Masthead

ବିଷ ପିଇ ସଫା ହୋଇଗଲା ପୂରା ପରିବାର

ଗଜପତି (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓଡ଼ିଆ ପାରଳା ସାହିରେ ଘଟିଛି ଅଭାବନୀୟ ଘଟଣା । ପୁଅଝିଅଙ୍କୁ ବିଷ ଦେଇ ବାପା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ୮ ବର୍ଷୀୟ ପୁଅ ବିଜୟାନନ୍ଦଙ୍କ ପାରଳାଖେମୁଣ୍ଡି ମେଡିକାଲରେ ଓ ୧୨ବର୍ଷୀୟା ଝିଅ ପ୍ରିୟଦର୍ଶିନୀ ଏବଂ ବାପା ଶୁଭାଶିଷ ପାଣିଗ୍ରାହୀଙ୍କ ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ଘଟିଛି। ଗତ ମାର୍ଚ୍ଚ ୨୧ ତାରିଖରେ ଶୁଭାଶିଷଙ୍କ ସ୍ତ୍ରୀ ଶ୍ବେତାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ପାରିବାରିକ କଳହରୁ ସେ ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ଏଯାଏ କାରଣ ଅସ୍ପଷ୍ଟ ରହିଛି। ଏଭଳି ସ୍ଥିତିରେ ଶୁଭାଶିଷ ପିଲାଙ୍କୁ ବିଷ ଖୁଆଇ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ନିଜ ବାପାଙ୍କୁ ଫୋନ କରି ଜଣାଇବା ପରେ ଘଟଣା ପଦାକୁ ଆସିଥିଲା।

ସକାଳ ଜଳଖିଆରେ ପୁଅ-ଝିଅଙ୍କୁ ବିଷ ଦେଇଥିଲେ ଶୁଭାଶିଷ। ନିଜେ ବିଷ ଖାଇବା ପୂର୍ବରୁ ଶୁଭାଶିଷ ପାରଳାଖେମୁଣ୍ଡି ନୂଆ ବସ୍‌ଷ୍ଟାଣ୍ଡରେ ରହୁଥିବା ତାଙ୍କ ବାପାଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ବାପା ଓଡ଼ିଆ ପାରଳା ସାହିରେ ପହଞ୍ଚି ଗୁରୁତର ଅବସ୍ଥାରେ ପଡିଥିବା ୩ ଜଣଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ପରେ ବାପଝିଅଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ସେଠାରେ ରାତିରେ ଝିଅ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିଳମ୍ବିତ ରାତିରେ ଶୁଭାଶିଷଙ୍କ ମୃତ୍ୟୁ ଘଟିଛି। ତେବେ ବୋହୂର ମୃତ୍ୟୁ ପରେ ଶୁଭାଶିଷ ଦୁଶ୍ଚିନ୍ତାରେ ରହୁଥିଲେ। ତେଣୁ ସେ ଏଭଳି କାଣ୍ଡ କରିଥିବା ଶୁଭାଶିଷଙ୍କ ବାପା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା