Masthead

ପୁଣି ଏକ ବିମାନ କ୍ରାସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):୪୯ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଋଷ ବିମାନ କ୍ରାସ । ଏୟାରପୋର୍ଟର କିଛି କିଲୋମିଟର ଦୂରରେ ଫ୍ଲେନଟି କ୍ରାସ ହୋଇଛି । ବିମାନଟି ଅମୁର ଅଞ୍ଚଳରୁ ଟାଇଣ୍ଡା ଅଭିମୁଖେ ଯାଉଥିଲା । ଟାଇଣ୍ଡା ବିମାନ ବନ୍ଦର ଠାରୁ ୧୬ କିଲୋମିଟର ଦୂର ଏକ ପାହାଡ଼ିଆ ଅଞ୍ଚଳରୁ ବିମାନର ଧ୍ୱଂସାବଶେଷ ଠାବ ହୋଇଛି । ଅବତରଣ ବେଳେ କୌଣସି ତ୍ରୁଟି ଯୋଗୁଁ ପ୍ଲେନ କ୍ରାସ ହୋଇଥିବାର ଅନୁମାନ କରାଯାଇଛି ।

ଗଟଣା ସ୍ଥଳିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ରିପୋର୍ଟ ଅନୁଯାୟୀ ଅଙ୍ଗରା ଏୟାରଲାଇନ୍ସର ଏ ଏନ-୨୪ ବିମାନ ଅମୁର ଅଞ୍ଚଳର ଟାଇଣ୍ଡା ଅଭିମୁଖେ ଯାଉଥିଲା । ବିମାନଟିରେ ୪୩ଜଣ ଯାତ୍ରୀଙ୍କ ସହ ୬ଜଣ କ୍ରୁ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରେ ୫ଜଣ ଶିଶୁୂ ମଧ୍ୟ ଥିଲେ । ଲ୍ୟାଣ୍ଡ କରିବାର କିଛି କିଲୋମିଟର ଦୂର ଚୀନ ସୀମାରେ ବିମାନ ସହିତ ଏୟାର ଟ୍ରାଫିକ କଣ୍ଟ୍ରୋଲର ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ମଝି ଆକାଶରେ ବିମାନଟି କ୍ରାସ ହୋଇଛି । ବିମାନର ଭଗ୍ନାବଶେଷ ଏକ ପାହାଡ଼ିଆ ଅଞ୍ଚଳରୁ ଠାବ ହୋଇଛି । ଦୁର୍ଘଟଣାରେ ସମସ୍ତ ଯାତ୍ରୀମାନଙ୍କର ମୃତ୍ୟୁ ହୋଇଛି ବୋଲି ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ସରିବା ପରେ ସମସ୍ତ ସଠିକ ତଥ୍ୟ ଜଣାପଡ଼ିବ । ପୂର୍ବରୁ ଏହି ପ୍ଲେନର ରନୱେରେ ନିଆଁ ଲାଗିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼