ଆଜି ଆଇପିଏଲ ନିଲାମ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଇପିଏଲ୍‌ର ମେଗା ଖେଳାଳି ନିଲାମ ରବିବାରଠାରୁ ସାଉଦି ଆରବର ଜେଦା ସହରସ୍ଥିତ ଆବାଦି ଅଲ୍‌ ଜୋହର୍‌ ଏରିନାରେ ଅନୁଷ୍ଠିତ ହେବ। ଏହି ମେଗା ନିଲାମ ପାଇଁ ଆସିଥିବା ଆବେଦନଗୁଡ଼ିକରୁ ୫୭୭ ଜଣ ଖେଳାଳିଙ୍କୁ ବଛାଯାଇଛି। ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ଏହି ନିଲାମୀ ହେବ । ୨୦୪ ସ୍ଥାନ ପାଇଁ ଅଛନ୍ତି ୫୭୭ ଜଣ ଦାବିଦାର ଅଛନ୍ତି । ତିନି ଭାରତୀୟ ଖେଳାଳି ଶ୍ରେୟାସ ଆୟାର, ରିଷଭ ପନ୍ଥ ଓ କେଏଲ୍ ରାହୁଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

ତେବେ ମୁଖ୍ୟ ଆକର୍ଷଣ ସାଜିବେ ୪୩ ବର୍ଷୀୟ ଆଣ୍ଡରସନ୍ ଓ ୧୩ ବର୍ଷୀୟ ବୈଭବ ସୂର୍ୟ୍ୟବଂଶୀ । ଭାରତୀୟ ସମୟ ଅନୁଯାୟୀ, ମେଗା ନିଲାମ ଅପରାହ୍ନ ୩ଟା ୩୦ରୁ ଆରମ୍ଭ ହେବ । ୧୦ଟି ଟିମରେ ୨୦୪ଟି ସ୍ଥାନ ଖାଲି ରହିଛି । ଏଥିମଧ୍ୟରୁ ୭୦ଟି ବିଦେଶୀ ଖେଳାଳିଙ୍କ ପାଇଁ ରହିଛି । ମୋଟ ୮ଟି ବର୍ଗରେ ଖେଳାଳିଙ୍କ ମୂଲ୍ୟ ନିର୍ଦ୍ଦାରଣ କରାଯାଇଛି । ଏହି ମେଗା ନିଲାମରେ ୮୨ ଖେଳାଳିଙ୍କ ମୂଳ ମୂଲ୍ୟ ୨ କୋଟି ହୋଇଥିବାବେଳେ ୨୭ ଖେଳାଳିଙ୍କ ମୂଳ ମୂଲ୍ୟ ୧.୫୦ କୋଟି ଟଙ୍କା । ଏଥି ସହିତ ଏହି ତାଲିକାରେ ୨୩ ଜଣ ଖେଳାଳି ଅଛନ୍ତି, ଯାହାଙ୍କର ମୂଳ ମୂଲ୍ୟ ୧ କୋଟି ଟଙ୍କା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ