Masthead

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ନୂଆପଡ଼ା ଆର ଆଣ୍ଡ ବି ଡିଭିଜନ ଅଧୀନରେ ଖରିଆରରେ କାର୍ୟ୍ୟରତ ଜୁନିଅର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀଙ୍କ ଘରେ ଚଢ଼ରଉ । ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ଏକକାଳୀନ ୮ ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ୱର, ପିପିଲି ଓ ନୂଆପଡ଼ାରେ ଚାଲିଛି ଚଢ଼ାଉ । ଏହି ଚଢ଼ାଉ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ଓ୍ୱାରେଣ୍ଟ ଆଧାରରେ ୭ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚାଲିଛି। ଭୁବନେଶ୍ୱରର ଗଙ୍ଗୋତ୍ରୀ ନଗର, ଲିଙ୍ଗୀପୁରସ୍ଥିତ ପ୍ଲଟ ନମ୍ବର ୧୦ରେ ଥିବା ତିନି ମହଲା ବିଶିଷ୍ଟ ବିଲଡିଂ।

ଭୁବନେଶ୍ୱରର ଗଙ୍ଗୋତ୍ରୀ ନଗର, ଲିଙ୍ଗୀପୁରସ୍ଥିତ ପ୍ଲଟ ନମ୍ବର ୧୦/୩୯୨୦ରେ ନିର୍ମାଣାଧୀନ ଘର। ପୁରୀ ଜିଲ୍ଲାର ପିପିଲି, ବିଲିପଡ଼ାସ୍ଥିତ ପ୍ଲଟ ନମ୍ବର ୭୪୯ରେ ଥିବା ଫାର୍ମହାଉସ। ଭୁବନେଶ୍ୱରର ବ୍ରହ୍ମେଶ୍ୱରପାଟଣା ବ୍ରିଟ କଲୋନୀରେ ଥିବା ତାଙ୍କ ଆତ୍ମୀୟଙ୍କ ଘର। ନୂଆପଡ଼ାସ୍ଥିତ ସେଠୀଙ୍କ ଅଫିସ, ଆରଆଣ୍ଡବି ସବ-ଡିଭିଜନ ଓ ସୁଶାନ୍ତ କୁମାର ସେଠୀଙ୍କ ସରକାରୀ କ୍ୱାର୍ଟରରେ ଚାଲିଛି ରେଡ୍ । ଭୁବନେଶ୍ୱରର କେଦାର ଲେନରେ ପ୍ଲଟ ନମ୍ବର ୬୨୩/ବି ରେ ଥିବା ତାଙ୍କ ସହଯୋଗୀଙ୍କ ଘର। ଭୁବନେଶ୍ୱରର ଓଲ୍ଡ ଟାଉନରେ ଗ୍ୟାରେଜ ଛକ, ପ୍ଲଟ ନମ୍ବର ୮୬୬ରେ ଥିବା ଅନ୍ୟ ଏକ ସହଯୋଗୀଙ୍କ ଘରେ ଚାଲିଛି ରେଡ୍ । ତେବେ ଏହି ସମ୍ପତ୍ତିଗୁଡ଼ିକ ମଧ୍ୟରେ ବାବୁଙ୍କର ରହିଛି ତିନି ମହଲା ବିଶିଷ୍ଟ ବିଲଡିଂ, ନିର୍ମାଣାଧୀନ ଘର, ଫାର୍ମହାଉସ ଏବଂ ଆତ୍ମୀୟ ଓ ସହଯୋଗୀଙ୍କ ନାମରେ ଥିବା ସମ୍ପତ୍ତି ଅନ୍ତର୍ଭୁକ୍ତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼