Masthead

ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ଦୁଷ୍କର୍ମକାରୀ ଅଟୋ ଡ୍ରାଇଭର ବିଶାଖାପାଟଣାରୁ ଗିରଫ

ସୋର(ବଡ଼ ଖବର ବ୍ୟୁରୋ):  ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ନାଵାଳିକା ଦୁଷ୍କର୍ମ ମାମଲାରେ ଅଟୋ ଡ୍ରାଇଭରକୁ ଗିରଫ କଲା ଖଇରା ପୋଲିସ । ସ୍କୁଲରୁ ଘରକୁ ଫେରୁଥିବା ବେଳେ କୁପାରୀ ବସଷ୍ଟାଣ୍ଡରୁ ଉଠାଇ ନେଇ ଏକ ନିଛାଟିଆ ଜଙ୍ଗଲରେ ଦୁଷ୍କର୍ମ ପରେ ଫେରାର ହୋଇଯାଇଥିଲା ଅଟୋ ଡ୍ରାଇଭର । ନାବାଳିକା ଜଣଙ୍କ ଏବାବଦରେ ପରିବାର ଲୋକଙ୍କୁ ଜଣାଇବା ପରେ, ପରିବାର ଲୋକେ ଖଇରା ଥାନାରେ ଅଭିଯୋଗ କରିଥିଲେ ।

ଘଟଣା ପରେ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିଲା। ଖଇରା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଦୁଷ୍କର୍ମକାରୀ ଅଟୋ ଡ୍ରାଇଭରକୁ ଧରିବାକୁ ୪ଜଣିଆ ପୋଲିସ ଟିମ ଗଠନ କରାଯାଇଥିଲା । ଅଟୋ ଡ୍ରାଇଭରର ମୋବାଇଲକୁ ଟ୍ରାକ ସେ ବିଶାଖାପାଟଣାରେ ଲୁଚି ରହିଥିବା ଜାଣିବାକୁ ପାଇଥିଲା ଖଇରା ପୋଲିସ । ବିଶାଖାପାଟଣା ପୋଲିସର ସହାୟତାରେ ଚଢ଼ାଉ କରି ଅଟୋ ଡ୍ରାଇଭରକୁ ଗିରଫ କରିଛି ଖଇରା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ