Masthead

ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ

ନୂଆଦିଲ୍ଲୀ( ବଡ଼ ଖବର ବ୍ୟୁରୋ): ଇସ୍ତଫା ଦେବେ ୟୁନୁସ ! ବାଂଲାଦେଶରେ ପୁଣି ଦେଖାଦେଇଛି ରାଜନୈତିକ ଅସ୍ଥିରତା। ଦେଶର ସ୍ଥିତି ଆଗରେ ନଇଁଛନ୍ତି ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ । ଖୁବ୍‌ ଶୀଘ୍ର ପଦରୁ ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ । ଆଉ ଦେଶକୁ ସମ୍ଭାଳି ପାରିବେ ନାହିଁ ବୋଲି ଗଣମାଧ୍ୟରେ ଚର୍ଚ୍ଚା । ବାଂଲାଦେଶରେ ହିଂସା, ଚୋରି ଓ ସଂଖ୍ୟାଲଘୁ ବିରୋଧୀ ଘଟଣା ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇ ପଡିଛନ୍ତି ୟୁନୁସ । ଏଥିପାଇଁ ସେ ଇସ୍ତଫା ଦେବାକୁ ଚିନ୍ତା କରୁଛନ୍ତି ବୋଲି ଚର୍ଚ୍ଚା । କାରଣ ସେ ଅନୁଭବ କରୁଛନ୍ତି ଯେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସହମତି ଅଭାବରୁ କାମ କରିବା କଷ୍ଟକର ହୋଇପଡୁଛି।କାରଣ ମହମ୍ମଦ ୟୁନୁସଙ୍କୁ ବାଂଲାଦେଶ ଆର୍ମି ଚିଫ୍‌ ଚେତାବନୀ ।

ଏହାସହ ସେ ଗାଦି ଛାଡିବାକୁ ୟୁନୁସଙ୍କୁ ଅଲ୍‌ଟିମେଟମ୍ ଦେଇଛନ୍ତି । ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ଅଶାନ୍ତି ମଧ୍ୟରେ ପ୍ରମୁଖ ଜେନେରାଲ ୟୁନୁସଙ୍କୁ ଚେତବାନୀ ଦେଇଛନ୍ତି । ସେନାମୁଖ୍ୟ ୱକାର-ଉଜ-ଜମାନ ଚାହୁଁଛନ୍ତି କି ଚଳିତବର୍ଷ ଶେଷ ସୁଦ୍ଧା ଅର୍ଥାତ ଡିସେମ୍ବରରେ ନିର୍ବାଚନ ହେଉ । ନିର୍ବାଚିତ ସରକାର କାର୍ୟ୍ୟଭାର ସମ୍ଭାଳନ୍ତୁ । ମିଳିଥିବା ରିପୋର୍ଟ ଅନୁସାରେ ଅନ୍ତରୀଣ ସରକାରଙ୍କର କିଛି ନୀତିଗତ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଆର୍ମି ଚିଫ୍ । ୟୁନୁସ ଇସ୍ତଫା ଦେଇ ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ