Masthead

ପ୍ରଥମ ଟି-୨୦ରେ ଭାରତ ପରାସ୍ତ

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ପୁଣି ଝୁଣ୍ଟିଲା ଭାରତ । ପ୍ରଥମ ଟି-୨୦ ମ୍ୟାଚରେ ଭାରତ ପରାସ୍ତ ହୋଇଛି । ବିଜୟରୁ ଅଭିଯାନ ଆରମ୍ଭ କରିଛି ଇଂଲଣ୍ଡ ଦଳ । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା । ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରିଥିବା ନଜର ଆସିଛି । ବିଜୟ ସହ ଏବେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି । ଆରମ୍ଭରୁ ହିଁ ଇଂଲଣ୍ଡ ଚମତ୍କାର ବୋଲିଂ କରିଥିଲା ।

ଭାରତ ପକ୍ଷର ଶ୍ରେୟାସ ଆୟର ୬୭, ରିଷବ ପନ୍ତ ୨୧ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ରନ କରିଥିଲେ । ସେହିପରି ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୩ଟି, ଆଦିଲ ରସିଦ, ମାର୍କ ଉଡ, କ୍ରିସ ଜୋର୍ଡାନ ଓ ବେନ ଷ୍ଟ୍ରୋକ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୨୪ ରନ କରିଥିଲା । ପରେ ୧୨୫ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଇଂଲଣ୍ଡ ଦଳ ଇଂଲଣ୍ଡ ପକ୍ଷରୁ ଜାସନ ଋଶ ୪୯ ରନ, ବେୟାଷ୍ଟୋ ୨୬ ରନ, ବଟଲର ୨୮ ରନ ଓ ଡେଭିଡ ମାଲାନ ୨୪ ରନ କରିଥିଲେ। ଫଳରେ ଦଳ ୧୫ ଓଭର ୩ଟି ବଲ ଖେଳି ୨ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା । ତେବେ ରବିବାର ଖେଳାଯିବ ଦ୍ବିତୀୟ ମ୍ୟାଚ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ