Masthead

୯ ସେକେଣ୍ଡରୁ ଏତେ ପାଲା…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶଙ୍ଖୃଳିତ ଦଳ ଏବେ ଘର ସଜାଡ଼ିବାରେ ବ୍ୟସ୍ତ । ଶଙ୍ଖ ଭବନରେ ଦୁଇ ମହିଳା ନେତ୍ରୀଙ୍କ ମାଡ଼ପିଟ ସାରା ରାଜ୍ୟ ଦେଖିଲା । ଏହା ଉପରେ ପ୍ୟାଚ୍ ପକାଇବା ପାଇଁ ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗିନୀ ଛୁରିଆ ଦୁଇ ନେତ୍ରୀଙ୍କୁ ନେଇ ଆସିଲେ । ଆମ ଘରର କଥା, ଦୁଇ ଉଭଣୀଙ୍କ କଥା କହି ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଠା କଲେ । ଯେଉଁ ଦୁଇ ଜଣଙ୍କ ପାଇଁ କଳି ହେଲା, ବିଜେଡି ବଦନାମ ହେଲା ଜଣଙ୍କ ପ୍ରତିକ୍ରିୟାକୁ ନେଇ ଟିକିଏ ଖଟକା ଲାଗିଲା । ବିଜେଡିର ଯୁବ ନେତ୍ରୀ ଇନସିଡେଣ୍ଟ ଓ ଆକ୍ସିଡେଣ୍ଟର ପରିଭାଷା ବୁଝାଇଲେ । ନେତ୍ରୀ କହିଲେ ଯେ ଅନେକ ଇସ୍ୟୁ ଥିଲା । ପ୍ରାଇମ୍ ଟାଇମରେ ଏ ଖବର ବଜାଗଲା । ୯ ସେକେଣ୍ଡର ଭିଡିଓରେ କିଛି ନଥିଲା । ଗଣମାଧ୍ୟମ ଯେଉଁଟା ସତ ସେଇଟା ଦେଖାଉ । ଠିକ୍ କଥା କହିଲେ ଏହି ଯୁବ ବିଜେଡି ନେତ୍ରୀ । ଗଣମାଧ୍ୟମ ଉପରେ ପ୍ରଶ୍ନ ଉଠାଇଲେ । ଇସ୍ୟୁକୁ ଲୋକଙ୍କ ସାମ୍ନାକୁ ଆଣିବା ଦରକାର କହିଲେ । ସତ ଦେଖାଇବା କଥା ବି କହିଲେ ।

ବିଜେଡି ପାର୍ଟି ଅଫିସରେ ଯାହା ହୋଇଥିଲା ତାହା ତ ସମସ୍ତ ଗଣାମଧ୍ୟମ ଦେଖାଇଲେ । ଦୁଇ ଜଣ ମହିଳା ନେତ୍ରୀ ପିଟାମରା ହେଲେ ସେଇଟା ତ ଗଣମାଧ୍ୟମ ଦେଖାଇଲା । ଏଥିରେ ଅସୁବିଧା କେଉଁଠି ରହିଲା । ୯ ସେକେଣ୍ଡର ସେହି ଭିଡିଓ ସତ ନା ନାହିଁ । ସତକୁ ତ ଗଣାମଧ୍ୟମ ଦେଖାଇଛି । କିଛି ଅତିରଞ୍ଜିତ ତ କରିନାହିଁ । ରାଜ୍ୟରେ ଅନେକ ଇସ୍ୟୁ ଅଛି କହିଲେ । ଦୀର୍ଘ ୨୪ ବର୍ଷ ବିଜେଡି କ୍ଷମତାରେ ରହିବା ପରେ ଅନେକ ଇସ୍ୟୁ କାହିଁକି ସାମ୍ନାକୁ ଆସିଲା । ଗଣମାଧ୍ୟମ କେଉଁ ଖବରକୁ ଗୁରୁତ୍ୱ ଦେବ, କେଉଁ ସମୟରେ ଲୋକଙ୍କୁ ଦେଖାଇବ ତାହା କ’ଣ ନେତା-ନେତ୍ରୀଙ୍କୁ ଜଣାଇ କି ଦେଖାଇବ କି? ସମୟ ଥିଲା ଗଣାମଧ୍ୟମର କଣ୍ଠରୋଧ କରାଯାଇଥିଲା । ଚ୍ୟାନେଲ ବନ୍ଦ ମଧ୍ୟ କରାଯାଇଥିଲା । ଯାହା ରାଜ୍ୟବାସୀ ଜାଣିଛନ୍ତି । ସେ ଯାହା ହେଉନା କହିଁକି କ୍ଷମତା ଯିବା ପରେ ଦଳ ଭିତରେ ଆଉ ଠିକ୍ ନାହିଁ ତାହା ଜଣାପଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା