Masthead

୯ ସେକେଣ୍ଡରୁ ଏତେ ପାଲା…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶଙ୍ଖୃଳିତ ଦଳ ଏବେ ଘର ସଜାଡ଼ିବାରେ ବ୍ୟସ୍ତ । ଶଙ୍ଖ ଭବନରେ ଦୁଇ ମହିଳା ନେତ୍ରୀଙ୍କ ମାଡ଼ପିଟ ସାରା ରାଜ୍ୟ ଦେଖିଲା । ଏହା ଉପରେ ପ୍ୟାଚ୍ ପକାଇବା ପାଇଁ ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗିନୀ ଛୁରିଆ ଦୁଇ ନେତ୍ରୀଙ୍କୁ ନେଇ ଆସିଲେ । ଆମ ଘରର କଥା, ଦୁଇ ଉଭଣୀଙ୍କ କଥା କହି ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଠା କଲେ । ଯେଉଁ ଦୁଇ ଜଣଙ୍କ ପାଇଁ କଳି ହେଲା, ବିଜେଡି ବଦନାମ ହେଲା ଜଣଙ୍କ ପ୍ରତିକ୍ରିୟାକୁ ନେଇ ଟିକିଏ ଖଟକା ଲାଗିଲା । ବିଜେଡିର ଯୁବ ନେତ୍ରୀ ଇନସିଡେଣ୍ଟ ଓ ଆକ୍ସିଡେଣ୍ଟର ପରିଭାଷା ବୁଝାଇଲେ । ନେତ୍ରୀ କହିଲେ ଯେ ଅନେକ ଇସ୍ୟୁ ଥିଲା । ପ୍ରାଇମ୍ ଟାଇମରେ ଏ ଖବର ବଜାଗଲା । ୯ ସେକେଣ୍ଡର ଭିଡିଓରେ କିଛି ନଥିଲା । ଗଣମାଧ୍ୟମ ଯେଉଁଟା ସତ ସେଇଟା ଦେଖାଉ । ଠିକ୍ କଥା କହିଲେ ଏହି ଯୁବ ବିଜେଡି ନେତ୍ରୀ । ଗଣମାଧ୍ୟମ ଉପରେ ପ୍ରଶ୍ନ ଉଠାଇଲେ । ଇସ୍ୟୁକୁ ଲୋକଙ୍କ ସାମ୍ନାକୁ ଆଣିବା ଦରକାର କହିଲେ । ସତ ଦେଖାଇବା କଥା ବି କହିଲେ ।

ବିଜେଡି ପାର୍ଟି ଅଫିସରେ ଯାହା ହୋଇଥିଲା ତାହା ତ ସମସ୍ତ ଗଣାମଧ୍ୟମ ଦେଖାଇଲେ । ଦୁଇ ଜଣ ମହିଳା ନେତ୍ରୀ ପିଟାମରା ହେଲେ ସେଇଟା ତ ଗଣମାଧ୍ୟମ ଦେଖାଇଲା । ଏଥିରେ ଅସୁବିଧା କେଉଁଠି ରହିଲା । ୯ ସେକେଣ୍ଡର ସେହି ଭିଡିଓ ସତ ନା ନାହିଁ । ସତକୁ ତ ଗଣାମଧ୍ୟମ ଦେଖାଇଛି । କିଛି ଅତିରଞ୍ଜିତ ତ କରିନାହିଁ । ରାଜ୍ୟରେ ଅନେକ ଇସ୍ୟୁ ଅଛି କହିଲେ । ଦୀର୍ଘ ୨୪ ବର୍ଷ ବିଜେଡି କ୍ଷମତାରେ ରହିବା ପରେ ଅନେକ ଇସ୍ୟୁ କାହିଁକି ସାମ୍ନାକୁ ଆସିଲା । ଗଣମାଧ୍ୟମ କେଉଁ ଖବରକୁ ଗୁରୁତ୍ୱ ଦେବ, କେଉଁ ସମୟରେ ଲୋକଙ୍କୁ ଦେଖାଇବ ତାହା କ’ଣ ନେତା-ନେତ୍ରୀଙ୍କୁ ଜଣାଇ କି ଦେଖାଇବ କି? ସମୟ ଥିଲା ଗଣାମଧ୍ୟମର କଣ୍ଠରୋଧ କରାଯାଇଥିଲା । ଚ୍ୟାନେଲ ବନ୍ଦ ମଧ୍ୟ କରାଯାଇଥିଲା । ଯାହା ରାଜ୍ୟବାସୀ ଜାଣିଛନ୍ତି । ସେ ଯାହା ହେଉନା କହିଁକି କ୍ଷମତା ଯିବା ପରେ ଦଳ ଭିତରେ ଆଉ ଠିକ୍ ନାହିଁ ତାହା ଜଣାପଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍