Masthead

କ୍ରିକେଟକୁ ଅଲବିଦା କହିଲେ ପାର୍ଥିବ

(ବଡ଼ ଖବର ବ୍ୟୁରୋ): କ୍ରିକେଟକୁ ଅଲବିଦା କହିଲେ ପାର୍ଥିବ ପଟେଲ । ସେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷିୟ ୱିକେଟ କିପର ବ୍ୟାଟ୍ସମ୍ୟାନ ବୁଧବାର ଟ୍ୱିଟ୍ କରି ଅବସର ଘୋଷଣା କରିଛନ୍ତି । ସେ ଟୁଇଟରେ ଲେଖଛନ୍ତି ଯେ ଭାରତୀୟ କ୍ରିକେଟ ବୋର୍ଡକୁ କୃତଜ୍ଞତା ଜଣାଇଛନ୍ତି । ବିସିସିଆଇ ତାଙ୍କ ଉପରେ ଯେଉଁ କନଫିଡେନ୍ସ ଦେଖାଇଥିଲେ ତାହାକୁ ସେ ଧନ୍ୟବାଦ ଜଣାଇଥିଲେ । ବିସିସିଆଇ ସହ ସହ ସେ ଗୁଜୁରାଟ କ୍ରିକେଟ ଆସୋସିଏସନକୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ତାଙ୍କ ୧୮ ବର୍ଷ ଯେଉଁ କ୍ରିକେଟ ଯାତ୍ରା ଥିଲା ସେଥିରେ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଛନ୍ତି ପାର୍ଥିବ । ସେ ୧୭ ବର୍ଷ ବୟସରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ତାଙ୍କ କ୍ରିକେଟ କ୍ୟାରିୟର ୧୮ ବର୍ଷ ଥିଲା । ପାର୍ଥିବ ପଟେଲ ୧୭ ବର୍ଷ ୧୫୨ ଦିନ ବୟସରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିବାରେ ସର୍ବକନିଷ୍ଠ ୱିକେଟ କିପର ଥିଲେ ।

ପରବର୍ତ୍ତୀ ସମୟରେ ଦଳକୁ ଦିନେଶ କର୍ତ୍ତିକ ଓ ପରେ ମହେନ୍ଦ୍ର ସିଂ ଧୋନି ଆସିବା ପରେ ପାର୍ଥିବ ଟିମ୍ ଇଣ୍ଡିଆର ନିୟମିତ ସଦସ୍ୟ ରହିପାରିଲେ ନାହିଁ । ୧୭ ବର୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ପାର୍ଥିବ ନିଜ ଟେଷ୍ଟ କ୍ୟାରିୟରରେ ୨୫ଟି ଟେଷ୍ଟ ଖେଳି ହାରାହାରି ୩୧.୧୩ରେ ୯୩୪ ରନ୍ ସଂଗ୍ରହ କରିଥିଲେ । ସେଥିମଧ୍ୟରୁ ୬ଟି ଅର୍ଦ୍ଧଶତକ ରହିଥିଲା । ସେ ୱିକେଟ ପଛରେ ରହି ୬୨ଟି କ୍ୟାଚ ଓ ୧୦ଟି ଷ୍ଟମ୍ପିଂ କରିଥିଲେ । ପାର୍ଥିବ ଦିନିକିଆରେ ୩୮ଟି ମ୍ୟାଚ ଖେଳି ହାରାହାରି ୨୩.୭୪ ରନ୍ କରି ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ଦିନିକିଆରେ ୩୦ ଟି କ୍ୟାଚ ଓ ୯ଟି ଷ୍ଟମ୍ପିଂ କରିଥିଲେ । ଆଇପିଏଲ-୨୦୨୦ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲେର ପକ୍ଷରୁ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ପାଇ ନଥିଲେ । ଆଇପିଏଲ ଇତିହାସରେ ସେ ୧୩୯ଟି ମ୍ୟାଚ ଖେଳି ୨୨.୬୦ ହାରାହାରିରେ ୨୮୪୮ ରନ୍ ସ୍କୋର କରିଥିଲେ । ସେ ଆଇପିଏଲରେ ୧୩ଟି ଅର୍ଦ୍ଧଶତକ ହାସଲ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର