Masthead

ମାଇକ୍ରୋସଫ୍ଟରେ ଅଚଳାବସ୍ଥା ପାଇଁ ସାରା ବିଶ୍ୱ ପ୍ରଭାବିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ହେବା ପରେ ବିଶ୍ବବ୍ୟାପୀ ବ୍ୟାଙ୍କଠୁ ନେଇ ଏୟାରଲାଇନ୍ସ ପର୍ଯ୍ୟନ୍ତ ସେବା ଠପ୍ ହୋଇଛି। ଅନେକ ଓ୍ବିଣ୍ଡୋଜ୍ ୟୁଜରଙ୍କୁ ବ୍ଲୁ ସ୍କ୍ରିନ୍ ଅଫ ଡେଥ ଏରର ନଜର ଆସିଛି । ଓ୍ବିଣ୍ଡୋଜ୍ରେ ଗଡ଼ବଡ଼ ଯୋଗୁଁ ସୁପରମାର୍କେଟ, ବ୍ୟାଙ୍କିଙ୍ଗ ଅପରେସନ୍, ଷ୍ଟକ ମାର୍କେଟ ବିଶେଷ ଭାବେ ପ୍ରଭାବିତ ହୋଇଛି । ମାଇକ୍ରୋସଫ୍ଟରେ ସମସ୍ୟା ପାଇଁ ଆମେରିକାରେ ୩ଟି ଏୟାର ଲାଇନ ନିଜ ନିଜର ବିମାନ ଉଡ଼ାଣ ବାତିଲ କରିଛନ୍ତି । ଭାରତରେ ମଧ୍ୟ ବିମାନ ସେବା ପ୍ରଭାବିତ ହୋଇଛି । କେବଳ ବ୍ୟାଙ୍କିଙ୍ଗ କିମ୍ବା ଏୟାରଲାଇନ୍ସ ନୁହେଁ ଓ୍ବିଣ୍ଡୋ ବ୍ୟବହୃତ ଅନେକ କମ୍ପାନି କାର୍ଯ୍ୟ ବାଧିତ ହୋଇଛି । ଆମେରିକାର ଜରୁରୀ ସେବା ୯୧୧ ମଧ୍ୟ ଠପ ହୋଇଥିବା ଜଣାପଡ଼ିଛି । ବ୍ରିଟେନ୍ରେ ସ୍କାଏ ନ୍ୟୁଜ୍କୁ ଅଫ ଏୟାର କରିବାକୁ ପଡ଼ିଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲୋକେ ଓ୍ବିଣ୍ଡୋ କ୍ରାସ ହୋଇଥିବାର ଫଟୋ ଭିଡିଓ ଶେୟାର କରିଛନ୍ତି । ଭାରତରେ ବିମାନ ସେବା ଦେଉଥିବା ୩ଟି ଏୟାରଲାଇନ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଆକାଶ ଏୟାର ଏବଂ ସ୍ପାଇସ ଜେଟକୁ ବହୁ ଏୟାରପୋର୍ଟରେ ଚେକ ଇନ୍ କରାଇବାରେ ଅସୁବିଧା ହୋଇଛି । ତେଣୁ ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ ସମେତ ଦେଶର ଅନେକ ଏୟାରପୋର୍ଟରେ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଆକାଣ ଏୟାର ଯାତ୍ରୀଙ୍କୁ ମ୍ୟାନୁଆଲ ଚେକ-ଇନ ଏବଂ ବୋର୍ଡିଂ ସୁବିଧା ଉପଲବ୍ଧ କରାଇଛି । ସେପଟେ ଭୁବନେଶ୍ୱରରୁ କିଛି ବିମାନ ବାତିଲ୍‌ ହୋଇଛି । ଇଣ୍ଡିଗୋ କାଲି ପର୍ଯ୍ୟନ୍ତ ଉଡ଼ାଣ ବାତିଲ କରିଥିବା ସୂଚନା । ଚେକ୍‌ ଇନ୍‌ ଓ ଚେକ୍‌ ଆଉଟ୍‌ରେ ସମସ୍ୟା, ଯାତ୍ରୀ ହନ୍ତସନ୍ତ । ସବୁ ମାନୁଆଲି ହେଉଥିବାରୁ ବୋର୍ଡିଂରେ ବ୍ୟାପକ ସମସ୍ୟା ଦେଖାଦେଇଛି । ମାଇକ୍ରୋସଫ୍ଟରେ ଅଚଳାବସ୍ଥା ପାଇଁ ସାରା ବିଶ୍ୱ ପ୍ରଭାବିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ