Masthead

ବସିଲା ଟାୱାର ଗାଁରେ ବାଜିଲା ବାଜା

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ୨୦୨୬ ମାର୍ଚ୍ଚରେ ମାଓ ମୁକ୍ତ ଚିତ୍ର ଦେଖିବାକୁ ମିଳୁଛି ସୀମାନ୍ତ କିଛି ଗାଁରେ। ନକ୍ସଲବାଦ ମୁକ୍ତ ପରେ କିଛି ଗାଁରେ ମୋବାଇଲ ଟାୱାର ଚାଲୁ ହେବାର ଦୃଶ୍ୟ ଦେଖିବା ପାଇଁ ଗାଁ ଏବେ ଉତ୍ସବମୁଖର। ମୋବାଇଲ ଟାୱାର ଚାଲୁ ହେବା ଯୋଗୁଁ ଗ୍ରାମବାସୀ ମାନେ ବାଜା ବଜାଇ ମୋବାଇଲ ଟାଓ୍ବାର ଦେଖିବାକୁ ଯାଉଛନ୍ତି। ସମସ୍ତଙ୍କ ମୁହଁରେ ଦେଖିବାକୁ ମିଳୁଛି ମୋବାଇଲ ଚଲେଇବାର ଖୁସି। ଦୀର୍ଘ ଦିନ ଧରି ମାଓବାଦୀଙ୍କ କବଳରେ ଜୀବନ କାଟୁଥିଲେ ଗ୍ରାମବାସୀ। ଏବେ ଦେଶ ଦୁନିଆର ଖବର ଜାଣିବାକୁ ପାଇବେ।

ବିଜାପୁର ଜିଲ୍ଲାର ନକ୍ସଲ ପ୍ରବଣ ଗାଁର ଗ୍ରାମବାସୀଙ୍କୁ ମିଳିଲା ଉପହାର। ମୋବାଇଲ ଟାୱାର ସହ କୋଣ୍ଡାପାଲି, ଗୁଞ୍ଜେପର୍ଥି, ପୂଜାରୀକାଙ୍କେର, ଚିଙ୍ଗନପାଲି, ନେଲାକାଙ୍କେର, କମଳାପୁର ଭଳି ଦୂରଦୂରାନ୍ତ ଗାଁର ଗ୍ରାମବାସୀ ଯୋଗାଯୋଗ ସୁବିଧାର ଲାଭ ପାଇବେ।

ପ୍ରଶାସନ ଏବଂ ପୁଲିସ ନିଆଯାଇଥିବା ଏହି ପଦକ୍ଷେପ ଦ୍ବାରା ଅଞ୍ଚଳର ଦୃଢ଼ ସୁରକ୍ଷା ବ୍ୟବସ୍ଥା ଏବଂ ପରିବହନ ସୁବିଧା ଯୋଗୁଁ ଅଞ୍ଚଳକୁ ଯୋଗାଯୋଗ ପୁନଃସ୍ଥାପିତ ହୋଇପାରିଛି।ଇଣ୍ଟରନେଟ୍ ସୁବିଧା ସହିତ ଦୃଢ଼ ନେଟୱାର୍କ ପାଇଁ ଗ୍ରାମାଞ୍ଚଳରେ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନେ ଏହାର ଲାଭ ପାଇବେ। ଏହା ସହିତ ଏହି ଛୋଟ ପଦକ୍ଷେପଟି ଅଞ୍ଚଳର ବିକାଶରେ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର