Masthead

ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା, ଏମିତି କହିଲେ ବରିଷ୍ଠ ଦଇତାପତି

ପୁରୀ (ବଡ଼ ଖବର ବ୍ୟୁରୋ): ଦୀଘା ଜଗନ୍ନାଥ ମନ୍ଦିର ପାଇଁ ଶ୍ରୀମନ୍ଦିରରୁ ଦାରୁ ନେଇଗଲେ ବରିଷ୍ଠ ଦଇତାପତି। ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସାଂଘାତିକ କଥା କହିଛନ୍ତି ରାମକୃଷ୍ଣ ଦାସମହାପାତ୍ର । ପ୍ରେସ୍‌ମିଟ୍ କରି ସେ କହିଛନ୍ତି, ମମତା ବାନାର୍ଜୀ ମୋର ଜଣେ ଶିଷ୍ୟ । ମନ୍ଦିର ପ୍ରତିଷ୍ଠା ପାଇଁ ମୋତେ ମମତା ବାନାର୍ଜୀ ଡାକିଥିଲେ । ମୁଁ ଯାଇଥିଲି ।

ତିଥି ଅନୁସାରେ ପୂଜାର୍ଚ୍ଚନା ପାଇଁ ତାଙ୍କୁ କହିଥିଲି ବୋଲି କହିଛନ୍ତି ରାମକୃଷ୍ଣ । ଗତ ୨୯ ତାରିଖରେ ରାମକୃଷ୍ଣ ଦୀଘାରେ ଏକ ଗଣମାଧ୍ୟମ ଚାନେଲକୁ କହିଥିଲେ, ସ୍ବୟଂ ପ୍ରଭୁ ଜଗନ୍ନାଥଙ୍କୁ ମୁଁ ତିଆରି କରି ଆଣିଛି । ନିମ୍ବ କାଠରେ ତିଆରି ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ମୁଁ ନିଜେ ପୁରୀରୁ ନିମ୍ବ କାଠ ନେଇ ଯାଇଥିଲି ।

ପଥର ମୂର୍ତ୍ତି ପୂଜା ହୋଇ ପାରିବେନି ବୋଲି ମନା କରିଥିଲି। କାରଣ ବ୍ରହ୍ମ ପୁରୀରେ ଜଗନ୍ନାଥଙ୍କ ଛଡ଼ା ଆଉ କେଉଁଥିରେ ପ୍ରତିଷ୍ଠା ହୋଇପାରିବନି। ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ତେଜିଥିବା ବେଳେ ଏପରି କହିଛନ୍ତି ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର । ଦୀଘାରେ ସେ ଜଗନ୍ନାଥଙ୍କୁ ବସେଇଥିବା କଥା ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ମୋ କାମ ମୁଁ କରିଛି । ଯଜ୍ଞହୋମ କାମ ବ୍ରାହ୍ମଣମାନେ କରିଛନ୍ତି । ଅକ୍ଷୟ ତୃତୀୟାରେ ପ୍ରତିଷ୍ଠା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼