Masthead

ପ୍ରଥମଥର ପାଇଁ କଟକରେ ତିଆରି ହୋଇଛି କାଚର ମେଢ଼

କଟକ(ବଡ଼ ଖବର ବ୍ୟୁରୋ): ଦଶହରା ପୂଜାକୁ ରହିଲା ଆଉ ମାତ୍ର କେଇଟା ଦିନ । ଏଥିପାଇଁ ଚଳଚଞ୍ଚଳ ଗାଁଠୁ ସହର । ସମସ୍ତ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଚାନ୍ଦିମେଢ଼ ପାଇଁ ଭାରତରେ ପ୍ରସିଦ୍ଧି ଲାଭ କରିଥିବା ରୌପ୍ୟ ନଗରୀ କଟକରେ ପ୍ରଥମ ଥର ପାଇଁ ତିଆରି ହେଉଛି କାଚର ମେଢ଼ । ରାଉସା ପାଟଣା ପୂଜା କମିଟି ପକ୍ଷରୁ ନିର୍ମାଣ କରାଯାଉଛି ଓଡ଼ିଶାର ପ୍ରଥମ କାଚର ମେଢ଼ । ୧୮୯୭ ମସିହାରୁ ଆରମ୍ଭ ହୋଇଥିଲା ରାଉଶା ପାଟଣାରେ ଦୁର୍ଗାପୂଜା । ଚଳିତ ବର୍ଷକୁ ଏହି ପୂଜା କମିଟି ପାଳନ କରିବାକୁ ଯାଉଛି ୧୨୭ ବର୍ଷ । ସଂପୂର୍ଣ୍ଣ ବଙ୍ଗୀୟ ରୀତିନୀତିରେ ସାହି ତରଫରୁ ଦୁର୍ଗା ପୂଜା ପାଳନ କରାଯାଇଥାଏ ।

ସବୁ ବର୍ଷ ସାଧାରଣ ମେଢ଼ ତିଆରି ହେଉଥିବା ବେଳେ ଚଳିତ ବର୍ଷ କାଚ ମେଢ଼ ତିଆରି କରିବାକୁ ମନ ବଳାଇ ଥିଲା ପୂଜା କମିଟି। ଏହି ମେଢ଼କୁ ତିଆରି କରିବା ପ୍ରକ୍ରିୟା ପାଖାପାଖି ଚାରିମାସ ହେବ ଆରମ୍ଭ ହୋଯାଇଛି । ତାରକସୀ କାମ ଭଳି ଏଥିରେ ଅତି ସୂକ୍ଷ୍ମ କାରୁ କାର୍ଯ୍ୟ ହେଇଛି। କାଚକୁ ଅତି ଛୋଟ ଛୋଟ ସାଇଜରେ କାଟିବା ସହ ଏହାକୁ ମେଢ଼ର ଢାଞ୍ଚାରେ ଲଗା ଯାଉଛି। ଏଥିରେ ମୋଟ ୩୦୦ କେଜିର କାଚ ବ୍ୟବହାର କରାଯାଉଥିବା ବେଳେ ୧.୫ ଏମଏମ ର, ୨ଏମଏମ ଓ ୫ଏମଏମର କାଚ ଗୁଡ଼ିକୁ ବ୍ୟବହାର କରାଯାଇଥିବା କଥା କହିଛନ୍ତି ମୁଖ୍ୟ କାରିଗର । ସେହିପରି ମେଢ଼ଟି ୧୪ ଫୁଟ ଓସାର ହୋଇଥିବା ବେଳେ ଏହାର ଉଚ୍ଚତା ରହିଛି ୧୦ ଫୁଟ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା