Masthead

ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା, ଏମିତି କହିଲେ ବରିଷ୍ଠ ଦଇତାପତି

ପୁରୀ (ବଡ଼ ଖବର ବ୍ୟୁରୋ): ଦୀଘା ଜଗନ୍ନାଥ ମନ୍ଦିର ପାଇଁ ଶ୍ରୀମନ୍ଦିରରୁ ଦାରୁ ନେଇଗଲେ ବରିଷ୍ଠ ଦଇତାପତି। ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସାଂଘାତିକ କଥା କହିଛନ୍ତି ରାମକୃଷ୍ଣ ଦାସମହାପାତ୍ର । ପ୍ରେସ୍‌ମିଟ୍ କରି ସେ କହିଛନ୍ତି, ମମତା ବାନାର୍ଜୀ ମୋର ଜଣେ ଶିଷ୍ୟ । ମନ୍ଦିର ପ୍ରତିଷ୍ଠା ପାଇଁ ମୋତେ ମମତା ବାନାର୍ଜୀ ଡାକିଥିଲେ । ମୁଁ ଯାଇଥିଲି ।

ତିଥି ଅନୁସାରେ ପୂଜାର୍ଚ୍ଚନା ପାଇଁ ତାଙ୍କୁ କହିଥିଲି ବୋଲି କହିଛନ୍ତି ରାମକୃଷ୍ଣ । ଗତ ୨୯ ତାରିଖରେ ରାମକୃଷ୍ଣ ଦୀଘାରେ ଏକ ଗଣମାଧ୍ୟମ ଚାନେଲକୁ କହିଥିଲେ, ସ୍ବୟଂ ପ୍ରଭୁ ଜଗନ୍ନାଥଙ୍କୁ ମୁଁ ତିଆରି କରି ଆଣିଛି । ନିମ୍ବ କାଠରେ ତିଆରି ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ମୁଁ ନିଜେ ପୁରୀରୁ ନିମ୍ବ କାଠ ନେଇ ଯାଇଥିଲି ।

ପଥର ମୂର୍ତ୍ତି ପୂଜା ହୋଇ ପାରିବେନି ବୋଲି ମନା କରିଥିଲି। କାରଣ ବ୍ରହ୍ମ ପୁରୀରେ ଜଗନ୍ନାଥଙ୍କ ଛଡ଼ା ଆଉ କେଉଁଥିରେ ପ୍ରତିଷ୍ଠା ହୋଇପାରିବନି। ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ତେଜିଥିବା ବେଳେ ଏପରି କହିଛନ୍ତି ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର । ଦୀଘାରେ ସେ ଜଗନ୍ନାଥଙ୍କୁ ବସେଇଥିବା କଥା ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ମୋ କାମ ମୁଁ କରିଛି । ଯଜ୍ଞହୋମ କାମ ବ୍ରାହ୍ମଣମାନେ କରିଛନ୍ତି । ଅକ୍ଷୟ ତୃତୀୟାରେ ପ୍ରତିଷ୍ଠା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା