Masthead

ଇକ୍ୟୁଏଡରରେ ଭୂକମ୍ପ, ୧୪ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇକ୍ୟୁଏଡର ଏବଂ ଉତ୍ତର ପେରୂରେ ଭୂକମ୍ପ । ଭୂକମ୍ପର ତୀବ୍ରତା ୬.୮ ରହିଛି । ଏହାଦ୍ୱାରା ବଡ ବଡ ଅଟ୍ଟାଳିକା ଏବଂ ବହୁ ଧନ ଜୀବନ ନଷ୍ଟ ହୋଇଯାଇଛି । ଇକ୍ୟୁଏଡରର ରାଷ୍ଟ୍ରପତି ଏକ ଟ୍ୱିଟ ଜରିଆରେ ଶାନ୍ତି ରଖିବା ପାଇଁ କହିଛନ୍ତି । ଆମେରିକା ଭୌଗୋଳିକ ସର୍ବେକ୍ଷଣ ସୂଚନା ଦେଇଛନ୍ତି, ଏହି ଭୂକମ୍ପର ତୀବ୍ରତା ୬.୮ ରହିଛି । ଏହା ଗୁଆୟା ପ୍ରଦେଶର ବାଲାଓ ସହରଠାରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଘଟିଛି।

ଅଧିକାରୀ କହିଛନ୍ତି ଯେ, ଏହି ଭୂକମ୍ପରେ ସୁନାମି ହେବାର ସମ୍ଭାବନା ନାହିଁ। ଇକ୍ୟୁଏଡରର ରିସ୍କ ମ୍ୟାନେଜମେଣ୍ଟ ସେକ୍ରେଟାରିଏଟ୍ ଏକ ବିବୃତ୍ତିରେ କହିଛି ଯେ, ଭୂକମ୍ପ ଯୋଗୁଁ କୁଏଙ୍କା ସହରରେ ଏକ ଗାଡି ଉପରେ କାନ୍ଥ ଭୁଶୁଡି ପଡିଛି। ଯେଉଁଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ମାଚାଲାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ମହଲା ବିଶିଷ୍ଟ ଘର ଭୁଶୁଡି ପଡିଛି। ଆହୁରି ମଧ୍ୟ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା