Masthead

ୟୁକ୍ରେନ ଉପରେ ଋଷିଆର ସବୁଠୁ ବଡ଼ ଡ୍ରୋନ୍ ଆଟାକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୟୁକ୍ରେନ ବିରୋଧରେ ରୁଷିଆ ସବୁଠୁ ବଡ଼ ଏୟାରଷ୍ଟ୍ରାଇକ କରିଛି। ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ୩୬୭ଟି ଡ୍ରୋନ୍‌ ଓ ମିଶାଇଲ ମାଡ଼ କରିଥିଲା ରୁଷିଆ। ୟୁକ୍ରେନର ଝିଟୋର୍ମି ସହର ଉପରକୁ ରୁଷିଆ ଘନଘନ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ୟୁକ୍ରେନର ୧୧୦ଟି ଡ୍ରୋନ୍‌କୁ ମାରି ମାରି ଖସାଇ ଦେଇଥିବା କହିଛି ରୁଷିଆ।

ରୁଷିଆର ଏୟାରଷ୍ଟ୍ରାଇ୍‌କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ନିନ୍ଦା କରିଛନ୍ତି। ଟ୍ରମ୍ପ କହିଛନ୍ତି ରୁଷିଆର ପତ୍ତନ ଆରମ୍ଭ ହୋଇଗଲା। ଟ୍ରମ୍ପ ପୁଟିନଙ୍କୁ ପାଗଳ ବୋଲି କହିବାକୁ ପଛାଇ ନାହାନ୍ତି । ଟ୍ରମ୍ପ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପୁଟିନଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । କିନ୍ତୁ ତାଙ୍କ ସହ କିଛି ଘଟିଛି । ଯେଉଁଥିପାଇଁ ସେ ପାଗଳ ଭଳି କାର୍ଯ୍ୟ କରୁଛନ୍ତି । ଅନାବଶ୍ୟକ ଭାବେ ଲୋକଙ୍କୁ ହତ୍ୟା କରୁଛନ୍ତି ।

ବିନା କାରଣରେ ୟୁକ୍ରେନ୍ ସହର ଉପରେ ଋଷ ମିସାଇଲ୍ ଓ ଡ୍ରୋନରେ ଆକ୍ରମଣ କରିଛି ବୋଲି କହିଛନ୍ତି ଟ୍ରମ୍ପ । କଏଦୀ ଅଦଳବଦଳ ଚୁକ୍ତି ଅନୁଯାୟୀ ଦୁଇ ଦେଶ ବନ୍ଧକ ଥିବା ହଜାର ଲେଖାଏଁ ସୈନିକ ଏବଂ ନାଗରିକଙ୍କ ପରଷ୍ପର ଦେଶକୁ ଛାଡିଛନ୍ତି। ଆଉ ଏହା ପରେ ଋଷର ଏଭଳି ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଟ୍ରମ୍ପ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା