Masthead

ୟୁକ୍ରେନ ଉପରେ ଋଷିଆର ସବୁଠୁ ବଡ଼ ଡ୍ରୋନ୍ ଆଟାକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୟୁକ୍ରେନ ବିରୋଧରେ ରୁଷିଆ ସବୁଠୁ ବଡ଼ ଏୟାରଷ୍ଟ୍ରାଇକ କରିଛି। ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ୩୬୭ଟି ଡ୍ରୋନ୍‌ ଓ ମିଶାଇଲ ମାଡ଼ କରିଥିଲା ରୁଷିଆ। ୟୁକ୍ରେନର ଝିଟୋର୍ମି ସହର ଉପରକୁ ରୁଷିଆ ଘନଘନ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ୟୁକ୍ରେନର ୧୧୦ଟି ଡ୍ରୋନ୍‌କୁ ମାରି ମାରି ଖସାଇ ଦେଇଥିବା କହିଛି ରୁଷିଆ।

ରୁଷିଆର ଏୟାରଷ୍ଟ୍ରାଇ୍‌କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ନିନ୍ଦା କରିଛନ୍ତି। ଟ୍ରମ୍ପ କହିଛନ୍ତି ରୁଷିଆର ପତ୍ତନ ଆରମ୍ଭ ହୋଇଗଲା। ଟ୍ରମ୍ପ ପୁଟିନଙ୍କୁ ପାଗଳ ବୋଲି କହିବାକୁ ପଛାଇ ନାହାନ୍ତି । ଟ୍ରମ୍ପ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପୁଟିନଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । କିନ୍ତୁ ତାଙ୍କ ସହ କିଛି ଘଟିଛି । ଯେଉଁଥିପାଇଁ ସେ ପାଗଳ ଭଳି କାର୍ଯ୍ୟ କରୁଛନ୍ତି । ଅନାବଶ୍ୟକ ଭାବେ ଲୋକଙ୍କୁ ହତ୍ୟା କରୁଛନ୍ତି ।

ବିନା କାରଣରେ ୟୁକ୍ରେନ୍ ସହର ଉପରେ ଋଷ ମିସାଇଲ୍ ଓ ଡ୍ରୋନରେ ଆକ୍ରମଣ କରିଛି ବୋଲି କହିଛନ୍ତି ଟ୍ରମ୍ପ । କଏଦୀ ଅଦଳବଦଳ ଚୁକ୍ତି ଅନୁଯାୟୀ ଦୁଇ ଦେଶ ବନ୍ଧକ ଥିବା ହଜାର ଲେଖାଏଁ ସୈନିକ ଏବଂ ନାଗରିକଙ୍କ ପରଷ୍ପର ଦେଶକୁ ଛାଡିଛନ୍ତି। ଆଉ ଏହା ପରେ ଋଷର ଏଭଳି ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଟ୍ରମ୍ପ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ