Masthead

ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିରେ ପାଣ୍ଡିଆନ ଦମ୍ପତ୍ତିଙ୍କୁ ନେଇ ଘଡିକେ ଘୋଡା ଛୁଟୁଛି । କିଏ ବିଦ୍ରୋହ କରୁଛି ତ କିଏ ସାଥ ଦେଉଛି । ଆଉ ଏହାରି ଭିତରେ ପୁଣି ଏକ ନୂଆ ଘଟଣା ରାଜନୌତିକ ଦୃଶ୍ୟପଟ୍ଟକୁ ଆସିଛି । ଏକାଠି ହୋଇଛନ୍ତି ସୁଜାତା-ରଣେନ୍ଦ୍ର! ଏକା ସାଙ୍ଗରେ ବସିଲେ, ଲମ୍ବା ଆଲୋଚନା କଲେ! ସମ୍ପ୍ରତିକ ପରିସ୍ଥିତି ନେଇ ଚର୍ଚ୍ଚା ହୋଇଥିବା ହେଉଛି ଆକଳନ । ଏସବୁ ଘଟଣା କ୍ରମର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଯାହା ରାଜ୍ୟ ରାଜନୀତିରେ ହଲଚଲ ଆଣିଦେଇଛି । ବିଜେଡିରେ ମିଶ୍ରଣକୁ ନେଇ ଯାହାକୁ ରାଜା ଜୋରଦାର ପରୋକ୍ଷାରେ ବିରୋଧ କରିଆସୁଥିଲେ, ଆଉ ଯାହାଙ୍କୁ ସାକ୍ଷାତ ମଧ୍ୟ କରିବାକୁ ଉଚିତ୍ ମନେ କରୁନଥିଲେ । ଆଜି କିନ୍ତୁ ତାଙ୍କରି ପାଖରେ ବସିଥିବାର ଫୋଟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

କଣ ରାଜା ସ୍ୱାଇଁ ମନ ବଦଳାଇଦେଲେ ? ନା ରାଜନୌତିକ ଅଭିସନ୍ଧି ରଖି ଏ ମିଳାମିଶା? ନା ରାଜାଙ୍କର ରହିଛି କିଛି ବାଧ୍ୟ ବାଧକତା? ଏଭଳି ଅନେକ ବିଷୟକୁ ନେଇ ରାଜା-ସୁଜାତାଙ୍କ ଭେଟଘାଟ ସମ୍ବନ୍ଧରେ ସୋସିଆଲ ମିଡ଼ିଆରୁ ନେଇ ଶଙ୍ଖ ଶିବିରରେ ହେଉଛି ଚର୍ଚ୍ଚା । ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ବୋଲଗଡ଼-ବେଗୁନିଆ ବିଧାୟକ ପ୍ରଦୀପ ସାହୁଙ୍କ ପିତାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ବିଜେଡି ନେତ୍ରୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ସାମିଲ ହୋଇଥିଲେ । ହୁଏତ ଏହି ଦୁହେଁ ନେତାଙ୍କ ବାଦ ମଧ୍ୟ ଦଳର ଅନେକ ବିଧାୟକ, ସାଂସଦ ଏବଂ ନେତା ବି ସେହି କାର୍ଯ୍ୟକ୍ରମରେ କ୍ରମଶ ଭାଗ ନେଇଥିଲେ । କିନ୍ତୁ ରାଜା ସ୍ୱାଇଁ ଏବଂ ସୁଜାତା ପାଣ୍ଡିଆନଙ୍କ ଏହି ଦୃଶ୍ୟ ଏବେ ରାଜନୌତିକ ଚର୍ଚ୍ଚାର ମୁଖ୍ୟ ଆର୍କଷଣ ପାଲଟି ଯାଇଛି ।

 

ଯେହେତୁ ସୁଜାତାଙ୍କ ବିଜେଡିରେ ସାମିଲ ନେଇ ରଣେନ୍ଦ୍ର କୁଆଡେ ସହଜରେ ହଜମ କରିପାରୁନଥିବା ନେଇ ରାଜନୀତିର ଅଳନ୍ଧିରେ ଆଲୋଚନା ହେଉଛି । କାହିଁକି ନା ରାଜା କେବେ ବି ଚାହୁଁନାହାନ୍ତି ତାଙ୍କ ସ୍ୱାମୀ ଭୈରବ ପାଣ୍ଡିଆନଙ୍କ ପାଇଁ ଦଳ ଯେଉଁ ଦଶା ଭୋଗିଲା ଏବେ ସ୍ତ୍ରୀ ସୁଜାତା ପାଣ୍ଡିଆନଙ୍କ ବିଜେଡି ସେହି ଦଶା ଭୋଗୁ । ଯେହେତୁ ଦଳ ଏବେ ବିରୋଧୀ ଆସନରେ ବସିଛି । ଦୀର୍ଘ ୨୪ବର୍ଷର ଶାସନ କ୍ଷମତାରୁ ସ୍ୱାମୀ ଭୈରବଙ୍କ ପାଇଁ ବିଜେଡି ଯାଇଛି । ଯାହାକୁ ଏବେ ବି କେହି ଭୁଲି ନାହାନ୍ତି । ଆଉ ଏହାକୁ ନେଇ ଆଜି ବି ଦଳ ଭିତରେ ବିରୋଧ ନେତାଙ୍କ ଭିତରେ ଗୁଞ୍ଜରିତ ହେଉଛି । ଏମିତିକି କର୍ମୀଙ୍କ ଠାରୁ ନେଇ ନେତା ଭୈରବଙ୍କୁ ବିରୋଧ କରି ବିଜେଡି ପରିତ୍ୟାଗ କରିବାରେ ଲାଗିଛନ୍ତି । ଯାହା ପାଇଁ ପାଣ୍ଡିଆନଙ୍କ ବିରୋଧରେ ନବୀନଙ୍କ ନିକଟକୁ ମଧ୍ୟ ଚିଠି ଲେଖି ଚେତାଇଥିଲେ ରାଜା । ଆଉ ଏସବୁ ଭିତରେ ରାଜ୍ୟସଭା ନିର୍ବାଚନରେ ନିର୍ବାଚିତ ବିଧାୟକ ମାନେ ମଧ୍ୟ ଦଳ ବିରୋଧରେ ଯାଇ ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ମତ ସାବ୍ୟସ୍ତ କରି ଦଳ ଭିତରେ ପାଣ୍ଡିଆନ ଦମ୍ପତ୍ତିଙ୍କୁ ନେଇ କେତେ ମାତ୍ରାରେ ଅସନ୍ତୋଷ ରହିଛି ତାହା ବି ପ୍ରକାଶ କରିଥିଲେ ।

ଆଉ ଏସବୁ ଭିତରେ ମଧ୍ୟ ସୁଜାତାଙ୍କୁ ଦଳରେ ଏଣ୍ଟ୍ରି ଏହାରି ଭିତରେ ଦଳର ଦଳପତି ନବୀନ ପଟ୍ଟନାୟକ କରିସାରିଛନ୍ତି । ଯାହାକୁ ନେଇ ବରିଷ୍ଟ ବିଧାୟକ ଭାବରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭିତରେ ଭିତରେ ନିଜର ବିରୋଦ୍ଧ ଆଭାସ ଦେଇଆସୁଛନ୍ତି । କିନ୍ତୁ ହଠାତ୍ ଏହାରି ଭିତରେ ସୁଜାତା ଓ ରଣେନ୍ଦ୍ର ଏକାଠୀ ବସି କିଛି ବାର୍ତ୍ତାଳପ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଉଭୟଙ୍କ ସମ୍ପର୍କକୁ ନେଇ ନାନା ପ୍ରଶ୍ନ ଉଠିଛି । କଣ ରାଜା ସବୁକିଛି ଭୁଲି ଗଲେ କି? କଣ ରାଜା ସୁଜାତାଙ୍କୁ ବିଜେଡିରେ ଗ୍ରହଣ କରିନେଲେ କି? କଣ ଏବେ ଉଭୟ ମିଳିମିଶି ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବେ କି? ନା ଏହି ଫୋଟ ଦ୍ୱାରା ଅସନ୍ତୋଷ ନେତାଙ୍କୁ କିଛି ବାର୍ତ୍ତା ଦେବା ପାଇଁ ଦଳ ପକ୍ଷରୁ ଏଭଳି ଭାଇରାଲ କରାଯାଉଛି । ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା