Masthead

ଗାଁକୁ ନାହିଁ ରାସ୍ତା

ବନ୍ତ, (ବଡ଼ ଖବର ବ୍ୟୁରୋ): ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଆଜି ବି ଗାଁକୁ ରାସ୍ତା ଖଣ୍ଡେ ନାହିଁ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତ ନଳିତାଗାଡ଼ିଆ ଓ ବାହାଦଲପୁର ଗାଁକୁ ରାସ୍ତା ନାହିଁ । ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଏନେଇ ଅବଗତ କରାଇଥିଲେ ସୁଦ୍ଧା ଫଳାଫଳ ଶୂନ । ନିର୍ବାଚନ ସମୟରେ ଗାଁକୁ ନେତାମାନେ ଆସୁଛନ୍ତି । ଜନତାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୋଟ ପାଉଥିବା ନେତାମାନେ ଗାଁ ଉପରେ ନଜର ଦେଉନାହାନ୍ତି । ଗାଁ ଚାରିପାଖରେ ଘେରି ରହିଛି ଚାଷଜମି । ଉଭୟ ଗାଁକୁ ଭଲ ରାସ୍ତା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ନଳିତାଗାଡ଼ିଆ ଗାଁକୁ ଯିବାକୁ ହେଲେ ବିଲ ହୁଡ଼ା ଏକମାତ୍ର ବିକଳ୍ପ । ବର୍ଷା ହେଲେ ଏହି ହୁଡ଼ାରେ ଚାଲି କରି ଯିବା କଷ୍ଟ । ଗାଡ଼ି ନେଇ ଗାଁକୁ ଯିବା ଅସମ୍ଭବ । ସେପଟେ ବାହାଦଲପୁର ଗାଁକୁ ପୋଖରୀ ହୁଡ଼ା ଦେଇ ଯିବାକୁ ପଡ଼ିଥାଏ । ବର୍ଷା ହେଲେ ପୋଖରୀ ହୁଡ଼ା କାଦୁଅ ହୋଇଯାଉଛି । ଯାତାୟାତରେ ବହୁତ ଅସୁବିଧା ଉପୁଜିଛି । ମାଟି କାଦୁଅ ରାସ୍ତାରେ ଯାଉଥିବା ଲୋକେ ଅନେକଥର ଦୁର୍ଘଟଣାର ଶିକାର ମଧ୍ୟ ହୋଇଛନ୍ତି । ଗାଁକୁ ରାସ୍ତା ନ ଥିବାରୁ ଜରୁରୀ ସମୟରେ ରୋଗୀଙ୍କୁ ମେଡିକାଲ ନେବାରେ ଅସୁବିଧା ହେଉଛି । ଲୋକେ ଭାରରେ ବାଧ୍ୟ ହୋଇ ରୋଗୀଙ୍କୁ ବୋହୁଛନ୍ତି । ବିକାଶର ଡେଙ୍ଗୁରା ପିଟୁଥିବା ସରକାରଙ୍କ ଲାଗି ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ପକ୍କା ରାସ୍ତା ହେଲେ ଗାଁର ବିକାଶ ହୁଅନ୍ତା ବୋଲି କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ