Masthead

ଦାରିଙ୍ଗବାଡି ଅଘଟଣ, ଅଡୁଆରେ ବିଜେଡି!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି ସରକାରକୁ କାଠଗଡାକୁ ଟାଣିବାକୁ ଯାଇ ନିଜେ କାଠଗଡା ଛିଡା ହୋଇଛି ବିଜେଡି । ୨୪ବର୍ଷ ଶାସନ କ୍ଷମତାରେ ରହିବି ଆଜି ଲୋକ ଆମ୍ବ ଟାକୁଆ ଖାଇବା ନ ଛାଡିବା ଚିନ୍ତାର କାରଣ । ଦାରିଙ୍ଗବାଡି ଅଘଟଣ ରାଜ୍ୟରେ ସୃଷ୍ଟି କରିଛି ଚହଳ । ଯାହାକୁ ପ୍ରସଙ୍ଗ କରି ମୋହନ ସରାକରଙ୍କୁ ଘେରିବାକୁ ଆଗେଇ ଆସି ଛନ୍ଦି ହୋଇଯାଇଛନ୍ତି ପାଞ୍ଚପାଞ୍ଚ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ଅଳକୃତ କରିଥିବା ନବୀନ ।

ଆମ୍ବ ଟାକୁଆ କଥା କହି ଏବେ ଅଡୁଆରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ, ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କୁ ଘେରିବାକୁ ଯାଇ ନବୀନ ଏଣ୍ଟ୍ରି ମାରି ରଖିଥିଲେ ମତ । ତପସ୍ୟା ଉପାଖ୍ୟନ ଏବେ ତାଙ୍କ ପାଇଁ ସୃଷ୍ଟି କରିଛି ସମସ୍ୟା । ନିଜର ୨୪ବର୍ଷ ଶାସନ କ୍ଷମତା ମଧ୍ୟରେ ରାଜ୍ୟର ଲୋକଙ୍କୁ ଆମ୍ବ ଟାକୁଆ ଖାଇବାରୁ ରୋକି ପାରିନଥିଲେ । ଆଉ ଆଜି ବିଜେପିର ମାସଧିକ ସରକାରଙ୍କୁ ପ୍ରଶ୍ନ କରିବା ସହ ତାଙ୍କ ସରକାରର ତପସ୍ୟା ଚୁଲିକୁ ଯାଇଥିବା କହିବା ତାଙ୍କୁ ବିବାଦକୁ ଟାଣି ଆଣିଛି । ଚାରିଆଡୁ ଏବେ ତାଙ୍କୁ ନିନ୍ଦିତ ହେବାକୁ ପଡିଲାଣି । ନବୀନଙ୍କ ଟିପ୍ପଣୀ ପରେ ବିଜେପି ତାଙ୍କୁ ମନେ ପକାଇଦେଇଛି ୨୪ ବର୍ଷର ଶାସନ ସମୟର କଥା ।

ତପସ୍ୟା ନୁହେଁ ଅହଙ୍କାରରେ ବୁଡି ରହି ଲୋକଙ୍କୁ ଲୁଟିଛନ୍ତି ନବୀନ ସରକାର । ତପସ୍ୟାରେ ବୁଡି ରହିଥିଲେ ଆଜି ଏ ଦଶା ଦେଖିବାକୁ ମିଳିନଥାନ୍ତା । ନବୀନ କରିଥିବା ପାପର ପ୍ରାୟଶ୍ଚିତ କରୁଛି ବିଜେପି ସରକାର । ନିଜର ଅହମରେ ବୁଡି ରହିଥିଲେ ବିଜେଡିର ନେତା । ଲୋକଙ୍କ କଥା ବୁଝିବା ଛାଡି ନିଜର ଆଉ କିଛି କେନ୍ଦ୍ରିକ ବ୍ୟକ୍ତିଙ୍କ କଥା ବୁଝିବାରେ ଲାଗିପଡିଥିଲା ବିଜେଡି । ଯାହା ପାଇଁ ଆଜି ଦାରିଙ୍ଗବାଡିରେ ଏଭଳି ଅଘଟଣ ଘଟିଛି । ଆମ ସରକାର ଲୋକଙ୍କ ସାଥିରେ ଆସିବା ଦିନ ଠାରୁ ଛିଡା ହୋଇଥିଲେ ଆଗକୁ ମଧ୍ୟ ରହିବେ । ରାଜ୍ୟରେ ଖାଦ୍ୟ ଅଭାବ ନାହିଁ କି ଡବଲ ଇଞ୍ଜିନ ସରକାରରେ ରହିବ ନାହିଁ । ମୃତୁ୍ୟକୁ ନେଇ ହୀନ ରାଜନୀତି ଛାଡନ୍ତୁ ବୋଲି ବିଜେଡିକୁ ପରାମର୍ଶ ଦେଇଛି ବିଜେଡି । ନଚେତ୍ ଏବେ ଯେମିତି ଦଶା ଭୋଗୁଛନ୍ତି ଭବିଷ୍ୟତରେ ଓଡ଼ିଶାରୁ ତାଙ୍କ ଦଳର ନାଁ ରହିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା