Masthead

ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ

୪ ଦିନିଆ ୟୁକେ ଏବଂ ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୪ ଦିନିଆ ଗସ୍ତରେ ୟୁକେ ଏବଂ ମାଲଦ୍ୱୀପକୁ ଯାଇଛନ୍ତି । ମୋଦୀଙ୍କର ଏହି ୪ ଦିନିଆ ଗସ୍ତରେ ଦୁଇ ଦେଶ ସହ ଭାରତର ସମ୍ପର୍କ ସୁଦୃଢ଼ ହେବା ସହ ରଣନୌତିକ ସହଭାଗୀତା ଏବଂ ଆଞ୍ଚଳିକ ସହଯୋଗକୁ ସୂଦୃଢ଼ କରିବ । ମୋଦୀ କହିଛନ୍ତି ଯେ ଏହି ଗସ୍ତ ଫଳରେ ଉଭୟ ଦେଶର ସମୃଦ୍ଧି, ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରସାହିତ କରାଇବା । ଏଥିସହ ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ପ୍ରଯୁକ୍ତି ବିଦ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗବେଶଣା ଆଦିରେ ସହଯୋଗ କରିବେ ଦୁଇ ଦେଶ ।

ଭାରତ-ୟୁକେର ଦ୍ୱିପାକ୍ଷିକ ସଂପର୍କକୁ ସୂଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ୟୁକେ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଜୁଲାଇ ୨୩-୨୪ତାରିଖ ଯାଏ ୟୁକେ ଗସ୍ତରେ ରହିବେ । ସେଠାରେ ମୋଦୀ ଭାରତ-ୟୁକେ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ଯାଉଛନ୍ତି । ଯେଉଁଥିରେ ବ୍ରିଟିଶ ହ୍ୱିସ୍କି, କାର ଏବଂ ଖାଦ୍ୟ ସମଗ୍ର ଉପରେ ଶୁଳ୍କ କମ୍ କରିବ । ଏଥି ସହ ୟୁକେ ଭାରତୀୟ ବସ୍ତ୍ର ଏବଂ ବୈଦୁ୍ୟତିକ ଯାନବାହନ ପାଇଁ ଶୁଳ୍କ ମୁକ୍ତ ପ୍ରଦାନ କରାଯିବ । ଉଭୟ ଦେଶ ମଧ୍ୟରେ ଅର୍ଥନୌତିକ ସହଭାଗିତାକୁ ଦୃଢ଼ କରାଇବା ପାଇଁ ମୋଦୀ ୟୁକେର ପ୍ରଧାନମନ୍ତ୍ରୀ କୀର ଷ୍ଟାରମଙ୍କ ସହ ଦ୍ୱିପାକ୍ଷିକ ବୌଠକରେ ବ୍ୟାପକ ଆଲୋଚନା କରିବେ । ଦୁଇ ଦିନିଆ ୟୁକେ ଗସ୍ତରେ ମୋଦୀଙ୍କ ୟୁକେର ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିଲେ । ଏହା ହେଉଛି ମୋଦୀଙ୍କର ଚତୁର୍ଥଥର ପାଇଁ ୟୁକେ ଯାତ୍ରା ।

୪ ଦିନିଆ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ମୋଦୀ ମାଲଦ୍ୱୀପକୁ ଜୁଲାଇ ୨୫-୨୬ରେ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ମାଲଦ୍ୱୀପରେ ଜୁଲାଇ ୨୬ରେ ୬୦ତମ ସ୍ୱାଧୀନତାର ଦିବସ ସମାରୋହରେ ଯୋଗଦେବେ । ମାଲଦ୍ୱୀପ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମାଲଦ୍ୱୀର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦ୍ୱାରା ନିମନ୍ତ୍ରଣ କରାଯାଇଛି । ମାଲଦ୍ୱୀପକୁ ମୋଦୀଙ୍କର ଏହା ତୃତୀୟ ଗସ୍ତ । ମହମ୍ମଦ ମୁଇଜୁଙ୍କ ରାଷ୍ଟ୍ରପତିତ୍ୱ ସମୟରେ କୌଣସି ରାଷ୍ଟ୍ରମୁଖ୍ୟ ଏବଂ ସରକାର ମୁଖ୍ୟଙ୍କ ଦ୍ୱାରା ମାଲଦ୍ୱୀପକୁ ମୋଦୀଙ୍କର ପ୍ରଥମ ଗସ୍ତ । ଅକ୍ଟୋବର ୨୦୨୪ରେ ମାଳଦ୍ୱୀପର ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ବ୍ୟାପକ ଅର୍ଥନୌତିକ ଏବଂ ସାମୁଦ୍ରୀକ ସହଭଗିତା କୁ ଗ୍ରହଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଭେଟି ଭାରତ-ମାଲଦ୍ୱୀପର ମିଳିତ ପ୍ରଗତିକୁ ସମୀକ୍ଷା କରିବେ । ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ