Masthead

ଟିମ୍ ଇଣ୍ଡିଆର ବିଜୟ ପରେ ଟି-୨୦ ଫର୍ମାଟରୁ ବିରାଟ-ରୋହିତଙ୍କର ଅବସର ଘୋଷଣା

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟି-୨୦ ବିଶ୍ୱକପ ୨୦୨୪ର ଟାଇଟଲ ଜିତିବା ପରେ ଅବସର ଘୋଷଣା କରିଛନ୍ତି ବିରାଟ-ରୋହିତ । କୋହଲି ଏବଂ ରୋହିତଙ୍କ ଟିମ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । ରୋହିତଙ୍କ ଅଧିନାୟକତ୍ୱ ସଫଳତା ପାଇଛି । ତାଙ୍କୁ କୋହଲିଙ୍କ ପରେ ଦାୟିତ୍ୱଭାର ପ୍ରଦାନ କରାଯାଇଥିଲା, ଯେଉଁଥିରେ ସେ ସଫଳ ହୋଇଛନ୍ତି । ରୋହିତ ଏବଂ କୋହଲିଙ୍କ ସନ୍ୟାସ ସହ ଗୋଟିଏ ଯୁଗର ଅନ୍ତ ଘଟିଛି । କୋହଲି ଟି-୨୦ ଇଣ୍ଟରନେସନାଲରେ ଅନେକ ରେକର୍ଡ କରିଛନ୍ତି । ଏହି ରେକର୍ଡକୁ ଭାଙ୍ଗିବା, କୌଣସି ଖେଳାଳି ପାଇଁ ସମ୍ଭବପର ନୁହେଁ । ବର୍ତ୍ତମାନ ସେମାନଙ୍କୁ ଏକ ସ୍ମରଣୀୟ ବିଦାୟ ମିଳିଛି ।

ଟିମ ଇଣ୍ଡିଆ ୧୭ ବର୍ଷ ପରେ ଟି-୨୦ ବିଶ୍ୱ କପର ଟାଇଟଲକୁ ହାସଲ କରିଛି । ଭାରତ ପ୍ରଥମ ଥର ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାପ୍ଟେନସି ସମୟରେ ୨୦୦୭ରେ ଏହି ବିଜୟ ହାସଲ କରିଥିଲା । ଗତକାଲିର ମ୍ୟାଚ ପରେ ରୋହିତ ଶର୍ମା ପୁଣିଥରେ ଫ୍ୟାନ୍ସଙ୍କ ସ୍ୱପ୍ନକୁ ସାକାର କରିଛନ୍ତି । ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ୱାନଡେ ବିଶ୍ୱ କପ ୨୦୨୩ର ଫାଇନାଲ ପର୍ୟ୍ୟନ୍ତ ପହଞ୍ଚିଥିଲା । ହେଲେ ଏହାକୁ ହାରିବାର ସାମ୍ନା କରିବାକୁ ପଡିଥିଲା । ଏଥର ରୋହିତ ଫ୍ୟାନ୍ସକୁ ନିରାଶ କରିନାହାନ୍ତି ବରଂ ଟିମକୁ ଚ୍ୟାମ୍ପିୟନ କରିଛନ୍ତି । ବିରାଟ କୋହଲି ନିଜ କ୍ୟାରିୟରେ ଅନେକ ରେକର୍ଡ କରିଛନ୍ତି । ଯଦି ଆମେ ତାଙ୍କ ଟି-୨୦ ଇଣ୍ଟରନେସନାଲ କ୍ୟାରିୟର ଉପରେ ନଜର ପକାଇବା ତେବେ ସେ ଭଲ ପ୍ରଦର୍ଶନ କରିଛନ୍ତି । ସେ ୧୨୫ଟି ମ୍ୟାଚରେ ୪୧୮୮ ରନ କରିଛନ୍ତି । ସେ ୧ ଶତକ ଏବଂ ୩୮ ଅର୍ଦ୍ଧଶତକ କରିଛନ୍ତି । କୋହଲୀଙ୍କ ସର୍ବଶ୍ରେଷ୍ଠ ସ୍କୋର ଅପରାଜୟ ୧୨୨ ରନ ରହିଛି । କୋହଲି ଟୀମ ଇଣ୍ଡିଆ ପାଇଁ ଏକ ଭରଷା ରହିଛି । ଏହି ଖେଳରେ ସେ ୭୬ ରନ କରି ଭାରତକୁ ଜିତାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ