Masthead

ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ

ନୂଆଦିଲ୍ଲୀ( ବଡ଼ ଖବର ବ୍ୟୁରୋ): ଇସ୍ତଫା ଦେବେ ୟୁନୁସ ! ବାଂଲାଦେଶରେ ପୁଣି ଦେଖାଦେଇଛି ରାଜନୈତିକ ଅସ୍ଥିରତା। ଦେଶର ସ୍ଥିତି ଆଗରେ ନଇଁଛନ୍ତି ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ । ଖୁବ୍‌ ଶୀଘ୍ର ପଦରୁ ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ । ଆଉ ଦେଶକୁ ସମ୍ଭାଳି ପାରିବେ ନାହିଁ ବୋଲି ଗଣମାଧ୍ୟରେ ଚର୍ଚ୍ଚା । ବାଂଲାଦେଶରେ ହିଂସା, ଚୋରି ଓ ସଂଖ୍ୟାଲଘୁ ବିରୋଧୀ ଘଟଣା ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇ ପଡିଛନ୍ତି ୟୁନୁସ । ଏଥିପାଇଁ ସେ ଇସ୍ତଫା ଦେବାକୁ ଚିନ୍ତା କରୁଛନ୍ତି ବୋଲି ଚର୍ଚ୍ଚା । କାରଣ ସେ ଅନୁଭବ କରୁଛନ୍ତି ଯେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସହମତି ଅଭାବରୁ କାମ କରିବା କଷ୍ଟକର ହୋଇପଡୁଛି।କାରଣ ମହମ୍ମଦ ୟୁନୁସଙ୍କୁ ବାଂଲାଦେଶ ଆର୍ମି ଚିଫ୍‌ ଚେତାବନୀ ।

ଏହାସହ ସେ ଗାଦି ଛାଡିବାକୁ ୟୁନୁସଙ୍କୁ ଅଲ୍‌ଟିମେଟମ୍ ଦେଇଛନ୍ତି । ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ଅଶାନ୍ତି ମଧ୍ୟରେ ପ୍ରମୁଖ ଜେନେରାଲ ୟୁନୁସଙ୍କୁ ଚେତବାନୀ ଦେଇଛନ୍ତି । ସେନାମୁଖ୍ୟ ୱକାର-ଉଜ-ଜମାନ ଚାହୁଁଛନ୍ତି କି ଚଳିତବର୍ଷ ଶେଷ ସୁଦ୍ଧା ଅର୍ଥାତ ଡିସେମ୍ବରରେ ନିର୍ବାଚନ ହେଉ । ନିର୍ବାଚିତ ସରକାର କାର୍ୟ୍ୟଭାର ସମ୍ଭାଳନ୍ତୁ । ମିଳିଥିବା ରିପୋର୍ଟ ଅନୁସାରେ ଅନ୍ତରୀଣ ସରକାରଙ୍କର କିଛି ନୀତିଗତ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଆର୍ମି ଚିଫ୍ । ୟୁନୁସ ଇସ୍ତଫା ଦେଇ ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି