Masthead

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଶିଖର ଧଓ୍ବନ୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଶିଖର ଧୱନ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଘରୋଇ ତଥା ଅନ୍ତର୍ଜାତୀୟ କ୍ରିକେଟ ପାଇଁ ସେ ବିଦାୟ ନେଇଛନ୍ତି। ଏହି ୩୭ ବର୍ଷୀୟ ଖେଳାଳି ୨୦୨୦ରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ତାଙ୍କର ୧୩ ବର୍ଷର କ୍ୟାରିଅରରେ ସେ ୩୪ ଟି ଟେଷ୍ଟ, ୧୬୭ଟି ଦିନିକିଆ ଏବଂ ୬୮ ଟି-୨୦ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଅବସର ଘୋଷଣା କରି ଧାୱନ କହିଛନ୍ତି, ବର୍ତ୍ତମାନ ଯଦି ମୁଁ ପଛକୁ ଚାହିଁବି, ତେବେ ମୁଁ ଅନେକ ସ୍ମୃତି ଦେଖିଥାଏ ଏବଂ ଯେତେବେଳେ ମୁଁ ଆଗକୁ ଦେଖେ, ସେତେବେଳେ ମୁଁ ସମଗ୍ର ବିଶ୍ୱକୁ ଦେଖେ। ଧୱନ ଅଷ୍ଟ୍ରେଲିଆ ବିପକ୍ଷରେ ମୋହାଲିରେ ପ୍ରଥମ ଟେଷ୍ଟ ଖେଳିଥିଲେ। ୨୦୧୩ ପରଠାରୁ ସେ ଏପର୍ଯ୍ୟନ୍ତ ୩୪ଟି ଟେଷ୍ଟରେ ଭାଗ ନେଇଛନ୍ତି। ଧୱନ ଶେଷ ଥର ପାଇଁ ୨୦୧୮ରେ ଏକ ଟେଷ୍ଟ ମ୍ୟାଚ ଖେଳିବାର ସୁଯୋଗ ପାଇଲେ।

ସେ କ୍ରିକେଟର ଦୀର୍ଘତମ ଫର୍ମାଟରେ ହାରାହାରି ୪୦.୬୧ରେ ୨୩୧୫ ରନ ସଂଗ୍ରହ କରିଥିଲେ। ଏହି ଅବଧିରେ ସେ ୭ ଶତକ ଏବଂ ପାଞ୍ଚ ଅର୍ଦ୍ଧଶତକ ହାସଲ କରିଥିଲେ। ଧୱନଙ୍କ ସର୍ବାଧିକ ସ୍କୋର ହେଉଛି ୧୯୦ ରନ। ଶିଖର ଭାରତ ପାଇଁ ୨୦୧୦ରେ ବିଶାଖାପାଟନମରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିଲେ। ସେ ୧୬୭ ମ୍ୟାଚରେ ୬୭୯୩ ରନ ସଂଗ୍ରହ କରିଛନ୍ତି। ଧୱନ ହାରାହାରି ୪୪.୧୧ ସ୍କୋର କରିଛନ୍ତି ଏବଂ ଷ୍ଟ୍ରାଇକ ହାର ୯୧.୩୫ ରହିଛି। ତାଙ୍କ ନାମରେ ୧୭ ଶତକ ଏବଂ ୩୯ ଅର୍ଦ୍ଧଶତକ ଅଛି। ତାଙ୍କର ଟି-୨୦ କ୍ୟାରିୟର ବିଷୟରେ କହିବାକୁ ଗଲେ ଧୱନ ୬୮ଟି ମ୍ୟାଚରେ ୧୭୫୯ ରନ ସଂଗ୍ରହ କରିଛନ୍ତି। ସେ ୧୧ ଅର୍ଦ୍ଧଶତକ ହାସଲ କରିଛନ୍ତି। ଧୱନ ମଧ୍ୟ ଆଇପିଏଲରେ ବହୁ ରନ୍ ସଂଗ୍ରହ କରିଛନ୍ତି। ସେ ଏହି ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ। ଅଧିକାଂଶ ରନ ସ୍କୋର କରିବାରେ ସେ ବିରାଟ କୋହଲିଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୨୨୨ ଆଇପିଏଲ ମ୍ୟାଚରେ ଧୱନ ୬୭୬୯ ରନ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଦୁଇ ଶତକ ଏବଂ ୫୧ ଅର୍ଦ୍ଧଶତକ ହାସଲ କରିଛନ୍ତି। ଧୱନଙ୍କ ହାରାହାରି ହେଉଛି ୩୫.୨୬ ଏବଂ ଷ୍ଟ୍ରାଇକ ରେଟ୍‌ ହେଉଛି ୧୨୭.୧୪।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ