Masthead

ଲଗାଣ ବର୍ଷା, ଜାତୀୟ ରାଜପଥରେ ଚାଲିଲା ଅଣ୍ଟାଏ ପାଣି

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ଲଘୁଚାପ ଜନିତ ବର୍ଷାରେ ସାରା ରାଜ୍ୟରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଞ୍ଚଳରେ ଘରେ ପଶିଲା ବର୍ଷା ଜଳ । ଗତକାଲି ଠାରୁ ଜିଲ୍ଲାରେ ଲାଗିରହିଛି ଲଗାଣ ବର୍ଷା । ଫଳରେ ସହରର ବିଭିନ୍ନ ଅଞ୍ଚଳରେ ଘର ଭିତରେ ପଶିଲାଣି ବର୍ଷା ଜଳ । ସହରସ୍ତ କୁଞ୍ଜକାନ୍ତ, ଦଣ୍ଡାସାହି ଓ ଚନ୍ଦନ ବଜାର ମାରୁତି ନଗରରେ ପାଣି ଜମିବା ଦ୍ୱାରା ଅଞ୍ଚଳବାସୀ ନହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପୌର କର୍ତ୍ତୃପକ୍ଷ ସେସବୁ ଅଞ୍ଚଳରେ ପହଞ୍ଚି ଜଳ ନିଷ୍କାସନ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି ଏବଂ ଏହାର କିଭଳି ଭାବରେ ସ୍ଥାୟୀ ସମାଧାନ କରାଯିବ ସେନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯାଇଛି । ବର୍ଷା ଛାଡିଲା ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ସୁକାନ୍ତ କୁମାର ବେଉରା ଦେଇଛନ୍ତି । ସେହିଭଳି ୫୫ ନମ୍ବର ଜାତୀୟ ରାଜପଥ ଖଡ଼ଗପ୍ରସାଦ ଠାରୁ କୁରୁଣ୍ଟି ପର୍ଯ୍ୟନ୍ତ ରାସ୍ତାରେ ଅଣ୍ଟାଏରୁ ଉପରକୁ ବର୍ଷା ପାଣି ଚାଲୁଥିବାରୁ ଢେଙ୍କାନାଳ ଅନୁଗୁଳ ଯୋଗାଯୋଗ ଏକ ପ୍ରକାର ବିଛିନ୍ନ ହୋଇଯାଇଛି ।

କାରଣ ଏହି ଜାତୀୟ ରାଜପଥରେ ବର୍ତ୍ତମାନ କେବଳ ଟ୍ରକ ଓ ବସ ବ୍ୟତୀତ ଅନ୍ୟ କୌଣସି ଯାନ ଯିବା ସମ୍ଭଵପର ହୋଇପାରୁନି । ଯଦି ଏଭଳି ବର୍ଷା ଲଗାତାର ଜାରି ରହେ ତେବେ ସନ୍ଧ୍ୟାସୁଦ୍ଧା ଜଳସ୍ତର ଆହୁରି ବୃଦ୍ଧି ପାଇବ ଏବଂ ବସ ଟ୍ରକ ମଧ୍ୟ ଯିବା ଆସିବା ଅସମ୍ଭବ ହୋଇ ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି