Masthead

ମାଇକ୍ରୋସଫ୍ଟରେ ଅଚଳାବସ୍ଥା ପାଇଁ ସାରା ବିଶ୍ୱ ପ୍ରଭାବିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ହେବା ପରେ ବିଶ୍ବବ୍ୟାପୀ ବ୍ୟାଙ୍କଠୁ ନେଇ ଏୟାରଲାଇନ୍ସ ପର୍ଯ୍ୟନ୍ତ ସେବା ଠପ୍ ହୋଇଛି। ଅନେକ ଓ୍ବିଣ୍ଡୋଜ୍ ୟୁଜରଙ୍କୁ ବ୍ଲୁ ସ୍କ୍ରିନ୍ ଅଫ ଡେଥ ଏରର ନଜର ଆସିଛି । ଓ୍ବିଣ୍ଡୋଜ୍ରେ ଗଡ଼ବଡ଼ ଯୋଗୁଁ ସୁପରମାର୍କେଟ, ବ୍ୟାଙ୍କିଙ୍ଗ ଅପରେସନ୍, ଷ୍ଟକ ମାର୍କେଟ ବିଶେଷ ଭାବେ ପ୍ରଭାବିତ ହୋଇଛି । ମାଇକ୍ରୋସଫ୍ଟରେ ସମସ୍ୟା ପାଇଁ ଆମେରିକାରେ ୩ଟି ଏୟାର ଲାଇନ ନିଜ ନିଜର ବିମାନ ଉଡ଼ାଣ ବାତିଲ କରିଛନ୍ତି । ଭାରତରେ ମଧ୍ୟ ବିମାନ ସେବା ପ୍ରଭାବିତ ହୋଇଛି । କେବଳ ବ୍ୟାଙ୍କିଙ୍ଗ କିମ୍ବା ଏୟାରଲାଇନ୍ସ ନୁହେଁ ଓ୍ବିଣ୍ଡୋ ବ୍ୟବହୃତ ଅନେକ କମ୍ପାନି କାର୍ଯ୍ୟ ବାଧିତ ହୋଇଛି । ଆମେରିକାର ଜରୁରୀ ସେବା ୯୧୧ ମଧ୍ୟ ଠପ ହୋଇଥିବା ଜଣାପଡ଼ିଛି । ବ୍ରିଟେନ୍ରେ ସ୍କାଏ ନ୍ୟୁଜ୍କୁ ଅଫ ଏୟାର କରିବାକୁ ପଡ଼ିଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲୋକେ ଓ୍ବିଣ୍ଡୋ କ୍ରାସ ହୋଇଥିବାର ଫଟୋ ଭିଡିଓ ଶେୟାର କରିଛନ୍ତି । ଭାରତରେ ବିମାନ ସେବା ଦେଉଥିବା ୩ଟି ଏୟାରଲାଇନ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଆକାଶ ଏୟାର ଏବଂ ସ୍ପାଇସ ଜେଟକୁ ବହୁ ଏୟାରପୋର୍ଟରେ ଚେକ ଇନ୍ କରାଇବାରେ ଅସୁବିଧା ହୋଇଛି । ତେଣୁ ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ ସମେତ ଦେଶର ଅନେକ ଏୟାରପୋର୍ଟରେ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଆକାଣ ଏୟାର ଯାତ୍ରୀଙ୍କୁ ମ୍ୟାନୁଆଲ ଚେକ-ଇନ ଏବଂ ବୋର୍ଡିଂ ସୁବିଧା ଉପଲବ୍ଧ କରାଇଛି । ସେପଟେ ଭୁବନେଶ୍ୱରରୁ କିଛି ବିମାନ ବାତିଲ୍‌ ହୋଇଛି । ଇଣ୍ଡିଗୋ କାଲି ପର୍ଯ୍ୟନ୍ତ ଉଡ଼ାଣ ବାତିଲ କରିଥିବା ସୂଚନା । ଚେକ୍‌ ଇନ୍‌ ଓ ଚେକ୍‌ ଆଉଟ୍‌ରେ ସମସ୍ୟା, ଯାତ୍ରୀ ହନ୍ତସନ୍ତ । ସବୁ ମାନୁଆଲି ହେଉଥିବାରୁ ବୋର୍ଡିଂରେ ବ୍ୟାପକ ସମସ୍ୟା ଦେଖାଦେଇଛି । ମାଇକ୍ରୋସଫ୍ଟରେ ଅଚଳାବସ୍ଥା ପାଇଁ ସାରା ବିଶ୍ୱ ପ୍ରଭାବିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା