Masthead

ବିଜେଡି ବ୍ଲକ ଅଧ୍ୟକ୍ଷଙ୍କ ଦବଙ୍ଗଗିରି, ବ୍ଲକ ଅଫିସରେ ପଶି କଲେ ଭଙ୍ଗାରୁଜା

ବାଂଶପାଳ (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ଉନ୍ମତ କାଣ୍ଡ ଘଟାଇଛନ୍ତି ବିଜେଡି ବ୍ଲକ ଅଧ୍ୟକ୍ଷ ମାନଶ କୁମାର ଦେହୁରୀ । ଗତକାଲି ରାତି ସମୟରେ ବ୍ଲକ ଅଫିସକୁ ପଶି କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଗେଟରେ ତାଲା ପକାଇଲେ ବିଜେଡି ବ୍ଲକ ଅଧ୍ୟକ୍ଷ । କୌଣସି ସଭା, କି ଜନ୍ମ ଜୟନ୍ତୀଙ୍କୁ ତାଙ୍କୁ ଡକାନଯିବାରୁ ଏଭଳି କାଣ୍ଡ ଭିଆଇଛନ୍ତି ବ୍ଲକ ଅଧ୍ୟକ୍ଷ । ଏଭଳି ଘଟଣା ଏବେ ବାଂଶପାଳ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଜେଡି ସରକାର ହଟିଲା ପରେ ବି ଏଭଳି ବ୍ଲକ ଅଧ୍ୟକ୍ଷଙ୍କର ଦବଙ୍ଗଗିରି ଚାଲିଛି । ବ୍ଲକ୍ ଅଫିସ ତାଲା ପକାଇବା ଫଳରେ ଗେଟ ବାହାରେ ବସି କର୍ମଚାରୀମାନେ କାମ କରୁଥିବାର ନଜର ଆସିଛି । ଏଭଳି ଦବଙ୍ଗଗିରିର କାର୍ୟ୍ୟ କରି ବିଜେଡି ବ୍ଲକ ଅଧ୍ୟକ୍ଷ କେତେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ