛନ୍ତି । ଏହି ରେକର୍ଡକୁ ଭାଙ୍ଗିବା, କୌଣସି ଖେଳାଳି ପାଇଁ ସମ୍ଭବପର ନୁହେଁ । ବର୍ତ୍ତମାନ ସେମାନଙ୍କୁ ଏକ ସ୍ମରଣୀୟ ବିଦାୟ ମିଳିଛି ।

ଟିମ ଇଣ୍ଡିଆ ୧୭ ବର୍ଷ ପରେ ଟି-୨୦ ବିଶ୍ୱ କପର ଟାଇଟଲକୁ ହାସଲ କରିଛି । ଭାରତ ପ୍ରଥମ ଥର ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାପ୍ଟେନସି ସମୟରେ ୨୦୦୭ରେ ଏହି ବିଜୟ ହାସଲ କରିଥିଲା । ଗତକାଲିର ମ୍ୟାଚ ପରେ ରୋହିତ ଶର୍ମା ପୁଣିଥରେ ଫ୍ୟାନ୍ସଙ୍କ ସ୍ୱପ୍ନକୁ ସାକାର କରିଛନ୍ତି । ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ୱାନଡେ ବିଶ୍ୱ କପ ୨୦୨୩ର ଫାଇନାଲ ପର୍ୟ୍ୟନ୍ତ ପହଞ୍ଚିଥିଲା । ହେଲେ ଏହାକୁ ହାରିବାର ସାମ୍ନା କରିବାକୁ ପଡିଥିଲା । ଏଥର ରୋହିତ ଫ୍ୟାନ୍ସକୁ ନିରାଶ କରିନାହାନ୍ତି ବରଂ ଟିମକୁ ଚ୍ୟାମ୍ପିୟନ କରିଛନ୍ତି । ବିରାଟ କୋହଲି ନିଜ କ୍ୟାରିୟରେ ଅନେକ ରେକର୍ଡ କରିଛନ୍ତି । ଯଦି ଆମେ ତାଙ୍କ ଟି-୨୦ ଇଣ୍ଟରନେସନାଲ କ୍ୟାରିୟର ଉପରେ ନଜର ପକାଇବା ତେବେ ସେ ଭଲ ପ୍ରଦର୍ଶନ କରିଛନ୍ତି । ସେ ୧୨୫ଟି ମ୍ୟାଚରେ ୪୧୮୮ ରନ କରିଛନ୍ତି । ସେ ୧ ଶତକ ଏବଂ ୩୮ ଅର୍ଦ୍ଧଶତକ କରିଛନ୍ତି । କୋହଲୀଙ୍କ ସର୍ବଶ୍ରେଷ୍ଠ ସ୍କୋର ଅପରାଜୟ ୧୨୨ ରନ ରହିଛି । କୋହଲି ଟୀମ ଇଣ୍ଡିଆ ପାଇଁ ଏକ ଭରଷା ରହିଛି । ଏହି ଖେଳରେ ସେ ୭୬ ରନ କରି ଭାରତକୁ ଜିତାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ