Masthead

ନିଲର୍ଜର ସୀମା ଟପିଲେ ଆଫ୍ରିଦ

ବଡ଼ ଖବର ବ୍ୟୁରୋ: ନିଲର୍ଜର ସବୁ ସୀମା ପାର କଲେ । କିସ୍ କଲେ ହଗ୍ ବି କଲେ । ହାରିବା ପରେ ବିଜୟର ଉସôବ ମନାଇଲେ । ରୋଡ ଶୋ ବି କଲେ । ଆଉ ଏବେ ମୁନିରଙ୍କ କିସ୍ କରିବା ସହ ଆଲିଙ୍ଗନ କରି ଶତ୍ରୁଙ୍କୁ ଭଲ ଶିକ୍ଷା ଦେଇଛ ବୋଲି କହିଲେ । ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦ । ଲଗାତାର ମିଛ ଓ ଅପପ୍ରଚାର କରୁଥିବା ଆଫ୍ରିଦଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସାହିଦ ଆଫ୍ରିଦ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ କିସ୍ କରୁଥିବା ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କେବଳ ସାହିଦ କାହିଁକି ବୋଲର ସୋଏବ ଅଖତର ମଧ୍ୟ ନିକଟରେ ମୁନିରଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି । ଅସୀମଙ୍କୁ ଭେଟିବା ମାତ୍ରେ ଉଭୟ ପୂର୍ବତନ ଖେଳାଳି ତାଙ୍କୁ ଆଲିଙ୍ଗନ କରିଥିଲେ । ଏହା ପରେ ସାହିଦ ଏବଂ ସୋଏବ ମଧ୍ୟ ମୁନିରଙ୍କୁ କିସ୍ କରିଥିଲେ ।

ଅପରେସନ ସିନ୍ଦୂର ପରେ ବିଚଳିତ ହୋଇଯାଇଛି ପାକିସ୍ତାନ । ପାକିସ୍ତାନୀ ସେନା ମିଛ ଖବର ପ୍ରସାରଣ କରିଛି । ଏମିତି କି ଇଣ୍ଡିଆର ଅନେକ ଏୟାର ବେସ ଧ୍ୱଂସ କରିଥିବା ଖବର ମଧ୍ୟ ପ୍ରଚାର କରିଛି । ବିଳିବିଳଉଛି ମିଛୁଆ ପାକିସ୍ତାନ । ଖାଲି ପାକିସ୍ତାନ ସେନା କାହିଁକି ତାଙ୍କ କ୍ରିକେଟର ମଧ୍ୟ ପରାଜୟ ପରେ ବିଜୟର ଉସôବ ମନାଇଛନ୍ତି । ନିକଟରେ ସାହିଦ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟିଥିଲେ । ପିଏମଙ୍କ ବାସଭବନରେ ଏକ ବୈଠକରେ ଆଫ୍ରିଦ କହିଛନ୍ତି ଯେ ଏହି ସଙ୍କଟରେ ଦେଶ ଏକାଠି ଛିଡା ହୋଇଛି । ଶତ୍ରୁକୁ ଉପଯୁକ୍ତ ଜବାବ ଦେଇଛି । ତେବେ ଭାରତ-ପାକିସ୍ତାନ ଯୁଦ୍ଧ ବିରତି ପରେ ସାହିଦ ଏକ ରାଲି କରିଥିଲେ । ଯାହା ପରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଛି । ଏହି ରାଲି ପାଇଁ ମଧ୍ୟ ଶେହବାଜ । ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭାରତର ଏ ଭୟଙ୍କର ଆଟାକକୁ ଭୁଲି ପାରୁନି ପାକିସ୍ତାନ । ନିଜ ଲୋକଙ୍କୁ ଏକାଠି କରିବା ଭାଇଚାରା ବନାଇବା ପାଇଁ ମିଛ ଖବର ପ୍ରସାରିତ କରିବା ସହ ରାଲି କରୁଛନ୍ତି ତ କେଉଁଠି ବିଜୟର ଉସôବ ପାଳନ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!