Masthead

ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ

ବିଞ୍ଝାରପୁର (ବଡ଼ ଖବର ବ୍ୟୁରୋ): ଡ୍ରାଇଭରଙ୍କ ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ । ପୋଲିସ ଓ ସଭାପତିଙ୍କ ହସ୍ତକ୍ଷେପ ପରେ ହେଲା ସମାଧାନ । ଆନ୍ଦୋଳନ ସମୟର ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିଞ୍ଝାରପୁରରେ । ବିଞ୍ଝାରପୁର ଅଞ୍ଚଳର ଅରେଇ ଛକ ନିକଟରେ ଡ୍ରାଇଭରମାନେ ଆନ୍ଦୋଳନରେ ବସିଥିବା ବେଳେ, ଛକ ନିକଟସ୍ଥ ପୋଲ ନିକଟରେ କିଛି ଡ୍ରାଇଭର ଜବରଦସ୍ତ ଗାଡ଼ିକୁ ଅଟକାଇଥିବା ଅଭିଯୋଗ ହୋଇଛି ।

ଅଟକାଇବା ଦ୍ଵାରା ମେଡିକାଲରୁ ଫେରୁଥିବା କିଛି ଲୋକଙ୍କୁ ଆଣିଥିବା ଗାଡ଼ି ଲୋକମାନଙ୍କୁ ସେଇଠି ଛାଡି ଦେଇଥିଲା। ଯାହା ଦ୍ଵାରା ଯାତ୍ରୀ ମାନେ ଯିବାକୁ ହଇରାଣ ହୋଇଥିଲେ ଏବଂ ଡ୍ରାଇଭର ଓ ଯାତ୍ରୀମାନଙ୍କ ମଧ୍ୟରେ ଯୁକ୍ତି ତର୍କ ଚାଲିଥିଲା । ଖବର ପାଇ ପୋଲିସ ଓ ଡ୍ରାଇଭର ମହାସଂଘର ବିଞ୍ଝାରପୁର ବ୍ଲକ ସଭାପତି ଅଶୋକ କୁମାର ରଥ ପହଞ୍ଚି ଯାତ୍ରୀମାନଙ୍କ ଯିବାର ବନ୍ଦୋବସ୍ତ କରିବା ପରେ ସମସ୍ୟାର ସମାଧାନ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ