ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନିରଜ ଚୋପ୍ରାଙ୍କ ନୂଆ ରେକର୍ଡ । ଜାଭେଲିନ ଥ୍ରୋରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ଦୋହା ଡାଇମଣ୍ଡ ଲିଗରେ ରୌପ୍ୟ ପଦକ ଜିତି ନିଜ ନାମରେ ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ନିରଜ ଚୋପ୍ରା । ଦୋହା ଡାଇମଣ୍ଡ ଲିଗରେ ୯୦ ଦଶମିକ ୨୩ ମିଟର ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ତୃତୀୟ ଏସୀୟ ଖେଳାଳି ହୋଇଛନ୍ତି ନିରଜ ଚୋପ୍ରା । ନିରଜ ତାଙ୍କର ତୃତୀୟ ପ୍ରୟାସରେ ୯୦ ଦଶମିକ ୨୩ ମିଟର ଜାଭେଲିନ୍ ଥ୍ରୋ କରିଥିଲେ । ନୀରଜ ଏହି ସଫଳତା ହାସଲ କରିବାରେ ବିଶ୍ୱର ୨୫ତମ ଖେଳାଳି ହୋଇଥିବା ବେଳେ ତୃତୀୟ ଏସୀୟ ଖେଳାଳି ହୋଇଛନ୍ତି । ନିରଜ ଚୋପ୍ରା ତାଙ୍କ କ୍ୟାରିୟରର ସର୍ବୋତ୍ତମ ସ୍କୋର କରିଛନ୍ତି । ଜର୍ମାନୀର ଜୁଲିଆନ୍ ୱେବର ୯୧.୦୬ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ଏହି ଲିଗ୍‌ର ଶ୍ରେଷ୍ଠ ସ୍କୋର କରିଥିଲେ। ଏହି ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଆଉ ଜଣେ ଭାରତୀୟ ଖେଳାଳି କିଶୋର ଜେନା ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି । କିଶୋର ୭୮ ଦଶମିକ ୬୦ ମିଟରର ଦୂର ଜାଭେଲିନ୍ ଫିଙ୍ଗି ତାଙ୍କର ସର୍ବୋତ୍ତମ ସ୍କୋର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ