Masthead

ନିଆରା ଢଙ୍ଗରେ ଦେଉଛନ୍ତି କେଶର ନ୍ୟୁ ଲୁକ

(ବଡ଼ ଖବର): ଆପଣମାନେ ଜାଣିଥିବେ ସାଧାରଣତଃ କଇଁଚି ବ୍ୟବହାର କରି ଚୁଟି କଟାଯାଏ । କିନ୍ତୁ ଆମେ କହୁଛୁ ଭିନ୍ନ ଏକ ଷ୍ଟାଇଲରେ କଟାଯାଉଛି ଚୁଟି । ଯାହା ଆପଣବି ଜାଣି ଚକିତ ହେବେ । ନିଆରା ଉପାୟ । ଚୁଟି କାଟିବା ପାଇଁ ଦରକାର ପଡୁନି କଇଁଚି। ହାତୁଡି, ମାଂସ କଟା ଚାପଡ, ଛୁରୀ, କାଚ ଏବଂ ନିହଣ ସାହାଯ୍ୟରେ କାଟୁଛନ୍ତି ଚୁଟି । କେବଳ ସେତିକି ନୁହେଁ କେଶରେ ନିଆଁ ଲଗାଇ ତାକୁ ଏକ ନୂଆ ଲୁକ୍ ମଧ୍ୟ ଦେଉଛନ୍ତି। ତାଙ୍କର ଏଭଳି ନିଆରା ଚୁଟି କଟା ଷ୍ଟାଇଲକୁ ଦେଖି ତାଙ୍କ ସେଲୁନ୍‌ରେ ଭିଡ଼ ଜମୁଛି।

ଯାହା ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବାରିକ ଜଣକ ହେଉଛନ୍ତି ପାକିସ୍ତାନର ଲାହର୍ର ଅଲ୍ଲି ଅବ୍ବାସ। ତାଙ୍କର କିଛି ନିଆରା ପ୍ରତିଭା ଦେଖାଇବା ପାଇଁ ପ୍ରତିଦିନ ସେ ଚୁଟି କଟାରେ ଏକ୍ସପେରିମେଣ୍ଟ କରିଥାନ୍ତି । ଯାହା ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ସେ ଏମିତ ଚୁଟି କାଟିବା ପାଇଁ ଆଗରୁ ତାଲିମ ନେଇଥିଲେ । ତାଲିମ ପ୍ରାପ୍ତ ପରେ ସେ ଏବେ ବିଭିନ୍ନ ଷ୍ଟାଇଲରେ ଚୁଟି କାଟୁଛନ୍ତି । ଚୁଟି କାଟିବା ପାଇଁ ସେ କାଚ ଖଣ୍ଡକୁ ବ୍ୟବହାର କରନ୍ତି ।

ସେ ଚୁଟିକୁ ନୂଆ ଲୁକ ଦେବା ପାଇଁ ଚୁଟିରେ ନିଆଁ ମଧ୍ୟ ଲଗାନ୍ତି । ଏମିତି କି ମାଂସ କଟା ଚାପଡ଼ ଓ ହାତୁଡ଼ି ମଧ୍ୟ ବ୍ୟବହାର କରନ୍ତି । ତାଙ୍କର ଏଭଳି ଚୁଟି କାଟିବା ଦେଖି ତାଙ୍କ ସେଲୁନରେ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ସେପଟେ ଏହାକୁ ନେଇ ଅଲ୍ଲି କୁହନ୍ତି, ଚୁଟି କଟାରେ ନୂଆ ନୂଆ ଟେକନିକ ଆପଣାଇବା ପାଇଁ ତାଙ୍କୁ ବେଶ୍‌ ଭଲ ଲାଗେ। ଏହା ତାଙ୍କର ଏକ ସଉକ ବୋଲି ସେ କୁହନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା