Masthead

ପେଟ୍ରୋଲ ଢାଳି ଜଳିଗଲେ ଆଇନଜୀବୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀର ପାଣ୍ଡରା ଅଞ୍ଚଳରେ ଗୁରୁବାର ରାତି ଅଧରେ ଘଟିଯାଇଛି ଏକ ଛାତିଧରା ଘଟଣା। ଜଣେ ଆଇନଜୀବୀ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନିଜ ଘର ଛାତରେ ଆଇନଜୀବୀ ଜଣକ ଜଳି ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଆଇନଜୀବୀ ଜଣକ କାହିଁକି ଆତ୍ମାହୁତି ଦେଲେ ସେ ସମ୍ପର୍କରେ କାରଣ କିଛି ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ଘଟଣାର  ସ୍ପଷ୍ଟତା ଜଣାପଡ଼ିବ ବୋଲି ପୁଲିସ  କହିଛି । ପୁଲିସ ଶବ ଜବତ କରି  କ୍ୟାପିଟାଲ ହସ୍ପିଟାଲ ପଠାଇଛି ।

ପାଣ୍ଡରା ଛକ ଜଗନ୍ନାଥ ମନ୍ଦିର ନିକଟରେ ରହିଛି ମୃତ ଦୀପକଙ୍କ  ୪ ମହଲା ଘର । ସେ ଆଇନଜୀବୀ  ଭାବରେ କାମ କରୁଥିଲେ । ସେ  ବିବାହିତ ଓ ତାଙ୍କର ଦୁଇଟି ଝିଅ  ଅଛନ୍ତି । ଦୀପକ ରହୁଥିବା ଘରର  ଛାତ ଉପରେ ତାଙ୍କର ଏକ ଚାମ୍ବର  ରହିଛି । ଯେଉଁଠି ପ୍ରତିଦିନ ଲୋକେ  ଆସି ତାଙ୍କୁ ବିଭିନ୍ନ ମାମଲା ଲଢିବା ପାଇଁ ସହଯୋଗ ଲୋଡ଼ନ୍ତି । ଗତ  କିଛିଦିନ ହେବ ଦୀପକ କୌଣସି  କଥାକୁ ନେଇ ମାନସିକ ଚିନ୍ତାରେ  ରହୁଥିଲେ । ପରିବାର ଲୋକେ ତାଙ୍କୁ  ମାନସିକ ରୋଗ ବିଭାଗ ଡାକ୍ତରଙ୍କୁ  ଦେଖାଇଥିଲେ । ମାନସିକ ଦୁଃଶ୍ଚିନ୍ତାରୁ  ଦୂରେଇବା ପାଇଁ ଡାକ୍ତର   ତାଙ୍କୁ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ । ହେଲେ ଦୀପକ  ଔଷଧ ଖାଉନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’