Masthead

କ୍ରିକେଟକୁ ଅଲବିଦା କହିଲେ ପାର୍ଥିବ

(ବଡ଼ ଖବର ବ୍ୟୁରୋ): କ୍ରିକେଟକୁ ଅଲବିଦା କହିଲେ ପାର୍ଥିବ ପଟେଲ । ସେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷିୟ ୱିକେଟ କିପର ବ୍ୟାଟ୍ସମ୍ୟାନ ବୁଧବାର ଟ୍ୱିଟ୍ କରି ଅବସର ଘୋଷଣା କରିଛନ୍ତି । ସେ ଟୁଇଟରେ ଲେଖଛନ୍ତି ଯେ ଭାରତୀୟ କ୍ରିକେଟ ବୋର୍ଡକୁ କୃତଜ୍ଞତା ଜଣାଇଛନ୍ତି । ବିସିସିଆଇ ତାଙ୍କ ଉପରେ ଯେଉଁ କନଫିଡେନ୍ସ ଦେଖାଇଥିଲେ ତାହାକୁ ସେ ଧନ୍ୟବାଦ ଜଣାଇଥିଲେ । ବିସିସିଆଇ ସହ ସହ ସେ ଗୁଜୁରାଟ କ୍ରିକେଟ ଆସୋସିଏସନକୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ତାଙ୍କ ୧୮ ବର୍ଷ ଯେଉଁ କ୍ରିକେଟ ଯାତ୍ରା ଥିଲା ସେଥିରେ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଛନ୍ତି ପାର୍ଥିବ । ସେ ୧୭ ବର୍ଷ ବୟସରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ତାଙ୍କ କ୍ରିକେଟ କ୍ୟାରିୟର ୧୮ ବର୍ଷ ଥିଲା । ପାର୍ଥିବ ପଟେଲ ୧୭ ବର୍ଷ ୧୫୨ ଦିନ ବୟସରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିବାରେ ସର୍ବକନିଷ୍ଠ ୱିକେଟ କିପର ଥିଲେ ।

ପରବର୍ତ୍ତୀ ସମୟରେ ଦଳକୁ ଦିନେଶ କର୍ତ୍ତିକ ଓ ପରେ ମହେନ୍ଦ୍ର ସିଂ ଧୋନି ଆସିବା ପରେ ପାର୍ଥିବ ଟିମ୍ ଇଣ୍ଡିଆର ନିୟମିତ ସଦସ୍ୟ ରହିପାରିଲେ ନାହିଁ । ୧୭ ବର୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ପାର୍ଥିବ ନିଜ ଟେଷ୍ଟ କ୍ୟାରିୟରରେ ୨୫ଟି ଟେଷ୍ଟ ଖେଳି ହାରାହାରି ୩୧.୧୩ରେ ୯୩୪ ରନ୍ ସଂଗ୍ରହ କରିଥିଲେ । ସେଥିମଧ୍ୟରୁ ୬ଟି ଅର୍ଦ୍ଧଶତକ ରହିଥିଲା । ସେ ୱିକେଟ ପଛରେ ରହି ୬୨ଟି କ୍ୟାଚ ଓ ୧୦ଟି ଷ୍ଟମ୍ପିଂ କରିଥିଲେ । ପାର୍ଥିବ ଦିନିକିଆରେ ୩୮ଟି ମ୍ୟାଚ ଖେଳି ହାରାହାରି ୨୩.୭୪ ରନ୍ କରି ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ଦିନିକିଆରେ ୩୦ ଟି କ୍ୟାଚ ଓ ୯ଟି ଷ୍ଟମ୍ପିଂ କରିଥିଲେ । ଆଇପିଏଲ-୨୦୨୦ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲେର ପକ୍ଷରୁ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ପାଇ ନଥିଲେ । ଆଇପିଏଲ ଇତିହାସରେ ସେ ୧୩୯ଟି ମ୍ୟାଚ ଖେଳି ୨୨.୬୦ ହାରାହାରିରେ ୨୮୪୮ ରନ୍ ସ୍କୋର କରିଥିଲେ । ସେ ଆଇପିଏଲରେ ୧୩ଟି ଅର୍ଦ୍ଧଶତକ ହାସଲ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ