Masthead

କରୋନା କଟକଣାକୁ ଫୁ’

ଜଗତସିଂହପୁର, (ବଡ଼ ଖବର ବ୍ୟୁରୋ): କରୋନା କଟକଣା ଲାଗି ସାରା ରାଜ୍ୟରେ ସ୍କୁଲ, କଲେଜ ଓ ଟ୍ୟୁଟୋରିଆଲ ବନ୍ଦ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଜଗତସିଂହପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । କୋଭିଡ୍ କଟକଣାକୁ ଖୁଲମଖୁଲା ଉଲ୍ଲଙ୍ଘନ କରାଯାଉଛି । ଜଗତସିଂହପୁର ସହରରେ ଥିବା ଅଧିକାଂଶ ଟ୍ୟୁଟୋରିଆଲ ଖୋଲା ରହୁଛି ।

ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟବାଧକତାରେ ମେସରେ ରଖି ମଧ୍ୟ କ୍ଲାସ କରାଯାଉଛି । ଜିଲ୍ଲାରେ ଛତୁ ଫୁଟିଲା ଭଳି ଟ୍ୟୁଟୋରିଆଲ ଖୋଲିଛି । ନିଜ ନିଜ ଭିତରେ ପ୍ରତିଦ୍ୱନ୍ଦିତା କରିବା ସହିତ ବ୍ୟବସାୟିକ ସଫଳତା ପାଇବା ପାଇଁ ବେଆଇନ ଭାବେ ଟ୍ୟୁଟୋରିଆଲ ଚଳାଉଛନ୍ତି ମାଲିକମାନେ ।

ଛାତ୍ରଛାତ୍ରୀମାନେ ବିନା ମାସ୍କରେ ଟ୍ୟୁଟୋରିଆଲଗୁଡିକୁ ଯାଉଥିବା ଦେଖାଯାଉଛି । ସମାଜିକ ଦୂରତା କଥା ନ କହିବା ଭଲ । ଜିଲ୍ଲା ପ୍ରଶାସନ ଏଦିଗରେ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା!