Masthead

ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ‘ଅପରେସନ ସିନ୍ଦୂର’ରେ ଭାରତର ପ୍ରଚଣ୍ଡ ପ୍ରହାରରେ ପାକିସ୍ତାନକୁ କେତେ କ୍ଷତି ହୋଇଛି ତାହା ଧୀରେ ସାମ୍ନାକୁ ଆସୁଛି । ପାକିସ୍ତାନ ଯେଉଁ ଆୱାକ୍ସ(ଏୟାରବର୍ନ ୱାନିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ) ଉପରେ ଗର୍ବ କରୁଥିଲା ଭାରତ କିପରି ତାହାକୁ ନଷ୍ଟ କରିଦେଲା ତାହା ଖୋଦ୍ ପାକିସ୍ତାନର ଜଣେ ପୂର୍ବତନ ବାୟୁସେନା ଅଧିକାରୀ ବଖାଣିଛନ୍ତି । ପାକିସ୍ତାନର ଅବସରପ୍ରାପ୍ତ ଏୟାର ମାର୍ଶଲ ମାସୁଦ ଅଖତର ଏକ ସାକ୍ଷାତକାରରେ କହିଛନ୍ତି, ଭାରତ ମେ ୯ ଏବଂ ୧୦ ତାରିଖ ରାତିରେ ପାକିସ୍ତାନ ସେନାଘାଟି ଉପରେ କରିଥିବା ଆକ୍ରମଣରେ ବାୟୁବାହୀ ଚେତାବନୀ ଏବଂ ନିୟନ୍ତ୍ରଣ ପ୍ରଣାଳୀ ଆୱାକ୍ସ ନଷ୍ଟ କରିଥିଲା । ଭୋଲାରି ଏୟାରବେସ୍ ଉପରେ ଭାରତର ଆକ୍ରମଣ ବେଳେ ଏହା ହୋଇଥିଲା ।

‘ଅପରେସନ ସିନ୍ଦୂର’ରେ ଭାରତୀୟ ସଶସ୍ତ୍ର ବାହିନୀ କରାଚି ନିକଟରେ ଥିବା ଭୋଲାରି ଏୟାରବେସ୍କୁ ଟାର୍ଗେଟ କରିଥିଲେ । ପୂର୍ବରୁ ଭାରତୀୟ ପ୍ରତିରକ୍ଷା ଅଧିକାରୀ ମଧ୍ୟ ସାଟେଲାଇଟ ଛବି ଜରିଆରେ ଏହା ଦେଖାଇଥିଲେ । ମାସୁଦ କହିଛନ୍ତି, ଭାରତୀୟ ସେନା ଲଗାତାର ୪ଟି ବ୍ରହ୍ମୋସ୍ ମିସାଇଲ ଛାଡିଥିଲା । ପାକିସ୍ତାନୀ ପାଇଲଟମାନେ ପାକିସ୍ତାନର ବାୟୁ ପ୍ରତିରକ୍ଷା ନେଟୱର୍କରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଏହି ଏୟାରକ୍ରାଫ୍ଟକୁ ସୁରକ୍ଷିତ ରଖିବାକୁ ଧାଇଁଥିଲେ । କିନ୍ତୁ ଘନ ଘନ ମିଶାଇଲ ମାଡ ହୋଇଥିଲା । ସେଥିରୁ ଗୋଟିଏ ଭୋଲାରି ଏୟାରବେସରେ ପଡିଥିଲା, ଫଳରେ ସେଠାରେ ଥିବା ଏକ ଆୱାକ୍ସ ନଷ୍ଟ ହୋଇଥିଲା । ଏଥିସହ ପାକିସ୍ତାନର ଅନେକ ବାୟୁସେନା ଯବାନ ମଧ୍ୟ ଆକ୍ରମଣରେ ନିହତ ହୋଇଥିବା ମାସୁଦ ପ୍ରକାଶ କରିଛନ୍ତି । ଭୋଲାରି ଏୟାରବେସ୍ ପାକିସ୍ତାନର ସବୁଠୁ ନୂଆ ସେନା ଘାଟି । ୨୦୧୭ ଏହାର ହୋଇଥିଲା । ୨୦୨୦ରେ ପାକିସ୍ତାନ ସେଠାରେ ଚୀନ୍ ସହ ଏକ ଯୁଦ୍ଧାଭ୍ୟାସ କରିଥିଲା । ଆୱାକ୍ସ ଏୟାରକ୍ରାଫ୍ଟ ବ୍ୟତୀତ ସେଠାରେ ଜେଏଫ-୧୭ ଥଣ୍ଡର ଏବଂ ଏଫ୍-୧୬ଫାଇଟିଂ ଫାଲକନର ସ୍କ୍ୱାଡ୍ରନ ମଧ୍ୟ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ