Masthead

ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ‘ଅପରେସନ ସିନ୍ଦୂର’ରେ ଭାରତର ପ୍ରଚଣ୍ଡ ପ୍ରହାରରେ ପାକିସ୍ତାନକୁ କେତେ କ୍ଷତି ହୋଇଛି ତାହା ଧୀରେ ସାମ୍ନାକୁ ଆସୁଛି । ପାକିସ୍ତାନ ଯେଉଁ ଆୱାକ୍ସ(ଏୟାରବର୍ନ ୱାନିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ) ଉପରେ ଗର୍ବ କରୁଥିଲା ଭାରତ କିପରି ତାହାକୁ ନଷ୍ଟ କରିଦେଲା ତାହା ଖୋଦ୍ ପାକିସ୍ତାନର ଜଣେ ପୂର୍ବତନ ବାୟୁସେନା ଅଧିକାରୀ ବଖାଣିଛନ୍ତି । ପାକିସ୍ତାନର ଅବସରପ୍ରାପ୍ତ ଏୟାର ମାର୍ଶଲ ମାସୁଦ ଅଖତର ଏକ ସାକ୍ଷାତକାରରେ କହିଛନ୍ତି, ଭାରତ ମେ ୯ ଏବଂ ୧୦ ତାରିଖ ରାତିରେ ପାକିସ୍ତାନ ସେନାଘାଟି ଉପରେ କରିଥିବା ଆକ୍ରମଣରେ ବାୟୁବାହୀ ଚେତାବନୀ ଏବଂ ନିୟନ୍ତ୍ରଣ ପ୍ରଣାଳୀ ଆୱାକ୍ସ ନଷ୍ଟ କରିଥିଲା । ଭୋଲାରି ଏୟାରବେସ୍ ଉପରେ ଭାରତର ଆକ୍ରମଣ ବେଳେ ଏହା ହୋଇଥିଲା ।

‘ଅପରେସନ ସିନ୍ଦୂର’ରେ ଭାରତୀୟ ସଶସ୍ତ୍ର ବାହିନୀ କରାଚି ନିକଟରେ ଥିବା ଭୋଲାରି ଏୟାରବେସ୍କୁ ଟାର୍ଗେଟ କରିଥିଲେ । ପୂର୍ବରୁ ଭାରତୀୟ ପ୍ରତିରକ୍ଷା ଅଧିକାରୀ ମଧ୍ୟ ସାଟେଲାଇଟ ଛବି ଜରିଆରେ ଏହା ଦେଖାଇଥିଲେ । ମାସୁଦ କହିଛନ୍ତି, ଭାରତୀୟ ସେନା ଲଗାତାର ୪ଟି ବ୍ରହ୍ମୋସ୍ ମିସାଇଲ ଛାଡିଥିଲା । ପାକିସ୍ତାନୀ ପାଇଲଟମାନେ ପାକିସ୍ତାନର ବାୟୁ ପ୍ରତିରକ୍ଷା ନେଟୱର୍କରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଏହି ଏୟାରକ୍ରାଫ୍ଟକୁ ସୁରକ୍ଷିତ ରଖିବାକୁ ଧାଇଁଥିଲେ । କିନ୍ତୁ ଘନ ଘନ ମିଶାଇଲ ମାଡ ହୋଇଥିଲା । ସେଥିରୁ ଗୋଟିଏ ଭୋଲାରି ଏୟାରବେସରେ ପଡିଥିଲା, ଫଳରେ ସେଠାରେ ଥିବା ଏକ ଆୱାକ୍ସ ନଷ୍ଟ ହୋଇଥିଲା । ଏଥିସହ ପାକିସ୍ତାନର ଅନେକ ବାୟୁସେନା ଯବାନ ମଧ୍ୟ ଆକ୍ରମଣରେ ନିହତ ହୋଇଥିବା ମାସୁଦ ପ୍ରକାଶ କରିଛନ୍ତି । ଭୋଲାରି ଏୟାରବେସ୍ ପାକିସ୍ତାନର ସବୁଠୁ ନୂଆ ସେନା ଘାଟି । ୨୦୧୭ ଏହାର ହୋଇଥିଲା । ୨୦୨୦ରେ ପାକିସ୍ତାନ ସେଠାରେ ଚୀନ୍ ସହ ଏକ ଯୁଦ୍ଧାଭ୍ୟାସ କରିଥିଲା । ଆୱାକ୍ସ ଏୟାରକ୍ରାଫ୍ଟ ବ୍ୟତୀତ ସେଠାରେ ଜେଏଫ-୧୭ ଥଣ୍ଡର ଏବଂ ଏଫ୍-୧୬ଫାଇଟିଂ ଫାଲକନର ସ୍କ୍ୱାଡ୍ରନ ମଧ୍ୟ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା