Masthead

ଠାକୁରଙ୍କ ଆଜ୍ଞାମାଳ ବିଜେ ଅପେକ୍ଷାରେ ତିନିରଥ

ପୁରୀ (ବଡ଼ ଖବର ବ୍ୟୁରୋ):  ଦିନକ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବଡ଼ଦାଣ୍ଡରେ ପ୍ରସ୍ତୁତ ହେଲାଣି ରଥତ୍ରୟ । ଠାକୁରଙ୍କ ଆଜ୍ଞାମାଳ ବିଜେକୁ ଅପେକ୍ଷା କରିଛନ୍ତି ନିର୍ମାଣକାରୀ । ଆଜି ତିନି ରଥରେ ପ୍ରଭା ସ୍ଥାପନ ହେବ । ଠାକୁରଙ୍କ ସିଂହାସନର ଏକ ଅଂଶ ହେଉଛି ପ୍ରଭା । ଠାକୁରେ ପ୍ରଭାକୁ ଆଉଜି ଅବସ୍ଥାନ କରିଥାନ୍ତି । ତିନି ରଥରେ କନାମଣ୍ଡଣି କାର୍ଯ୍ୟ ଶେଷ ହୋଇ ଅଳଙ୍କରଣ ସରିଲେ ରଥ କାର୍ଯ୍ୟ ସରିବ । ଆଜି ଠାକୁରଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହେବ ବୋଲି ପ୍ରଶାସନିକ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି ।

ଶୁକ୍ରବାର ତିନି ରଥରେ ଠେକରା ବାଡ଼ ବୁଲିଛି । ତାଳଧ୍ୱଜ ରଥରେ ସବୁଜ ରଙ୍ଗର, ନନ୍ଦିଘୋଷ ରଥରେ ହଳଦିଆ ଓ ଦର୍ପଦଳନ ରଥରେ କମଳା ରଙ୍ଗର ଠେକରା ବାଡ଼ ଲାଗିଛି । ଗୁରୁବାର ପ୍ରଭା କାର୍ୟ୍ୟ ମଧ୍ୟ ଶେଷ କରିଛନ୍ତି ଚିତ୍ରକାର । ଶନିବାର ପ୍ରଭା ସ୍ଥାପନ ହେଲେ ରଥରେ ଠାକୁରଙ୍କ ଅବସ୍ଥାନ ପାଇଁ ବେଦି ସିଂହାସନ କାର୍ଯ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ପରେ ରଥ ଆଜ୍ଞା ମାଳ ବିଜେ ନୀତି ରହିଛି । ଚଳିତ ବର୍ଷ ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ଆସି ରଥ ଖଳାରେ ପହଞ୍ଚିବ । ଏହାପରେ ରଥଖଳାରୁ ତିନି ରଥକୁ ଟଣାଯାଇ ସିଂହଦ୍ୱାରରେ ପହଞ୍ଚାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼