Masthead

ବିଷ ପିଇ ସଫା ହୋଇଗଲା ପୂରା ପରିବାର

ଗଜପତି (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓଡ଼ିଆ ପାରଳା ସାହିରେ ଘଟିଛି ଅଭାବନୀୟ ଘଟଣା । ପୁଅଝିଅଙ୍କୁ ବିଷ ଦେଇ ବାପା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ୮ ବର୍ଷୀୟ ପୁଅ ବିଜୟାନନ୍ଦଙ୍କ ପାରଳାଖେମୁଣ୍ଡି ମେଡିକାଲରେ ଓ ୧୨ବର୍ଷୀୟା ଝିଅ ପ୍ରିୟଦର୍ଶିନୀ ଏବଂ ବାପା ଶୁଭାଶିଷ ପାଣିଗ୍ରାହୀଙ୍କ ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ଘଟିଛି। ଗତ ମାର୍ଚ୍ଚ ୨୧ ତାରିଖରେ ଶୁଭାଶିଷଙ୍କ ସ୍ତ୍ରୀ ଶ୍ବେତାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ପାରିବାରିକ କଳହରୁ ସେ ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ଏଯାଏ କାରଣ ଅସ୍ପଷ୍ଟ ରହିଛି। ଏଭଳି ସ୍ଥିତିରେ ଶୁଭାଶିଷ ପିଲାଙ୍କୁ ବିଷ ଖୁଆଇ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ନିଜ ବାପାଙ୍କୁ ଫୋନ କରି ଜଣାଇବା ପରେ ଘଟଣା ପଦାକୁ ଆସିଥିଲା।

ସକାଳ ଜଳଖିଆରେ ପୁଅ-ଝିଅଙ୍କୁ ବିଷ ଦେଇଥିଲେ ଶୁଭାଶିଷ। ନିଜେ ବିଷ ଖାଇବା ପୂର୍ବରୁ ଶୁଭାଶିଷ ପାରଳାଖେମୁଣ୍ଡି ନୂଆ ବସ୍‌ଷ୍ଟାଣ୍ଡରେ ରହୁଥିବା ତାଙ୍କ ବାପାଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ବାପା ଓଡ଼ିଆ ପାରଳା ସାହିରେ ପହଞ୍ଚି ଗୁରୁତର ଅବସ୍ଥାରେ ପଡିଥିବା ୩ ଜଣଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ପରେ ବାପଝିଅଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ସେଠାରେ ରାତିରେ ଝିଅ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିଳମ୍ବିତ ରାତିରେ ଶୁଭାଶିଷଙ୍କ ମୃତ୍ୟୁ ଘଟିଛି। ତେବେ ବୋହୂର ମୃତ୍ୟୁ ପରେ ଶୁଭାଶିଷ ଦୁଶ୍ଚିନ୍ତାରେ ରହୁଥିଲେ। ତେଣୁ ସେ ଏଭଳି କାଣ୍ଡ କରିଥିବା ଶୁଭାଶିଷଙ୍କ ବାପା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା