Masthead

ନବୀନ ଦେଉଥିଲେ ସୁରକ୍ଷା! ବାବୁଙ୍କୁ ଧରିଲେ ମୋହନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହୋସ ଉଡ଼ାଇଲା ଦୁର୍ନୀତିଖୋର ଅଫିସରଙ୍କ ତାଲିକା । ଓଡ଼ିଶା ଭିଜିଲାନ୍ସ ଜାରି କଲା ୨୦୨୪ ଲିଷ୍ଟ । ମୋହନ ସରକାରରେ ଖୋଲିଲା ଲାଞ୍ଚୁଆ ଅଫିସରଙ୍କ କଳା କାରନାମା । ନବୀନଙ୍କ ସମୟରେ ହେଉଥିଲେ ମାଲେମାଲ! ଦୁର୍ନୀତିଗ୍ରସ୍ତ ଅଫିସରଙ୍କ କବଚ ସାଜିଥିଲା ବିଜେଡି ସରକାର! ୨୪ ମସିହାରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୧୮୧ ସରକାରୀ ବାବୁ । ଏଥିମଧ୍ୟରେ ରହିଛନ୍ତି ୫୦ ୱାନ କ୍ଲାସ ଅଫିସର । ୬ ମୁଖ୍ୟଯନ୍ତ୍ରୀ, ୧୯ ଯନ୍ତ୍ରୀ, ୨୨ ରାଜସ୍ୱ, ୯ ପୋଲିସ ଅଫିସର । ଏତିକିରେ ତାଲିକାରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ । ୫ ଡାକ୍ତର ଓ ୩ ବନ ଅଧିକାରୀ ମଧ୍ୟ ଏହି ତାଲିକାରେ ସାମିଲ ରହିଛନ୍ତି । ବର୍ଷକ ମଧ୍ୟରେ ୨୦୦ଟି ଫୌଜଦାରୀ ମାମଲା ରୁଜୁ ହୋଇଛି । ୬୦ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜବତ କରିଛି ୧୩୧ କୋଟିର ସମ୍ପତ୍ତି ।

ଏହି ମାମଲା ଗୁଡିକରେ ପତ୍ନୀ ରହିଛନ୍ତି ସହଅଭିଯୁକ୍ତ । ୧୦୫ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଦଣ୍ଡବିଧାନ ହାର ରହିଛି ୫୦ ପ୍ରତିଶତ । ୨୫ ଜଣ ବାବୁଙ୍କୁ ଚାକିରିରୁ ବିଦା କରାଯାଇଛି । ଯାହାକୁ ନେଇ ଏବେ ପାୱର କରିଡରରେ ଭାଳେଣି ପଡିଛି । କାହିଁକି ନା ଏବେ ଆଉ ବତ୍ତିପାରିବେ ନାହିଁ ଦୁର୍ନୀତି କରି ଅର୍ଥ ଉପାର୍ଜନ କରୁଥିବା ଅଧିକାରୀ । ଲୋକଙ୍କ ଅର୍ଥରେ ଦରମା ପାଇ ବି ଲୋକଙ୍କ ପେଟରେ ଏମାନେ ଲାତ ମାରିବାକୁ ପଛଘୁଞ୍ଚା ଦେଉନଥିଲେ । ଭିଜିଲାନ୍ସ ପ୍ରକାଶ କରିଥିବା ଏହି ରିପୋର୍ଟ ହିଁ ଏହାର ବଡ଼ ଦସ୍ତାବଜ୍ । କେଉଁ ମାତ୍ରରେ ଦୁର୍ନୀତିରେ ବୁଡ଼ି ରହିଛନ୍ତି ଏହି ବାବୁମାନେ ଏଥିରୁ ଜଣାପଡୁଛି । ଲୋକଙ୍କ କାର୍ଯ୍ୟ କରିବା ବଦଳରେ ଲୋକଙ୍କୁ ଶୋଷଣ କରିବାକୁ ପଛାଇ ନାହାନ୍ତି । ଦୀର୍ଘ ୨୪ବର୍ଷ ସରକାର ଭିତରେ ଯଦି ଭୟ ସଞ୍ଚାର କରାଯାଇପାରିଥାନ୍ତା ହୁଏତ ଏତେ ମାତ୍ରାରେ ଅଧିକାରୀ ଲାଞ୍ଚୁଆ ହୋଇପାରିନଥାନ୍ତେ ।

କିନ୍ତୁ ସେଥିରେ ବିଜେଡି ସରକାରରେ କେଉଁଠି ନା କେଉଁଠି କୋହଳ ମନୋଭାବ ଦେଖାଇ ଆସିଥିଲେ ନବୀନ ସରକାର । ଯାହାକୁ ନେଇ ନିକଟରେ ଅନୁଷ୍ଟିତ ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ଉଦବେଗ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଖାଲି ଚିନ୍ତା ପ୍ରକଟ କରିଥିଲେ ତାହା ନୁହେଁ ଚେତାବନୀ ଦେବା ସହ ଆମ ସରକାରରେ ଭିଜିଲାନ୍ସର ହାତ ଖୋଲା କହିବାକୁ ପଛେଇ ନଥିଲେ । ପ୍ରଥମ ହେଉ କି ଚତୁର୍ଥ ଶ୍ରେଣୀର ଅଧିକାରୀ ସମସ୍ତଙ୍କ ପାଇଁ ଆଇନ ସମାନ । ଯିଏ ଲୋକଙ୍କୁ ଶୋଷଣ କରିବ ତାକୁ ଜେଲର ଚାରିକାନ୍ଥ ଯିବାକୁ ପଡିବ । ରିପୋର୍ଟ କହୁଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହୋଇଛି । ଯାହାପାଇଁ ଗାତ ଖୋଜିବା କୁଆଡେ ଆରମ୍ଭ କରିଦେଲେଣି ଲାଞ୍ଚୁଆ ବାବୁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି