Masthead

କମିଛି ବନ୍ୟାଜଳ, ବଢିଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା

ଦଶରଥପୁର (ବଡ଼ ଖବର ବ୍ୟୁରୋ): ବନ୍ୟାଞ୍ଚଳ ର ସ୍ଥିତି ପରଖିଲେ ସାଂସଦ, ଜିଲ୍ଲପାଳ ଏବଂ ବିଜେପି ନେତା । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର କାଣୀ ନଦୀ ଘାଇ ସୃଷ୍ଟି ହୋଇ ୧୫ରୁ ଅଧିକ ପଞ୍ଚାୟତ ଜଳବନ୍ଦୀରେ ଥିବା ବେଳେ ହଜାର ହଜାର ହେକ୍ଟର ଫସଲ ସବୁ ବୁଡି ବନ୍ୟା ଜଳରେ ନଷ୍ଟ ହୋଇଯାଇଛି । ଗାଁ ଦାଣ୍ଡରୁ ବନ୍ୟା ଜଳ କମିଥିଲେ ମଧ୍ୟ ବଢିଛି ଯାଇଛି ବନ୍ୟା ବିପନ୍ନଙ୍କ ଦୁର୍ଦଶା । କାଣୀ ନଦୀର ସ୍ରୋତରେ ସବୁ କିଛି ଭାସି ଯାଇଛି ।

ପିନ୍ଧିବାକୁ ନା ଅଛି ଲୁଗା ନା ଅଛି ମୁଠାଏ ଖାଇବାକୁ ଖାଦ୍ୟ । ଏବେ ଭାଗ୍ୟକୁ ଆଦରି ଭଙ୍ଗା କୁଡ଼ିଆରେ କାଦୁଅ ପଚ ପଚ ପାଣିରେ ମୁଣ୍ଡ ଗୁଞ୍ଜିବାକୁ ସଂଘର୍ଷ ଜାରିରହିଛି । ଯାଜପୁର ଜିଲ୍ଲାର ସାଂସଦ ରବିନାରାୟଣ ବେହେରା, ବିଜେପି ନେତା ଗୌତମ ରାୟ, ବବିତା ମଲ୍ଲିକ, ଯାଜପୁର ଜିଲ୍ଲପାଳ ଅମ୍ବର କୁମାର କର, ବିଡିଓ, ତହସିଲଦାର, ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ସାଂସଦ ପ୍ରଥମେ କସପା ପଞ୍ଚାୟତର ବଙ୍ଗଳା ସାହି ନିକଟରେ ସୃଷ୍ଟି ହୋଇଥିବା ଘାଇ ନିକଟକୁ ଯାଇ ସେଠାରେ ସ୍ଥିତି ପରଖିବା ସହ କାଣୀ ନଦୀର ସ୍ରୋତରେ ଭାସି ଯାଇ ମୃତ୍ୟୁ ହୋଇଥିବା ଛାତ୍ର ଜଣଙ୍କ ପରିବାରକୁ ଭେଟିଥିଲେ । ବନ୍ୟା ଜଳରେ ଥିବା କୟାଁଗୋଲା ନିକଟକୁ ଯାଇ କିଭଳି ଭାବେ ଏହାର ସ୍ଥାୟୀ ସମାଧାନ କରାଯିବ ସେ ସମ୍ପର୍କ ରେ ଆଲୋଚନା କରିବା ସହ ବନ୍ୟା ରେ କ୍ଷତି ହୋଇଥିବା ସମସ୍ତ ପରିବାରଙ୍କୁ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ