Masthead

କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ?

ହୋଇଯାଆନ୍ତୁ ସାବଧାନ! ନହେଲେ ଯାଇପାରେ ଆପଣଙ୍କ ଜୀବନ......

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସକାଳ ହେଉକି ସନ୍ଧ୍ୟା ଜଳଖିଆରେ ଯଦି ସିଙ୍ଗଡ଼ା ଆଉ ଜିଲାପି ଅଛି ତାହେଲେ ଖାଇବା ଜମିଗଲା । ସିଙ୍ଗଡ଼ା ଖାଇବାପରେ ପାଟିକୁ ମିଠା କରିବା ପାଇଁ ଜିଲାପି ତ ନିହାତି ଦରକାର । ଏମିତି କେଉଁ ବ୍ୟକ୍ତି ନାହିଁ ଯିଏ ଏହି ଦୁଇଟି ଖାଦ୍ୟକୁ ପସନ୍ଦ ନକରେ । ଏବେ କିନ୍ତୁ ଏହି ଖାଦ୍ୟ ଆପଣଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇପାରେ ।

ଅଧିକ ଜିଲାପି, ସିଙ୍ଗଡ଼ା ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସିଗାରେଟ୍ ପିଇବା ଭଳି କ୍ଷତି ପହଞ୍ଚାଇପାରେ ।  ଖୁବଶୀଘ୍ର ଜିଲାପି ଓ ସିଙ୍ଗଡ଼ା ଭଳି ଖାଦ୍ୟକୁ ନେଇ ଜାରି ହୋଇପାରେ ଚେତାବନୀ । କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଦୋକାନୀଙ୍କ ପାଇଁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ସାର୍ବଜନୀନ ସ୍ଥାନରେ ସିଙ୍ଗଡ଼ା ଓ ଜିଲାପି ଦୋକାନ ବାହାରେ ଚେତାବନୀ ବୋର୍ଡ଼ ଝୁଲୁଥିବା ଦେଖିବାକୁ ମିଳିବ । ଦୋକାନ ବାହାରେ ଲଗାଇବେ ଖାଦ୍ୟ ବାବଦରେ ସବିସେସ ତଥ୍ୟ । କେଉଁ ଉତ୍ପାଦାନ, କେତେ ପରିମାଣରେ ଅଛି, ସ୍ୱାସ୍ଥ୍ୟ ପାଇଁ ଏହା କେତେ ମାତ୍ରାରେ ଲାଭ ଦାୟକ ଓ ହାନିକାରକ ଏସବୁ ତଥ୍ୟ ରଖିବା ପାଇଁ କୁହାଯାଇଛି ।

ସରକାରୀ ଅନୁଷ୍ଠାନରେ ଏହି ବୋର୍ଡ଼ ଗୁଡ଼ିକ ନାଗରିକ ମାନଙ୍କୁ ପାରମ୍ପରିକ ଖାଦ୍ୟ ଯେମିତି ଲଡ଼ୁ, ୱଡ଼ା ପାଓ, ପକୁଡ଼ି ଆଦିରେ ଥିବା ତେଲ ଓ ଚିନି ପରିମାଣ ବିଷୟରେ ସତର୍କ କରିବ । ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ଯେମିତି କ୍ଷତିକାରକ ଏବଂ ପ୍ୟାକେଟ ଉପରେ ଏହାର ଯେମିତି ସୂଚନା ରହିଥାଏ, ଠିକ୍ ସେହିଭଳି କିଛି ତଥ୍ୟ ଜିଲାପି, ସିଙ୍ଗଡ଼ା ବାବଦରେ ଦିଆଯିବ ବୋଲି କୁହାଯାଇଛି । ଦେଶରେ ବଢ଼ୁଥିବା ମେଦବହୁଳତା, ରକ୍ତହୀନତା, ହୃଦ୍ଘାତ ଓ ଅନ୍ୟାନ୍ୟ ଘାତକ ସ୍ୱାସ୍ଥ୍ୟ  ସମସ୍ୟାକୁ ଦେଖି ଏବେ ସଜାଗ ହୋଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ୨୦୫୦ ସୁଦ୍ଧା ୪୫ କୋଟି ଲୋକ ମୋଟାପଣର ଶିକାର ହୋଇପାରନ୍ତି । ଏହାପରେ ଭାରତ ଏହି ମାମଲାରେ ଆମେରିକାକୁ ପଛରେ ପକାଇଦେବ । ଜିଲାପି ଓ ସିଙ୍ଗଡ଼ା ସ୍ୱାସ୍ଥ୍ୟକୁ ଅଧିକ କ୍ଷତି ପହଞ୍ଚାଉଛି । ଯେମିତି ଜଙ୍କ୍ ଫୁଡ଼୍ ଆପଣଙ୍କ ଶରୀର ପାଇଁ କ୍ଷତିକାରକ, ସେମିତି ଜିଲାପି ଓ ସିଙ୍ଗଡ଼ା ମଧ୍ୟ ଶରୀର ପାଇଁ ବିଷ ସଦୃଶ୍ୟ ।

ଏହା ଆପଣଙ୍କ ଶରୀରର କୋଲେଷ୍ଟ୍ରଲ୍ ମାତ୍ରାକୁ ବୃଦ୍ଧି କରାଏ । କାରଣ ଗୋଟିଏ ସିଙ୍ଗଡ଼ାରେ ୨୦୦ରୁ ୩୦୦ କ୍ୟାଲୋରୀ ଥାଏ ଏବଂ ଗୋଟିଏ ଜିଲାପୀରେ ୧୦୦ରୁ ୧୫୦ କାଲୋରୀ ଥାଏ । ମଇଦା ଏବଂ ଚିନି ଜାତୀୟ ଖାଦ୍ୟ ଶରୀର ପାଇଁ ହାନିକାରକ । ବର୍ତ୍ତମାନ ଆମ ସହରାଞ୍ଚଳରେ ପ୍ରତି ପାଞ୍ଚ ଜଣରେ ଜଣେ ବ୍ୟକ୍ତି ମୋଟାପଣ ସମସ୍ୟାର ସାମନ୍ନା କରୁଛନ୍ତି । ଲୋକମାନେ ଏବେ ଫିଟ୍ ଏବଂ ସୁସ୍ଥ ରହିବାକୁ ପସନ୍ଦ କରୁଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରାଳୟର ଏହି ପଦକ୍ଷେପ କେବଳ ମୋଟାପଣ ଯାଏ ଦୀମିତ ନୁହେଁ । ଏହା ଏକ ବଡ଼ ରଣନୀତିର ଅଂଶ ଅଟେ । ଯାହାର ଉଦ୍ଦେଶ୍ୟ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ପରି ରୋଗରୁ ସମୟ ପୂର୍ବ ଲୋକଙ୍କୁ ରକ୍ଷା କରିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ