Masthead

ମଣିପୁରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆକାଶ ଛୁଆଁ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ହିଂସାରେ ଜଳୁଛି ମଣିପୁର । ହିଂସାକୁ ଗୋଟାଏ ମାସରୁ ଅଧିକ ବିତିଲାଣି । ତଥାପି ମେତେଇ ଓ କୁକି ସମୁଦାୟ ମଧ୍ୟରେ ବଡ଼ ଧରଣ ହିଂସା ନହେଲେ ମଧ୍ୟ ଛୋଟ ଛୋଟ ହିଂସା ଦେଖିବାକୁ ମିଳିଛି । ଏହି ହିଂସା କାରଣରୁ ମଣିପୁରରେ ଏବେ ଅତ୍ୟାବଶକୀୟ ସାମଗ୍ରୀର ଦାମ ଆକାଶଛୁଆଁ ହୋଇଛି । ପେଟ୍ରୋଲ ଟାଙ୍କିକୁ ପେଟ୍ରୋଲ ଯୋଗାଣ ହୋଇପାରୁନଥିବାରୁ କଳାବଜାରୀମାନେ ଲିଟର ପ୍ରତି ୨୦୦ଟଙ୍କାରୁ ଅଧିକ ଦାମରେ ବିକ୍ରି କରୁଛନ୍ତି । ସେପଟେ ଏଟିଏମରୁ ନଗଦ ଟଙ୍କା ସରିଯାଇଥିବା ଜଣାପଡ଼ିଛି ।

ଖାଲି ସେତିକି ନୁହେଁ ଔଷଧର ଅଭାବ ପଡିଛି । ଫଳରେ ଔଷଧ ଦୋକାନଗୁଡିକ ଦିନରେ କିଛି ଘଣ୍ଟାମାତ୍ର ଦୋକାନ ଖୋଲିବା ପରେ ବନ୍ଦ କରିଦେଉଛନ୍ତି । ମଣିପୁରରେ ଲାଗି ରହିଥିବା ହିଂସା କାରଣରୁ ଏପର୍ୟ୍ୟନ୍ତ ଶହ ଶହ ଲୋକ ନିଜ ବାସସ୍ଥାନ ହରାଇଛନ୍ତି । ଅନ୍ୟପଟେ ବଡ ଧରଣର ହିଂସାକୁ ରୋକିବାରେ ପ୍ରଶାସନ ସଫଳ ହୋଇଥିବା ବେଳେ ଏବେ ବି ଛୋଟ ଛୋଟ ହିଂସା ଦେଖିବାକୁ ମିଳିଛି । ଫଳରେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ଖାଦ୍ୟ ସାମଗ୍ରୀ ଠିକ୍ ଭାବେ ମଣିପୁରରେ ପହଂଚିପାରୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ