Masthead

ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ

ଓଡଗାଁ (ବଡ଼ ଖବର ବ୍ୟୁରୋ): ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ କଲା ପୋଲିସ । ନୟାଗଡ଼ ଓଡଗାଁ ତହସିଲ କୋମଣ୍ଡ ମାଙ୍କଡା ପଥର ଖଣିରେ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରି ମାଙ୍କଡା ବୋଝଇ ୨ ଟ୍ରାକ୍ଟର, ୨ ଟାଟା ମିନି ଟ୍ରକ, ପାୱାର ଟ୍ରିଲର ସହିତ ପେଟ୍ରୋଲିଂ ପାଇଁ ଉଦିଷ୍ଟ ୨ ବାଇକ ଜବତ କରିଛି । ଏନେଇ ୧୪୧/୨୫ ଓ ୧୪୨/୨୫ରେ ୨ ମାମଲା ରୁଜୁ କରାଯାଇଛି । ସେପଟେ ରାତିରେ ମାଙ୍କଡା ବେଆଇନ ଭାବେ ଚାଲାଣ କରିବାକୁ କୁଆଡ଼େ ଅଲିଖିତ ନିର୍ଦ୍ଦେଶ ରହିଥିଲା । ହେଲେ ଏହାକୁ ବିଗତ ଦିନର ପୋଲିସ ଅଧିକାରୀଙ୍କ ସମର୍ଥନ ଥିବା ଆଲୋଚନା ହେଉଥିଲା । ଓଡ଼ଗାଁରେ ଚାଲିଥିବା ବେଆଇନ ମାଙ୍କଡା ପଥର ଖଣି ଉପରେ ଚଢ଼ାଉ କରିଥିଲେ ଆଇଆଇସି ଅଭୟ ବେହେରା ।

ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କ ରାତି ଅଧିଆ ନିର୍ଦ୍ଦେଶରେ ସରଣକୁଳ ଭାରପ୍ରାପ୍ତ ଏସ୍ଡ଼ିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ, ଆଦର୍ଶ ଥାନା ଆଇଆଇସି ଅଭୟ ବେହେରା, ଏସଆଇ ଚକ୍ରଧର ସିଂସ୍ଥାନୀୟ ପୋଲିସ ଷ୍ଟାଫ ଓ ଜିଲ୍ଲା ପୋଲିସ ସହିତ ଦୁଇ ଦଫାରେ ଖଣି ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ପରି ୨ ମାଙ୍କଡା ବୋଝେଇ ଟ୍ରାକ୍ଟର ଓ ମିନିଟ୍ରକ ସହ ଗୋଟିଏ ପଥର କଟିଙ୍ଗ ପାୱାର ତ୍ରିଲର, ୨ ବାଇକ ଜବତ କରିଥିଲେ । କିନ୍ତୁ ଖଣି ମାଫିଆଙ୍କୁ ଧରିବାରେ ବିଫଳ ହୋଇଥିଲା ନୟାଗଡ଼ ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ