୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ସ୍ଥିତି ଓ ବ୍ୟାପକ ସୁରକ୍ଷା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଆବଣ୍ଟନ କରାଯାଇଛି। ଉଦ୍ଧାର, ରିଲିଫ୍‌ ଏବଂ କ୍ଷୟକ୍ଷତି ନିୟନ୍ତ୍ରଣ ପରିଚାଳନା ପାଇଁ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ରାୟଗଡ଼ା ଜିଲ୍ଲା ଦାୟିତ୍ବ ପ୍ରଦାନ କରାଯାଇଛି।  ଡ. ପୋମା ଟୁଡୁଙ୍କୁ କୋରାପୁଟ ଜିଲ୍ଲାର ବାତ୍ୟା ପରିଚାଳନା ଦାୟିତ୍ୱ ଦିଆଯାଇଛି ।  ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାର ପ୍ରଶାସନିକ ତଦାରଖ ଓ ସୁରକ୍ଷା ଦାୟିତ୍ବ ନ୍ୟସ୍ତ କରାଯାଇଛି ।  ଡ. ୟେଦୁଲା ବିଜୟଙ୍କୁ ମାଲକାନଗିରି ଜିଲ୍ଲାର ସମ୍ପୂର୍ଣ୍ଣ ବାତ୍ୟା ମୁକାବିଲା ଓ ରିଲିଫ୍‌ କାର୍ଯ୍ୟର ଦାୟିତ୍ୱ ପ୍ରଦାନ କରାଯାଇଛି।

ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା । ଆନ୍ଧ୍ରର କାକିନାଡାରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ ପବନରେ ବେଗ ୧୦୦ କିମି ପାଖାପାଖି ରହିପାରେ । ତେବେ ବାତ୍ୟା ପ୍ରଭାବ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଦେଖିବାକୁ ମିଳିଛି । ଯାହାକୁ ଦୃଷ୍ଟିରେ ରଖି ଆକ୍ସନମୋଡ଼କୁ ଆସିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଆସୁଥିବା ସମ୍ଭାବ୍ୟ ବାତ୍ୟାର ପ୍ରସ୍ତୁତି ଓ ପରବର୍ତ୍ତୀ ରିଲିଫ୍ ପରିଚାଳନା, ପୁନରୁଦ୍ଧାର ସହ ସୁପରିଚାଳନା ପାଇଁ ୫ ଜଣ ବରିଷ୍ଠ IASଙ୍କୁ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ୫ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ଆନନ୍ଦପୁରରେ ଏନକାଉଣ୍ଟର 🔴 ମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ଠାରୁ ମାତ୍ର ହଜାରେ ଅଧିକ ପାଉଛନ୍ତି ମୁଖ୍ୟମନ୍ତ୍ରୀ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 AEEଙ୍କ ସମ୍ପତ୍ତିର ଲମ୍ବା ତାଲିକା 🔴 ‘ଭୁବନ ଖବର’ ସାପ୍ତାହିକ ଖବରକାଗଜ ଉଦଘାଟିତ 🔴 ଆସୁଛି ବଡ଼ ବାତ୍ୟା! ୨୭ କିମ୍ବା ୨୮ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ହୋଇପାରେ ମାଡି 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ଆନନ୍ଦପୁରରେ ଏନକାଉଣ୍ଟର 🔴 ମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ଠାରୁ ମାତ୍ର ହଜାରେ ଅଧିକ ପାଉଛନ୍ତି ମୁଖ୍ୟମନ୍ତ୍ରୀ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 AEEଙ୍କ ସମ୍ପତ୍ତିର ଲମ୍ବା ତାଲିକା 🔴 ‘ଭୁବନ ଖବର’ ସାପ୍ତାହିକ ଖବରକାଗଜ ଉଦଘାଟିତ 🔴 ଆସୁଛି ବଡ଼ ବାତ୍ୟା! ୨୭ କିମ୍ବା ୨୮ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ହୋଇପାରେ ମାଡି