ଚାକିରି ଆଳରେ ଡାକି ଆଣି ଗଣଦୁଷ୍କର୍ମ ଅଭିଯୋଗ

ବାରିପଦା (ବଡ଼ ଖବର ବ୍ୟୁରୋ): ବାଙ୍ଗିରିପୋଷିରୁ ଆଣି ଉଦଳାରେ ଗଣଦୁଷ୍କର୍ମ । ଚାକିରି କରାଇବାକୁ କହି ଡାକି ଆଣିଲେ । ୮୦ କିଲୋମିଟର ଦୂର ଆଣି ଗାଡି ଭିତରେ ରାଜରାସ୍ତା କଡରେ କରିଲେ ଦୁଷ୍କର୍ମ। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଉଦଳା ଥାନା ଅଞ୍ଚଳରେ । ସୁଦୂର ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ କମ୍ପାନୀରେ ଚାକିରୀ କରାଇ ଦେବାକୁ କହି ଘରୁ ଦୁଇ ଜଣ ଡାକି ଆଣିଲେ। ପରେ ରାସ୍ତାରୁ ଆଉ ୩ ଜଣ ଉକ୍ତ ଗାଡ଼ିରେ ବସିଲେ। ବାଙ୍ଗିରିପୋଷିରୁ ୮୦ କିଲୋମିଟର ଦୂର ଉଦଳା ଆଣି ରାସ୍ତା କଡରେ ୬ ଯୁବକ କରିଲେ ଯୁବତୀଙ୍କୁ ଗଣ ଦୁଷ୍କର୍ମ।

ଉଦଳା – ବାଲେଶ୍ୱର ରାଜ୍ୟ ରାଜପଥ କଡରେ ଗାଡି ଭିତରେ ଘଟିଲା ଏଭଳି ସାଙ୍ଘାତିକ ଅପରାଧ। ଗଣ ଦୁଷ୍କର୍ମକାରୀମାନେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସମୟରେ ସେ ଚିତ୍କାର କରିବାରୁ ଭୟରେ ଯୁବକମାନେ ଗାଡି ବାହାରକୁ ଯୁବତୀଙ୍କୁ ଠେଲି ଦେଇ ଘଟଣାସ୍ଥଳରୁ ଗାଡି ନେଇ ଫେରାର ହୋଇଗଲେ ୬ ଯୁବକ। ପରେ ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ଯୁବତୀ ଜଣଙ୍କ ନିଜ ଘରକୁ ଯାଇ ସବୁ ଘଟଣା ବୟାନ କରିବା ପରେ ଆଜି ଏ ନେଇ ଥାନାରେ ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ ଦୁଇ ଯୁବକକୁ ଅଟକ ରଖି ତଦନ୍ତ ଚାଲିଥିବା ବେଳେ ଖୁବ୍ ଶୀଘ୍ର ସମସ୍ତ ଯୁବକକୁ ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ