Masthead

ଦୀପକଙ୍କ ଟ୍ରାକ୍ ରେକର୍ଡ ଉଡ଼ିଯିବ ହୋସ୍…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ମୁଣ୍ଡକୁ ତଳକୁ କରିଛି ଭରତପୁର ଥାନା । ଥମିବାର ନାଁ ଧରୁନି ବିବାଦ । ମେଜର ଓ ବାନ୍ଧବୀଙ୍କୁ ନିର୍ଯ୍ୟାତନା ଘଟଣାରେ ନିଲମ୍ବନ ହୋଇଛନ୍ତି ଦୀନକୃଷ୍ଣ ମିଶ୍ର । ତାଙ୍କ ସ୍ଥାନରେ ଆସିଲେ ଦୀପକ ଖଣ୍ଡାୟତରାୟ । ସେବି କଳଙ୍କରେ ବୁଡି ରହିଛନ୍ତି । ମୁଣ୍ଡରେ ଲାଗିଛି ହନୁମାନ ପଇସା କାରବାର ଦୋଷ । ଯାଇଛନ୍ତି ଜେଲ । ୨୦୧୬ରେ ତାଙ୍କୁ ନେଇ ରାଜ୍ୟ ପୋଲିସ ବିଭାଗରେ କମ୍ପନ ସୃଷ୍ଟି ହୋଇଥିଲା । ମାଥିଲି ଥାନାରେ ସବ୍ ଇନ୍ସପେକ୍ଟର ଥିବା ବେଳେ ଦୀପକଙ୍କୁ ବିରଳ ହନୁମାନ ପଇସାର ଲାଗିଥିଲା ଲୋଭ । ବିଦେଶରେ ବିରଳ ଧାତୁ ଓ ହନୁମାନ ପଇସା ବିକ୍ରିକୁ ନେଇ ପୋଲିସ ଖୋଜୁଥିଲା ଚୋର । କିନ୍ତୁ ନିଜ ଡିପାଟମେଂଟରୁ ଏଭଳି ଚେର ଲମ୍ବିଛି କେବେ କଳ୍ପନା କରିନଥିଲା ବିଭାଗ । ଶେଷରେ ଦୀପକଙ୍କୁ ହି ଗିରଫ କରାଗଲା । ତକôାଳୀନ ମାଥିଲି ଥାନା ସବ୍ ଇନ୍ସପେକ୍ଟର ବା ଆଜିର ଭରତପୁର ଥାନାର ଆଇଆଇସି ଦୀପକ ଖଣ୍ଡାୟତରାୟ ସେତେବେଳେ ଘଟଣାର ଥିଲେ ମାଷ୍ଟରମାଇଣ୍ଡ । ଗିରଫ କରି ଦୀପକଙ୍କୁ ପୋଲିସ କରିଥିଲା କୋର୍ଟ ଚାଲାଣ । ଚାକିରିରୁ ନିଲମ୍ବନ ହୋଇଥିଲେ । ଜେଲ ଚାରିକାନ୍ଥରେ କଟାଇଥିଲେ ଛଅରୁ ଅଧିକ ମାସ ।

ହାଜତରୁ ଫେରିବା ପରେ ହଟିଥିଲା ନିଲମ୍ବନ ଫେରିପାଇଥିଲେ ଚାକିରି । ସେତେବେଳର ଚଚ୍ଚିତ ଚେହେରା ଆଜି ବି ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ର । ସାରା ଦେଶରେ ଭରତପୁର ଥାନାକୁ ନେଇ ଚାରିଆଡେ ଅଲୋଡନ ସୃଷ୍ଟି କରିଥିବା ବେଳେ ଏବେ କାର ଥାନା ଅଧିକାରୀ ଦୀପକଙ୍କୁ ନେଇ ବେଶ ଆଲୋଚନା ପାଲଟିଛି । ତାଙ୍କ କାରାନାମା ଖାଲି ମାଥିଲି ଥାନାରେ ଅଟକି ନଥିଲା । ନୟାଗଡ ଓ ପିପିଲି ଭଳି ସ୍ଥାନରେ କାର୍ଯ୍ୟ କରିବା ସମୟରେ ବାବୁଙ୍କ ନାମରେ ଅନେକ ଅଭିଯୋଗ ଭରି ରହିଛି । ଯାହା ପାଇଁ ସେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ସମୟ ଲାଗେନାହିଁ । ଏଭଳି ସମ୍ବେଦନଶୀଳ ସମୟରେ ଡିଜିପିଙ୍କ କାର୍ଯ୍ୟାଳୟ ତାଙ୍କୁ ନିଯୁକ୍ତିକୁ ନେଇ ବେଶ ଅସନ୍ତୋଷ ଦେଖିବାକୁ ମିଳିଲାଣି । ଖାଲି ସେତିକି ନିହେଁ ଦାୟିତ୍ୱ ନେବା ଦିନ ପୂଜାଚନାକୁ ନେଇ ବେଶ ଚର୍ଚ୍ଚା । ଆଉ ଏଭଳି ଜଣେ ଅପାରଗ ଅଫିସର ଦୀପକ ଖଣ୍ଡାୟତରାୟ ମେଜର ଏବଂ ତାଙ୍କ ବାନ୍ଧବିଙ୍କୁ ନ୍ୟାୟ ଦେଇପାରିବେ ତାହା ଏଠୁ ସ୍ପଷ୍ଟ ବାରି ହୋଇପଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା