Before Header

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ

0 124

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଚୟନ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଟେଷ୍ଟ ଓ ଏକଦିବସୀୟ ରନ୍‌ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି । କେବଳ ସେତିକି ନୁହେଁ, ଉଭୟ ଫର୍ମାଟରେ ସର୍ବାଧିକ ଶତକ ମଧ୍ୟ ସଚିନଙ୍କ ନାମରେ ରହିଛି । ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ପୁରୁଷ ଟେଷ୍ଟ ବ୍ୟାଟ୍ସମ୍ୟାନ ପାଇଁ ହୋଇଥିବା ଏକ ଅନଲାଇନ ପୋଲ୍‌ରେ ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ କୁମାର ସାଙ୍ଗାକାରାଙ୍କୁ ପଛରେ ପକାଇ ସଚିନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଚୟନ ହୋଇଛନ୍ତି ।

ଅନଲାଇନ ଭୋଟିଂ ମାଧ୍ୟମରେ ଫ୍ୟାନ୍ସମାନେ ଏହି ଚୟନ କରିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଏହି ପୋଲ୍‌ର ଆୟୋଜନ କରିଥିଲେ । “ଏହା ଚୟନ କରିବା କଷ୍ଟକର, କାରଣ ଉଭୟ କୁମାର ସାଙ୍ଗାକାରା ଓ ସଚିନ ତେନ୍ଦୁଲକର କ୍ରିକେଟର ଦୁଇ ପ୍ରମୁଖ ଆଇକନ । ମାତ୍ର ଫ୍ୟାନ୍ସଙ୍କ ଭୋଟ ଆଧାରରେ ଏକବିଂଶ ଶତାବ୍ଦୀର ମହାନତମ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଉଛନ୍ତି ସଚିନ ରମେଶ ତେନ୍ଦୁଲକର ।” ଷ୍ଟାର ସ୍ପୋର୍ଟ୍ସ ପକ୍ଷରୁ ସେୟାର କରାଯାଇଥିବା ଏକ ଭିଡିଓରେ ଏହି ଘୋଷଣା କରିଛନ୍ତି ଗାଭାସ୍କର ।ଟେଷ୍ଟ କ୍ରିକେଟ ଇତିହାସରେ ତେନ୍ଦୁଲକରଙ୍କ ନାମରେ ରହିଛି ସର୍ବାଧିକ ୧୫,୯୨୧ ରନ ଓ ୫୧ ଶତକ ।ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି, ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ରିକି ପଣ୍ଟିଂ । ସଚିନଙ୍କ ଠାରୁ ୨,୫୪୩ ରନ୍‌ ପଛରେ ରହିଛନ୍ତି ପଣ୍ଟିଂ ।

ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର ଜ୍ୟାକ କାଲିସଙ୍କ ନାମରେ ୪୫ଟି ଟେଷ୍ଟ ଶତକ ରହିଛି ।ସାଙ୍ଗାକାରାଙ୍କ ନାମରେ କ୍ରିକେର ଲମ୍ବା ଫର୍ମାଟରେ ୩୮ ଶତକ ଓ ୧୨,୪୦୦ ରନ ରହିଛି । ସର୍ବକାଳୀନ ରନ୍‌ସଂଗ୍ରହକାରୀ ଖେଳାଳି ତାଲିକାରେ ସାଙ୍ଗାକାରା ଷଷ୍ଠ ସ୍ଥାନରେ ଓ ଶତକ ତାଲିକାରେ ଚତୁର୍ଥରେ ରହିଛନ୍ତି ।ମାତ୍ର ୧୬ ବର୍ଷ ବସୟରେ ଟେଷ୍ଟ ଡେବ୍ୟୁ କରିଥିଲେ ତେନ୍ଦୁଲକର ଓ ପରେ କ୍ରିକେଟର ଶବ୍ଦକୁ ସର୍ବତ୍ର ପରିଚିତ କରିଥିଲେ । ୱିସଡେନ କ୍ରିକେଟର୍ସ ଅଲମାନକଙ୍କ ୧୫୦ତମ ବାର୍ଷିକୀରେ ୨୦୧୩ରେ ଘୋଷଣା ହୋଇଥିବା ସର୍ବକାଳୀନ ବିଶ୍ବ ଟେଷ୍ଟ ଏକାଦଶ ସେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଥିଲେ ।ପରେ ବର୍ଷ ୨୦୦୨ରେ ୱିସଡେନ କ୍ରିକେଟର୍ସ’ ଅଲମନକ ମାନ୍ୟତାରେ ଡନ ବ୍ରାଡମ୍ୟାନଙ୍କ ପରେ ସର୍ବକାଳୀନ ମହାନତମ ଟେଷ୍ଟ ବ୍ୟାଟ୍ସମ୍ୟାନ ଓ ଭିଭି ରିଚାର୍ଡସଙ୍କ ପରେ ଦ୍ବିତୀୟ ସର୍ବକାଳୀନ ମହାନତମ ଦିନିକିଆ ବ୍ୟାଟ୍ସମ୍ୟାନ ହୋଇଥିଲେ ।

Leave A Reply

Your email address will not be published.